ସାପ୍ତାହିକ ରାଶିଫଳ (ଜୁଲାଇ ୦୨-୦୮)

ମେଷ: ରବିବାର ଓ ସୋମବାର କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବ। ସୁସ୍ବାଦୁ ଭୋଜନ ପ୍ରାପ୍ତ ହେବ। ମଙ୍ଗଳବାର ଓ ବୁଧବାର ଜଗିରଖି ଚଳିବେ। ଦୂରଯାତ୍ରା ନ କରିବା ଭଲ। ଶାରୀରିକ ଅସୁସ୍ଥତା ଦେଖାଦେଇପାରେ। ଗୁରୁବାରଠାରୁ ଶନିବାର ପର୍ଯ୍ୟନ୍ତ କର୍ମ ଅନୁରୂପ ଫଳ ପ୍ରାପ୍ତ ହେବ। ମହିଳା ଓ ବିଦ୍ୟାର୍ଥୀ କର୍ମପ୍ରିୟ ହେବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ବଗଳାମୁଖୀ ମନ୍ତ୍ର ଜପ କରନ୍ତୁ।
ବୃଷ: ରବିବାର ଓ ସୋମବାର ଅସୁବିଧାରେ ପଡ଼ିପାରନ୍ତି। ଅଯଥା ବିବାଦ ମଧ୍ୟରେ ହସ୍ତକ୍ଷେପ ଫଳରେ ମାନହାନି ହୋଇପାରେ। ମଙ୍ଗଳବାର ଓ ବୁଧବାର କର୍ମକ୍ଷେତ୍ରରେ ବନ୍ଧୁଙ୍କ ସହଯୋଗ ଲାଭ କରିବେ। ଗୁରୁବାରଠାରୁ ଶନିବାର ପର୍ଯ୍ୟନ୍ତ ପରିସ୍ଥିତି ପ୍ରତିକୂଳ ରହିପାରେ। ଋଣଯୁକ୍ତ ହେବେ। ମହିଳା ଓ ବିଦ୍ୟାର୍ଥୀ ମଧ୍ୟମଫଳ ଲାଭ କରିବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀରୁଦ୍ରାଷ୍ଟକ ପାଠ କରନ୍ତୁ।
ମିଥୁନ: ରବିବାର ଓ ସୋମବାର କର୍ମହେତୁକ ସମସ୍ୟା ଦୂରୀଭୂତ ହେବ। ଯଶ, ମାନ ଓ ଗୌରବର ଅଧିକାରୀ ହେବେ। ମଙ୍ଗଳବାର ଓ ବୁଧବାର ଆୟ ଅପେକ୍ଷା ବ୍ୟୟ ଅଧିକ ରହିବ। ଗୁରୁବାରଠାରୁ ଶନିବାର ପର୍ଯ୍ୟନ୍ତ କର୍ମକ୍ଷେତ୍ରରେ ସଫଳତା ଲାଭ କରିବେ। ମହିଳା ଓ ବିଦ୍ୟାର୍ଥୀମାନେ ଯତ୍ନଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ଓଁ ବୁଂ ବୁଧାୟ ନମଃ ମନ୍ତ୍ର ଜପ କରନ୍ତୁ।
କର୍କଟ: ରବିବାର ଓ ସୋମବାର ପୈତୃକ ସମ୍ପତ୍ତିରୁ ଲାଭବାନ ହେବେ। କାର୍ଯ୍ୟରେ ପ୍ରଶଂସିତ ହେବେ। ମଙ୍ଗଳବାର ଓ ବୁଧବାର ସୌଖୀନ ଦ୍ରବ୍ୟ କିଣାକିଣି କରିପାରନ୍ତି। ଗୁରୁବାରଠାରୁ ଶନିବାର ପର୍ଯ୍ୟନ୍ତ ସମୟ ଏତେଟା ସଫଳତା ଦେବ ନାହିଁ। ସନ୍ତାନମାନଙ୍କୁ ନେଇ ଚିନ୍ତା କରିବେ। ମହିଳା ଓ ବିଦ୍ୟାର୍ଥୀ ଆନନ୍ଦ ପ୍ରାପ୍ତ ହେବେ। ରିଷ୍ଟଖଣ୍ଡନ ପାଇଁ ଚନ୍ଦ୍ରଙ୍କୁ ପୂଜା କରନ୍ତୁ।
