www.samajalive.in
Saturday, December 6, 2025
23.1 C
Bhubaneswar

ସପ୍ତାହାନ୍ତ ସଟ୍‍ଡାଉନ ଆରମ୍ଭ; ଚେକିଂ କଡାକଡି

ଭୁବନେଶ୍ୱର: କରୋନାର ଦ୍ରୁତ ସଂକ୍ରମଣରେ ରୋକ୍‍ ଲଗାଇବାକୁ ରାଜ୍ୟର ସମସ୍ତ ସହରାଞ୍ଚଳରେ ଆଜିଠାରୁ ଆରମ୍ଭ ହୋଇଛି ସପ୍ତାହାନ୍ତ ସଟ୍‍ଡାଉନ। ପୂର୍ବରୁ ସମସ୍ତ ସହରଗୁଡିକରେ ରାତ୍ରିକାଳୀନ କର୍ଫ୍ୟୁ ଜାରି କରାଯାଇଥିଲା। ଏଥିସହିତ ଏବେ ସପ୍ତାହାନ୍ତ ସଟ୍‍ଡାଉନ ଲାଗୁ କରାଯିବା ଦ୍ୱାରା ଶୁକ୍ରବାର ରାତି ୯ଟାରୁ ସୋମବାର ଭୋର ୫ଟା ପର୍ଯ୍ୟନ୍ତ ରାଜ୍ୟର ସହରାଞ୍ଚଳରେ ଅତ୍ୟାବଶ୍ୟକ ସେବାକୁ ବାଦ୍‍ଦେଇ ଅନ୍ୟ ସମସ୍ତ ସଂସ୍ଥା, ବ୍ୟବସାୟିକ ପ୍ରତିଷ୍ଠାନ ଆଦି ବନ୍ଦ ରଖିବାକୁ ରାଜ୍ୟ ସରକାର କଡା ନିର୍ଦ୍ଦେଶ ଦେଇଛନ୍ତି। ତେବେ ଜନସାଧାରଣଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ରାଜ୍ୟର ସ୍ୱତନ୍ତ୍ର ରିଲିଫ କମିଶନର ଶନିବାର ଓ ରବିବାର ଦୁଇଦିନ ସକାଳେ ଏକଘଣ୍ଟା ପାଇଁ ଲକ୍‍ଡାଉନ କୋହଳ କରିବାକୁ ଗତକାଲି ଘୋଷଣା କରିଥିଲେ। ଏହି ସମୟରେ ଲୋକମାନେ ପ୍ରାତଃଭ୍ରମଣ, ସାଇକେଲ ଚାଳନା ସହିତ ବ୍ୟାୟାମ କରିପାରିବେ। ତଦନୁଯାୟୀ ଆଜିଠାରୁ ପ୍ରଥମ ସପ୍ତାହାନ୍ତ ଲକ୍‍ଡାଉନକୁ ପୂର୍ଣ୍ଣଭାବରେ କାର୍ଯ୍ୟକାରୀ କରିବାକୁ ପୁଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ଭୁବନେଶ୍ୱର, କଟକ ଦୁଇ ମହାନଗରରେ କମିଶନରେଟ ପୁଲିସ ପକ୍ଷରୁ ଏଥିପାଇଁ ଦୁଇ ସହରର ପ୍ରବେଶ ପଥ ଏବଂ ବିଭିନ୍ନ ଛକ ସ୍ଥାନଗୁଡିକରେ ପୁଲିସ ପକ୍ଷରୁ ବ୍ୟାରିକେଡ ଲଗାଯିବା ସହିତ ସେହିବାଟ ଦେଇ ଯାତାୟତ କରୁଥିବା ଲୋକ ଓ ଯାନବାହନଗୁଡିକୁ ଯାଞ୍ଚ କରାଯାଇଥିଲା। କେବଳ ଅତ୍ୟାବଶ୍ୟକ ସେବାରେ ନିୟୋଜିତ ଥିବା ବ୍ୟକ୍ତିବିଶେଷ ଏବଂ ଯାନବାହନଗୁଡିକ ସେମାନଙ୍କ ସଂସ୍ଥା ଦ୍ୱାରା ପ୍ରଦତ୍ତ ପ୍ରବେଶପତ୍ର ଦେଖାଇ ଯାତାୟତ କରିଥିଲେ। ଫଳରେ ଗତକାଲି ରାତିରୁ ଦୁଇ ମହାନଗର ସଂପୂର୍ଣ୍ଣ ଶୂନଶାନ୍‍ ହୋଇପଡିଛି। ଅବଶ୍ୟ ୧୬ ନମ୍ବର ଜାତୀୟ ରାଜପଥରେ ଆଜି ମାଲବୋଝେଇ ଟ୍ରକ ସମେତ ଅତ୍ୟାବଶ୍ୟକ ସେବାରେ ନିୟୋଜିତ କିଛି ଯାନବାହନ ଏବଂ ଲୋକଙ୍କୁ ଯିବା ଆସିବା କରୁଥିବା ଦେଖିବାକୁ ମିଳିଥିଲା। କେତେକ ସ୍ଥାନରେ ବିନା କାମରେ ବାହାରକୁ ଆସିଥିବା ଲୋକଙ୍କୁ ପୁଲିସ ତାଗିଦ କରି ସେଠାରୁ ଘଉଡାଇ ଦେଇଥିଲା। ଆଜି ଭୋର ସମୟରେ ଦୁଇ ମହାନଗରରେ ଅଳ୍ପ ସଂଖ୍ୟକ ଲୋକଙ୍କୁ ବାହାରେ ପ୍ରାତଃଭ୍ରମଣ, ବ୍ୟାୟାମ ଆଦି କରୁଥିବା ଲକ୍ଷ୍ୟ କରାଯାଇଥିଲା। କରୋନା ସଂକ୍ରମଣ ଭୟରେ ଅନେକ ଲୋକ ଘରଭିତରେ ରହିବାକୁ ପସନ୍ଦ କରିଥିଲେ।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories