www.samajalive.in
Friday, December 12, 2025
27.1 C
Bhubaneswar

ଟ୍ୱିଟର ଟ୍ଵିଷ୍ଟ, ଅସୀମିତ ବାର୍ତ୍ତା ପ୍ରେରଣ ଓ ପଢିବା ଉପରେ ଲାଗିଲା ସାମୟିକ କଟକଣା

ଡେସ୍କ: ବିଶ୍ୱରେ ବହୁଳ ପ୍ରସାରିତ ଓ ଆଦୃତ ସାମାଜିକ ଗଣମାଧ୍ୟମ ଟ୍ୱିଟର ଏବେ ତାର ବ୍ୟବହାରକାରୀମାନଙ୍କ ଉପରେ କଟକଣା ଜାରି କରିଛି। ଏହି କଟକଣା ସ୍ୱରୂପ ବାର୍ତ୍ତା ପ୍ରେରଣ କରିବା ଓ ପଢ଼ିବା ଉପରେ ସାମୟିକ କଟକଣା ଲଗାଯାଇଛି। ଟ୍ୱିଟର ମାଲିକ ମୁଖ୍ୟ ଏଲନ ମସ୍କ ଏ ନେଇ ଟ୍ୱିଟ ଜରିଆରେ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଅସୀମିତ ବାର୍ତ୍ତା ପ୍ରେରଣ ଓ ପଢିବା ଫଳରେ ବ୍ୟବହାରକାରୀ ଅନ୍ୟର ବ୍ୟକ୍ତିଗତ ତଥ୍ୟ ବିଶ୍ଳେଷଣ କରିବାର ସୁଯୋଗ ପାଉଛନ୍ତି ଅର୍ଥାତ ସ୍କ୍ରାପିଂ ଓ ଜାଲିଆତି ରୋକିବାକୁ ଏପରି ଅସ୍ଥାୟୀ କଟକଣା ଲଗାଯାଇଛି।

ସୂଚନା ଅନୁଯାୟୀ, ପ୍ରତିଦିନ ଜଣେ ସତ୍ୟାପିତ ବ୍ୟବହାରକାରୀ ୬ ହଜାର ପୋଷ୍ଟ ପଢ଼ିପାରିବେ। ସତ୍ୟାପିତ ହୋଇ ନ ଥିଲେ ଦୈନିକ ସର୍ବାଧିକ ୬ ଶହ ପୋଷ୍ଟ ପଢ଼ିପାରିବେ। କିନ୍ତୁ ନୂଆ ସତ୍ୟାପିତ ହୋଇନଥିବା ବ୍ୟବହାରକାରୀ ଦୈନିକ ମାତ୍ର ୩ ଶହ ବାର୍ତ୍ତା ପଢିପାରିବେ।

Hot this week

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

Related Articles

Popular Categories