ସିଂହ: ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ସମୟ ଅନୁକୂଳ ରହିବ। ନୂତନ ଜମି କ୍ରୟ କରିପାରନ୍ତି। ବୁଧବାର ଓ ଗୁରୁବାର କର୍ମକ୍ଷେତ୍ରରେ ପଦୋନ୍ନତି ମିଳିପାରେ। ବିଦେଶ ଯାତ୍ରା କରିପାରନ୍ତି। ଶୁକ୍ରବାର ଓ ଶନିବାର ନୂତନ ବନ୍ଧୁ ଲାଭ ହେବ। ଭ୍ରମଣପ୍ରିୟ ହେବେ। ମହିଳା ଓ ବିଦ୍ୟାର୍ଥୀ କର୍ମଠ ହେବେ। ରିଷ୍ଟଖଣ୍ଡନ ପାଇଁ ମା’ ମାତଙ୍ଗୀଙ୍କୁ ପୂଜା କରନ୍ତୁ।
କନ୍ୟା: ରବିବାର ଓ ସୋମବାର ମାନସିକ ଅବସାଦ ଦେଖାଦେବ। ଯାତ୍ରାକାଳୀନ ଦ୍ରବ୍ୟ ଚୋରି ହୋଇପାରେ। ମଙ୍ଗଳବାର ଓ ବୁଧବାର ଭବିଷ୍ୟତ କର୍ମପନ୍ଥା ନିର୍ଦ୍ଧାରଣ କରିବେ, ଭାଗ୍ୟବାଦୀ ହେବେ। ଗୁରୁବାରଠାରୁ ଶନିବାର ପର୍ଯ୍ୟନ୍ତ ଆର୍ଥିକ ଅନଟନ ଦୂର ହେବ। ମହିଳା ଓ ବିଦ୍ୟାର୍ଥୀ କାର୍ଯ୍ୟରେ ସଫଳତା ପାଇବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ଗଣେଶଙ୍କୁ ପୂଜା କରନ୍ତୁ।
ତୁଳା: ରବିବାର ଓ ସୋମବାର କର୍ମ କ୍ଷେତ୍ରରେ ପ୍ରତିଷ୍ଠା ଅର୍ଜନ କରି​‌େ​‌ବ। ନିଜର କୃତିତ୍ବ ପାଇଁ ପୁରସ୍କୃତ ହେବେ। ମଙ୍ଗଳବାର ଓ ବୁଧବାର ବ୍ୟବସାୟ ବାଣିଜ୍ୟରେ ଲାଭବାନ ହେବେ। ଗୁରୁବାରଠାରୁ ଶନିବାର ପର୍ଯ୍ୟନ୍ତ ଶତ୍ରୁଠାରୁ ଦୂରେଇ ରହିବା ଭଲ। ଋଣଯୁକ୍ତ ହୋଇପାରନ୍ତି। ମହିଳା ଓ ବିଦ୍ୟାର୍ଥୀ ଭାଗ୍ୟବାଦୀ ହେବେ। ରିଷ୍ଟଖଣ୍ଡନ ପାଇଁ ରୁଦ୍ରାଷ୍ଟକ ପାଠ କରନ୍ତୁ।
ବିଛା: ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ଧାର୍ମିକ ଚିନ୍ତାଧାରା ଯୁକ୍ତ ହେବେ। କର୍ମହେତୁକ ଗ୍ଳାନି ଦୂରୀଭୂତ ହେବ। ବୁଧବାର ଓ ଗୁରୁବାର କର୍ମକ୍ଷେତ୍ରରେ ସଫଳତା ପ୍ରାପ୍ତ ହେବ। ନୂତନ କାର୍ଯ୍ୟ ଆରମ୍ଭ କରିପାରନ୍ତି। ଶୁକ୍ରବାର ଓ ଶନିବାର ଭ୍ରମଣପ୍ରିୟ ହେବେ। ସ୍ତ୍ରୀ ହେତୁକ ଧନ ଲାଭ ହେବ। ମହିଳା ଓ ବିଦ୍ୟାର୍ଥୀ ଯଶ ଲାଭ କରିବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀଲକ୍ଷ୍ମୀ ନୃସିଂହ ମନ୍ତ୍ର ଜପ କରନ୍ତୁ।
