www.samajalive.in
Sunday, December 14, 2025
19.1 C
Bhubaneswar

ବୁଧବାର ରାଶିଫଳ ୧୫.୦୬.୨୦୨୨

ମେଷ: ଅଧିକ କ୍ଷମତା ହାସଲ କରି ତା’ର ସଦ୍‌ ବ୍ୟବହାର କରିପାରନ୍ତି। ସତ୍‌ସଙ୍ଗରୁ ଶାଶ୍ବତ ଶାନ୍ତିର ସନ୍ଧାନ ପାଇବେ। କାର୍ଯ୍ୟ​‌ର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ। ବିବାଦରେ ବିଜୟୀ ହେବେ।​‌
ବୃଷ: ଆପଣ ଜଣେ ମେଧାବୀ, ନିପୁଣ, ଜିତେନ୍ଦ୍ରିୟ, ବିଦ୍ବାନ୍‌, ଦୟାଳୁ ଓ ଶାନ୍ତ ସ୍ବଭାବର ହୋଇଥିବାରୁ କେତେକ ଖଳ ପ୍ରକୃତିର ଲୋକ ଅସହିଷ୍ଣୁ ହୋଇ ଅସୁବିଧା ସୃଷ୍ଟି କରିପାରନ୍ତି। ସତର୍କତାର ସହ ଚଳିବାକୁ ପଡ଼ିବ।
ମିଥୁନ: କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ। ଆଜିର ଘଟଣା ଆପଣଙ୍କ ପାଇଁ ଆନନ୍ଦଦାୟକ ହେବ। ବାଣିଜ୍ୟ କାବରାରରେ ସଞ୍ଚୟାଭିମୁଖୀ ହୋଇପାରନ୍ତି। ମାନ୍ୟତା ପ୍ରାପ୍ତ ହେବେ। ସମ୍ୟକ ତତ୍ତ୍ବଦର୍ଶୀ ହୋଇପାରନ୍ତି।
କର୍କଟ: ଋଣମୁକ୍ତ ହୋଇପାରନ୍ତି। ଶତ୍ରୁ ଦମନ କରି ମାନସିକ ଶାନ୍ତି ଫେରିପାଇବେ। ଦୁଃସାହସିକ ପଦକ୍ଷେପ ନେଇ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ କରିବେ। ବୁଦ୍ଧି ଖଟାଇ ଅର୍ଥ ସଞ୍ଚୟ କରିବେ। ସନ୍ମାର୍ଗୀ ହେବେ।
ସିଂହ: ବିଦ୍ୟାଭ୍ୟାସୀ ହେବେ। ହିତୋପଦେଶ ଦେଇପାରନ୍ତି। ବିଭିନ୍ନ ସୂତ୍ରରୁ ପ୍ରଚୁର ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସ୍ଥିତପ୍ରଜ୍ଞ ହେବେ। ସମସ୍ୟା ସତ୍ତ୍ବେ ସଫଳତା ଓ ବିଳମ୍ବରେ କାର୍ଯ୍ୟ ହେବ।
କନ୍ୟା: ଧନ-ଜନ-ଗୋପ-ଲକ୍ଷ୍ମୀ ବୃଦ୍ଧି ନିମନ୍ତେ ନୂତନ ଯୋଜନା ପ୍ରସ୍ତୁତ କରିପାରନ୍ତି। ଅର୍ଥ ପ୍ରାପ୍ତି ସହ ପ୍ରୀତି ଲାଭ ହୋଇପାରେ। ଶ୍ରମ ସାର୍ଥକ ହେବ। ସୁବିମଳ ଯଶର ଅଧିକାରୀ ହେବେ।
ତୁଳା: ଯଶସ୍ବୀ ହେବେ। ସକଳ ଗୁଣର ଆଧାର ହେବେ। କାବ୍ୟ-ଶାସ୍ତ୍ରାନୁରକ୍ତ ହୋଇପାରନ୍ତି। ସରକାରୀ ସ୍ତରରୁ ଲାଭବାନ୍‌ ହେବେ। ଧର୍ମାସକ୍ତ ହେବେ। ମତିମାନ୍‌ ହୋଇପାରନ୍ତି। ପୁତ୍ରପାଇଁ ସୁଖୀ ହେବେ।
ବିଛା: ଭାଷାକୁ ନମନୀୟ ଓ କମନୀୟ କରି ଲୋକସମ୍ପର୍କ ବୃଦ୍ଧିକରିବେ। ଧନଲକ୍ଷ୍ମୀଙ୍କର ଶୁଭାଶୀର୍ବାଦ ରହିଛି। ପାରିବାରିକ ସ୍ନେହରେ ଘରକୁ ବୈକୁଣ୍ଠ ତୁଲ୍ୟ କରିପାରନ୍ତି। ମତିମାନ୍‌ ହେବେ।
ଧନୁ: ଆୟ ବୃଦ୍ଧିର ସୂଚନା ମିଳୁଛି। ସରକାରୀ ଅନୁଦାନ ପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି। ଭୋଜନ ତୃପ୍ତିଦାୟକ ହେବ। ପୁଣ୍ୟପ୍ରଭା ପତ୍ନୀଙ୍କୁ ଚାଟୁବାକ୍ୟରେ ସନ୍ତୁଷ୍ଟ କରିପାରନ୍ତି। ପ୍ରତିଷ୍ଠିତ ବ୍ୟକ୍ତିତ୍ବସମ୍ପନ୍ନ ହେବେ।
ମକର: ଏକାନ୍ତରେ ରହି ତପ-ସାଧନାରେ ବିଲୀନ ହୋଇପାରନ୍ତି। ବିବାଦୀୟ ବିତର୍କରୁ ଓହରି ଯାଇପାରନ୍ତି। ଭାଷାର ମାଧୁରିମାରେ ଶତ୍ରୁକୁ ବଶକରି ପାରନ୍ତି। ଧର୍ମ କାର୍ଯ୍ୟରେ ଧନ ବ୍ୟୟ କରିବେ। ଆଶାବାଦୀ ହେବେ।
କୁମ୍ଭ: ବିବେକାନୁମୋଦିତ କାର୍ଯ୍ୟକରି ଧର୍ମାଧର୍ମର ମାର୍ଗ ବାଛି ନେଇ ପାରନ୍ତି। ପବିତ୍ର ଭାବନା ନେଇ ସେବା କ୍ଷେତ୍ରରେ ଅବତୀର୍ଣ୍ଣ ହେବେ। ସ୍ବକାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ।
ମୀନ: କର୍ମକ୍ଷେତ୍ରକୁ ଉଳମୟ କରିପାରନ୍ତି। ପ୍ରତିଯୋଗିତାରେ କୃତିତ୍ବ ଅର୍ଜନ କରିବେ। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖାଦେବ। ବିବାଦୀୟ ଘଟଣାରେ ବିଜୟୀ ହେବେ। ପତ୍ନୀଙ୍କ ଉପଦେଶ ମାନିବାକୁ ପଡ଼ିବ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories