ମେଷ: ଶତ୍ରୁର ଆହ୍ବାନକୁ ଗ୍ରହଣ କରିପାରନ୍ତି। ଶୁଭକାର୍ଯ୍ୟ ନିର୍ବିଘ୍ନରେ ସମ୍ପାଦନ କରିବେ। ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରିପାଇବେ। ସାରାଦିନ କାର୍ଯ୍ୟବ୍ୟସ୍ତ ରହିବେ। ଋଣ ପରିଶୋଧ କରିପାରନ୍ତି।
ବୃଷ: ଘାତଚନ୍ଦ୍ର ଭଳି ଆଂଶିକ ବିପଦକୁ ଏଡ଼ାଇ ବ୍ୟବସାୟକୁ ଲାଭଜନକ କରାଇବାରେ ସକ୍ଷମ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଶୁଭ ଖବର ମିଳିପାରେ। ଅଧ୍ୟୟନରତ ହେବେ। ବିଭିନ୍ନ ଦିଗରୁ ଅର୍ଥ ମିଳିବ।
ମିଥୁନ: ପରିଶ୍ରମ ଅତ୍ୟଧିକ ହୋଇପାରେ; ମାତ୍ର ତା’ର ମୂଲ୍ୟ ମିଳିବ। ଭୁଲ୍ ବୁଝାମଣା ଯୋଗୁଁ ସାମାନ୍ୟ ବିବାଦ ମୁଣ୍ଡ ଟେକିପାରେ। ପ୍ରିୟଭାଷୀ ହେବେ। ଧନ ଓ ଯାନବାହନ ଯୁକ୍ତ ହୋଇପାରନ୍ତି। ସୁସ୍ଥ ଓ ନିରାମୟ ରହିବେ।
କର୍କଟ: ଉଚ୍ଚ ଆଶା ଫଳବତୀ ହେବ। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖାଦେବ। ବିନା ବାଧାରେ ଶୁଭକାର୍ଯ୍ୟ ସମ୍ପାଦନ କରିପାରନ୍ତି। ଦେବଦର୍ଶନ ଲାଭ କରି ସନ୍ତୁଷ୍ଟ ହେବେ। ଅଶାନ୍ତି ଦୂର ହେବ। ସରକାରୀ ସ୍ତରରୁ ଲାଭ ମିଳିବ।
ସିଂହ: ବିଭିନ୍ନ ସ୍ତରରୁ ଧନାଗମ ହେବାର ସୂଚନା ମିଳୁଛି। ସ୍ବାଧୀନ ହେତୁ ସୁଖୀ ହୋଇପାରନ୍ତି। ବିନୀତ ସ୍ବଭାବର ହେବେ। ପରାମର୍ଶଦାତା ହେବେ। କାବ୍ୟକର୍ତ୍ତା ହୋଇପାରନ୍ତି। ଈଶ୍ବର ବିଶ୍ବାସୀ ଓ ଶାସ୍ତ୍ରାଭ୍ୟାସୀ ହେବେ।
କନ୍ୟା: ଆୟ ଆଶାନୁରୂପ ହେବ। ବନ୍ଧୁ ବା ସରକାରୀ ସୂତ୍ରରୁ ଲାଭବାନ୍ ହୋଇପାରନ୍ତି। ସୁସ୍ବାଦୁ ଭୋଜନରେ ଆପ୍ୟାୟିତ ହେବେ। ସୁସ୍ଥ ରହିବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଚିନ୍ତାଧାରା ଉନ୍ନତମାନର ହେବ।
ତୁଳା: ପଥରୋଧର ସମ୍ମୁଖୀନ ହୋଇପାରନ୍ତି। ଅଯଥା ବିତର୍କରୁ ଓହରିଯାଇ ଆଶ୍ବସ୍ତ ହେବେ। ଯାତ୍ରା ଶୁଭଦାୟକ ହେବ। କର୍ମଚଞ୍ଚଳ ରହିବେ। ମଧୁରଭାଷୀ ହୋଇପାରନ୍ତି। ସୁସ୍ଥ ଓ ନିରାମୟ ରହିବେ। ବ୍ୟୟ ଅଧିକ ହୋଇପାରେ।
ବିଛା: ଆୟ ପରିମାଣ ଯଥେଷ୍ଟ ପରିମାଣର ହେବ। ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସୁସସ୍ବାଦ ପାଇ ଖୁସି ହୋଇପାରନ୍ତି। ସତ୍କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ବିଭିନ୍ନ ସୂତ୍ରରୁ ଅର୍ଥ ମିଳିପାରେ।
ଧନୁ: କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ସୁସମ୍ବାଦ ଶୁଣି ଖୁସି ହେବେ। କାର୍ଯ୍ୟର ସଫଳ ରୂପାୟନ କରିବାରେ ପାରଙ୍ଗମ ହେବେ। ଆର୍ଥିକ ସ୍ଥିତିରେ ଉନ୍ନତି ଘଟିବ। ଶୁଭକାର୍ଯ୍ୟ କରଣୀୟ। ବିବାଦରେ ବିଜୟୀ ହେବେ।
ମକର: କାର୍ଯ୍ୟରେ ସଫଳତା ମିଳିବ। ଅଧିକ କ୍ଷମତା ହାସଲ କରି ତା’ର ସଦ୍ ବ୍ୟବହାର କରିବେ। ଜନପ୍ରିୟ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ବିବାଦୀୟ ଘଟଣାରେ ବିଜୟୀ ହେବେ। ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ।
କୁମ୍ଭ: ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ମନୋଭାବ ପ୍ରଶାସନ ବିରୋଧୀ ହୋଇପାରେ। ଦେବ, ଗୁରୁ, ଦ୍ବିଜଙ୍କଠାରେ ଭକ୍ତିଭାବ ଜାଗ୍ରତ ହେବ। ତୀର୍ଥଯାତ୍ରାଦି ଶୁଭକର୍ମରେ ଧନ ବ୍ୟୟ କରିବେ। ମୁନି ବେଶ ଧାରଣ କରିବେ।
ମୀନ: ବହୁ ମିତ୍ରଙ୍କ ସହାୟତା ପାଇ ଶତ୍ରୁଙ୍କୁ ପରାଜିତ କରିବେ। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି। ଦାମ୍ପତ୍ୟ ଜୀବନ ସୁଖ ମିଳିବ। ବ୍ୟବସାୟ ଲାଭଜନକ ହେବ। ରୁଚିକର ଖାଦ୍ୟ ପାଇ ଆନନ୍ଦିତ ହେବେ।
ବୁଧବାର ରାଶିଫଳ ୦୮.୦୨.୨୦୧୧
Popular Categories


