BJD Bijuli 480×75 Mob

ସାପ୍ତାହିକ ରାଶିଫଳ ୧୬-୨୨.୧୦.୨୦୨୨

BJD Bijuli 480×75 Mob

ମେଷ: ରବିବାର କାର୍ଯ୍ୟକ୍ଷେତ୍ରରେ ପ୍ରଶଂସିତ ହେବେ। ସୋମବାର ଓ ମଙ୍ଗଳବାର ଯାତ୍ରାକାଳୀନ ସାବଧାନତା ଲୋଡ଼ା। ବୁଧବାର ଓ ଗୁରୁବାର ଉଦ୍ୟମେ କାର୍ଯ୍ୟସିଦ୍ଧି ହେବ। ଶୁକ୍ରବାର ଓ ଶନିବାର ଅସୁବିଧାରେ ପଡ଼ିପାରନ୍ତି। ମହିଳା ଓ ବିଦ୍ୟାର୍ଥୀ ମଧ୍ୟମ ଫଳ ପାଇବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ସୁନ୍ଦରାକାଣ୍ଡ ପାଠ କରନ୍ତୁ।
ବୃଷ: ରବିବାର ସାବଧାନତା ଲୋଡ଼ା। ସୋମବାର ଓ ମଙ୍ଗଳବାର ଯଶ, ମାନ, ଗୌରବର ଅଧିକାରୀ ହେବେ। ବୁଧବାର ଓ ଗୁରୁବାର ଶତ୍ରୁଦ୍ବାରା ପରାଭୂତ ହେବେ। ଆୟ ଅପେକ୍ଷା ବ୍ୟୟ ଅଧିକ ହେବ। ଶୁକ୍ରବାର ଓ ଶନିବାର କର୍ମ ଅନୁସାରେ ଫଳପ୍ରାପ୍ତି ହେବ। ମହିଳା ଓ ବିଦ୍ୟାର୍ଥୀ ଶାନ୍ତିପ୍ରିୟ ହେବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ରୁଦ୍ରାଷ୍ଟକ ପାଠ କରନ୍ତୁ।
ମିଥୁନ: ରବିବାର ସଫଳତା ଲାଭ କରିବେ। ସାମାଜିକ ପ୍ରତିଷ୍ଠା ବୃଦ୍ଧିହେବ। ସୋମବାର ଓ ମଙ୍ଗଳବାର ଯାତ୍ରାଜନିତ କ୍ଳେଶ ଅନୁଭବ ହେବ। ବୁଧବାର ଓ ଗୁରୁବାର ସୁସମ୍ବାଦ ପ୍ରାପ୍ତ ହେବ। ଶୁକ୍ରବାର ଓ ଶନିବାର ପଡ଼ୋଶୀଙ୍କ ସହଯୋଗ ପ୍ରାପ୍ତ ହେବ। ମହିଳା ଓ ବିଦ୍ୟାର୍ଥୀ ଜଗିରଖି ଚଳିବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀଦୁର୍ଗା ତାଣ୍ଡବ ସ୍ତୋତ୍ର ପାଠ କରନ୍ତୁ।
କର୍କଟ: ରବିବାର ପିଲାଙ୍କୁ ନେଇ ଚିନ୍ତିତ ହେବେ। ସୋମବାର ଓ ମଙ୍ଗଳବାର ବନ୍ଧୁ ସହଯୋଗ ଲାଭ କରିବେ। ବୁଧବାର ଓ ଗୁରୁବାର ମାଆଙ୍କ ସ୍ବାସ୍ଥ୍ୟକୁ ନେଇ ଚିନ୍ତା ପ୍ରକଟିତ ହେବ। ଶୁକ୍ରବାର ଓ ଶନିବାର ଆୟ ବୃଦ୍ଧି ହେବ। ଦ୍ରବ୍ୟ କ୍ରୟ କରିପାରନ୍ତି। ମହିଳା ଓ ବିଦ୍ୟାର୍ଥୀ ପ୍ରଗତିଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ମା’ ଭୁବନେଶ୍ବରୀଙ୍କ କବଚ ପାଠ କରନ୍ତୁ।
ସିଂହ: ରବିବାର ସାମାଜିକ କାର୍ଯ୍ୟରେ ଯୋଗଦାନ କରିବେ। ସୋମବାର ଓ ମଙ୍ଗଳବାର ଅସୁବିଧାର ସମ୍ମୁଖୀନ ହେବେ। ବୁଧବାର ଓ ଗୁରୁବାର ମାଲିମକଦ୍ଦମାର ସମ୍ମୁଖୀନ ହେବେ। ଶୁକ୍ରବାର ଓ ଶନିବାର କାର୍ଯ୍ୟରେ ଦ୍ବନ୍ଦ୍ବ ଦେଖାଦେବ। ମହିଳା ଓ ବିଦ୍ୟାର୍ଥୀ ମଧ୍ୟମଫଳ ପ୍ରାପ୍ତ ହେବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ନାରାୟଣ କବଚ ପାଠ କରନ୍ତୁ।
କନ୍ୟା: ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ପରିଶ୍ରମ ଅନୁସାରେ ଫଳପ୍ରାପ୍ତି ହେବ। ବୁଧବାର ଓ ଗୁରୁବାର ପ୍ରତିବନ୍ଧକ ଦେଖାଦେବ। ଯାତ୍ରାକାଳୀନ ସାବଧାନତା ଲୋଡ଼ା। ଶୁକ୍ରବାର ଓ ଶନିବାର ସାମାଜିକ କାର୍ଯ୍ୟରେ ଯୋଗଦେବେ। ଆର୍ଥିକ ଉନ୍ନତି ହେବ। ମହିଳା ଓ ବିଦ୍ୟାର୍ଥୀ ଜଗିରଖି ଚଳିବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ବିଷ୍ଣୁ ସହସ୍ରନାମ ପାଠ କରନ୍ତୁ।
ତୁଳା: ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ କର୍ମପ୍ରବଣତା ପ୍ରକାଶିତ ହେବ। ଆଚାର ଓ ବ୍ୟବହାର ଦ୍ବାରା ଶତ୍ରୁକୁ ଆପଣାର କରିବେ। ବୁଧବାର ଓ ଗୁରୁବାର ମଧ୍ୟମ ଫଳ ପ୍ରାପ୍ତ ହେବ। ଶୁକ୍ରବାର ଓ ଶନିବାର ଶାରୀରିକ ଅସୁସ୍ଥତା ଦେଖାଦେବ। ମହିଳା ଓ ବିଦ୍ୟାର୍ଥୀମାନେ ସମ୍ବେଦନଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ରୁଦ୍ରାଷ୍ଟକ ପାଠ କରନ୍ତୁ।
ବିଛା: ରବିବାର ଜଗିରଖି ଚଳନ୍ତୁ। ବିବାଦରେ ପଡ଼ିପାରନ୍ତି। ସୋମବାର ଓ ମଙ୍ଗଳବାର ପ୍ରୀତିଲାଭ କରିବେ। ଆର୍ଥିକ ଅନଟନ ଦୂରହେବ। ବୁଧବାର ଓ ଗୁରୁବାର କର୍ମକ୍ଷେତ୍ରରେ ପ୍ରତିବନ୍ଧକ ଦୂରୀଭୂତ ହେବ। ସ୍ବାଧୀନଚେତା ହେବେ। ଯଶ, ମାନ ଓ ଗୌରବର ଅଧିକାରୀ ହେବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ସୁନ୍ଦରାକାଣ୍ଡ ପାଠ କରନ୍ତୁ।
ଧନୁ: ରବିବାର ମାଙ୍ଗଳିକ କାର୍ଯ୍ୟରେ ଯୋଗଦାନ କରିବେ। ସୋମବାର ଓ ମଙ୍ଗଳବାର ଦୁର୍ଘଟଣାଜନିତ ସମସ୍ୟା ଦେଖାଦେବ। ବୁଧବାର ଓ ଗୁରୁବାର ବୈବାହିକ ସମସ୍ୟା ଦୂର ହେବ। ଶୁକ୍ରବାର ଓ ଶନିବାର ଅନୁସନ୍ଧିତ୍ସୁ ହେବେ। ମହିଳା ଓ ବିଦ୍ୟାର୍ଥୀ ପ୍ରଗତିଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ଓଁ ତାରେ ତୁତାରେ ତୁରେ ସ୍ବାହା ମନ୍ତ୍ର ଜପ କରନ୍ତୁ।
ମକର: ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ଆୟ ବୃଦ୍ଧି ହେବ। ବୁଧବାର ଓ ଗୁରୁବାର କର୍ମବନ୍ଧନ ଯୋଗ ସୃଷ୍ଟି ହେବ। ଋଣଗ୍ରସ୍ତ ହୋଇପାରନ୍ତି। ଶୁକ୍ରବାର ଓ ଶନିବାର ଉଦ୍ୟମେ କାର୍ଯ୍ୟସିଦ୍ଧି ହେବ। ଯଶ, ମାନ ଓ ଗୌରବର ଅଧିକାରୀ ହେବେ। ମହିଳା ଓ ବିଦ୍ୟାର୍ଥୀ ପ୍ରତିଷ୍ଠା ପାଇବେ। ରିଷ୍ଟଖଣ୍ଡନ ପାଇଁ ଓଁ ନମଃ ଶିବାୟ ମନ୍ତ୍ର ଜପ କରନ୍ତୁ।
କୁମ୍ଭ: ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ବନ୍ଧୁ ସହଯୋଗ ପ୍ରାପ୍ତି ହେବ। ଆୟ ବୃଦ୍ଧି ହେବ। ବୁଧବାର ଓ ଗୁରୁବାର ଭବିଷ୍ୟତ ପାଇଁ ଯୋଜନା ପ୍ରସ୍ତୁତ କରିବେ। ଶୁକ୍ରବାର ଓ ଶନିବାର କର୍ମକ୍ଷେତ୍ର ଓ ବ୍ୟବସାୟରେ ପ୍ରତିବନ୍ଧକ ଦେଖାଦେବ। ମହିଳା ଓ ବିଦ୍ୟାର୍ଥୀ ପ୍ରଗତିଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରନ୍ତୁ।
ମୀନ: ରବିବାର ପାରିବାରିକ ଅଶାନ୍ତିର ସମ୍ମୁଖୀନ ହେବେ। ସୋମବାରଠାରୁ ବୁଧବାର ପର୍ଯ୍ୟନ୍ତ ମାଲିମକଦ୍ଦମାରେ ବିଜୟୀ ହେବେ। ଗୁରୁବାରଠାରୁ ଶନିବାର ପର୍ଯ୍ୟନ୍ତ କର୍ମକ୍ଷେତ୍ରରେ ପ୍ରତିଷ୍ଠାଯୁକ୍ତ ହେବେ। ଆର୍ଥିକ ଅନଟନ ଦୂର ହେବ। ମହିଳା ଓ ବିଦ୍ୟାର୍ଥୀ ସଫଳତା ଲାଭ କରିବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀଦୁର୍ଗା ସହସ୍ରନାମ ପାଠ କରନ୍ତୁ।

Comments are closed.