ଧନୁ: ରବିବାର ଓ ସୋମବାର ଦୂରଯାତ୍ରା କରିବା ଉଚିତ୍‌ ନୁହେଁ। ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ ଦେବଦର୍ଶନରେ ଆନନ୍ଦ ପ୍ରାପ୍ତି ହେବ। ଶୁକ୍ରବାର ଓ ଶନିବାର କାର୍ଯ୍ୟକ୍ଷେତ୍ରରେ ସ୍ଥାନାନ୍ତରିତ ହୋଇପାରନ୍ତି। ମହିଳା ଓ ବିଦ୍ୟାର୍ଥୀ ଉଦ୍ୟମେ ସଫଳତା ପାଇବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ତାରା କବଚ ପାଠ କରନ୍ତୁ ଓ ଗରିବଙ୍କୁ ଅନ୍ନଦାନ କରନ୍ତୁ।
ମକର: ରବିବାର ଓ ସୋମବାର ପ୍ରେମରେ ସଫଳତା ଲାଭ କରିବ। ମଙ୍ଗଳବାର ଓ ବୁଧବାର ଶାରୀରିକ ଅସୁସ୍ଥତା ଦେଖାଦେବ। ସାମାନ୍ୟ ତ୍ରୁଟି ହେତୁ ଅସୁବିଧାରେ ପଡ଼ିପାରନ୍ତି। ଗୁରୁବାରଠାରୁ ଶନିବାର ପର୍ଯ୍ୟନ୍ତ ଦୃଢ ମନୋବଳ ନେଇ କାର୍ଯ୍ୟ କରିବେ। ମହିଳା ଓ ବିଦ୍ୟାର୍ଥୀ ପ୍ରଗତିଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରନ୍ତୁ।
କୁମ୍ଭ: ରବିବାର ଓ ସୋମବାର ଯୋଜନା ଅନୁସାରେ କାର୍ଯ୍ୟକରି ସଫଳତା ଲାଭ କରିବେ। ମଙ୍ଗଳବାର ଓ ବୁଧବାର ସ୍ତ୍ରୀଙ୍କ ସହଯୋଗ ଲାଭ କରିବେ। ଚାହୁଁଥିବା ଦିଗରୁ ଅର୍ଥ ପ୍ରାପ୍ତି ହେବ। ଗୁରୁବାରଠାରୁ ଶନିବାର ପର୍ଯ୍ୟନ୍ତ ଯାତ୍ରାକାଳୀନ ଆଘାତପ୍ରାପ୍ତ ହୋଇପାରନ୍ତି। ମହିଳା ଓ ବିଦ୍ୟାର୍ଥୀ ଯଶ ଲାଭ କରିବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ଶିବ ସହସ୍ର ନାମ ପାଠ କରନ୍ତୁ।
ମୀନ: ରବିବାର ଓ ସୋମବାର ପାରବାରିକ ଶାନ୍ତି ଲାଭ କରିବେ। ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ ପ୍ରତିଷ୍ଠା ଲାଭ କରିବେ। ଶୁକ୍ରବାର ଓ ଶନିବାର ସୁସ୍ବାଦୁ ଭୋଜନ ପ୍ରାପ୍ତ ହେବ। ଦୂରଦେଶକୁ ଭ୍ରମଣ କରିପାରନ୍ତି। ମହିଳା ଓ ବିଦ୍ୟାର୍ଥୀ ଭବିଷ୍ୟତ ପାଇଁ ଯୋଜନା ପ୍ରସ୍ତୁତ କରିବେ। ରିଷ୍ଟଖଣ୍ଡନ ପାଇଁ ତାରାଙ୍କ କବଚ ପାଠ କରନ୍ତୁ।

Comments are closed.