www.samajalive.in
Monday, December 8, 2025
24.1 C
Bhubaneswar

ରେଡିଓ ଦିବସ ଅବସରରେ ୱେବିନାର

ଭୁବନେଶ୍ୱର: ବିଶ୍ୱ ରେଡ଼ିଓ ଦିବସ ପାଳନ ଅବସରରେ ଆଜି ଆଞ୍ଚଳିକ ଜନସମ୍ପର୍କ କାର୍ଯ୍ୟାଳୟ ଭୁବନେଶ୍ୱର ଓ ଆକାଶବାଣୀ କଟକ କେନ୍ଦ୍ର ତରଫରୁ ଦିନ ୧୨ଟା ୩୦ ମିନିଟ୍‍ରେ ଏକ ୱେବିନାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ‘ସ୍ୱାଧୀନତା ପୂର୍ବବର୍ତ୍ତୀ ଓ ପରବର୍ତ୍ତୀ ସମୟରେ ରେଡିଓ’ର ଭୂମିକା ଶୀର୍ଷକ ଉପରେ ଏଥିରେ ଆଲୋଚନା ହୋଇଥିଲା। ଆଞ୍ଚଳିକ ଜନସମ୍ପର୍କ କାର୍ଯ୍ୟାଳୟ (ଆର୍‍ଓବି)ର ଅତିରିକ୍ତ ମହାନିର୍ଦ୍ଦେଶକ ଅଖିଳ କୁମାର ମିଶ୍ର କହିଥିଲେ, ରେଡିଓର ବିଶ୍ୱସନୀୟତା ଏବେ ମଧ୍ୟ ବଜାୟ ରହିଛି। ରେଡିଓ ଏହାର ପ୍ରାସଙ୍ଗିକତା କେବେ ହରାଇବ ନାହିଁ।

ସେହିଭଳି ଆକାଶବାଣୀ କଟକର ସହାୟକ ନିର୍ଦ୍ଦେଶକ ତଥା ପ୍ରୋଗ୍ରାମ ମୁଖ୍ୟ ତରୁଣକାନ୍ତି ରାଉତ ୱେବିନାରରେ କହିଥିଲେ, ରେଡିଓ ଅଛି ତ ବିଶ୍ୱାସ ଅଛି। ସେ ପ୍ରାକୃତିକ ଦୁର୍ବିପାକ ହେଉ କିମ୍ବା ଲିଙ୍ଗଗତ ସମାନତା ହେଉ ରେଡିଓ ସବୁବେଳେ ଲୋକଙ୍କୁ ସଚେତନ କରାଇଛି। ଏଥିରେ ଆର୍‍ଜେ କୋମଲ ମଧ୍ୟ ଯୋଗ ଦେଇଥିଲେ। ଆକାଶବାଣୀ କଟକର ଖବର ସମ୍ପାଦିକା ଇତିଶ୍ରୀ ସିଂ ରାଥୋଡ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories