www.samajalive.in
Monday, December 8, 2025
24.1 C
Bhubaneswar

କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଜନ ଆନ୍ଦୋଳନ ଅଭିଯାନ ୱେବିନାର୍

କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ‘ଜନ ଆନ୍ଦୋଳନ ଅଭିଯାନ ଏବଂ ଜନସଚେତନତା’ର ଏକ ଅଂଶ ଭାବରେ ସୁନାବେଡାସ୍ଥିତ କ୍ୟାମ୍ପସରେ ‘ନିଜକୁ ଏବଂ ଅନ୍ୟମାନଙ୍କୁ କୋରୋନା ଭାଇରସରୁ ରକ୍ଷା କର’ ଶୀର୍ଷକ ଏକ ୱେବିନାର ଆୟୋଜନ କରିଛି। ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଆଇ.ରାମବ୍ରହ୍ମ ୱେବ୍ନିନାରର ଉଦଘାଟନ କରିଥିଲେ। ସେ ସମସ୍ତ ବିଶ୍ୱବିଦ୍ୟାଳୟ ସମ୍ପ୍ରଦାୟକୁ କୋଭିଡ-୧୯ ନିର୍ଦ୍ଦେଶାବଳୀ ଅନୁସରଣ କରିବାକୁ ଅନୁରୋଧ କରିଛନ୍ତି। ସେ କହିଛନ୍ତି, ଆମେ ମାସ୍କ ପିନ୍ଧିବା, ନିୟମିତ ବ୍ୟବଧାନରେ ହାତ ଧୋଇବା ଏବଂ ସାମାଜିକ ଦୂରତା ବଜାୟ ରଖିବା। ଏଥିରେ ସହରାଂଚଳ ସ୍ୱାସ୍ଥ୍ୟ କେନ୍ଦ୍ରର ମେଡିକାଲ୍ ଅଫିସର ଡାକ୍ତର ସୁସେନ୍ କୁମାର ପାତ୍ର ଏହି ଆଲୋଚନାରେ ଭାଗ ନେଇ କୋଭିଡ୍ -୧୯ ବିରୋଧରେ ପ୍ରତିଷେଧକ ପଦକ୍ଷେପ ବିଷୟରେ ବିଶ୍ୱବିଦ୍ୟାଳୟର କର୍ମଚାରୀମାନଙ୍କୁ ଅବଗତ କରାଇବା ପାଇଁ କହିଥିଲେ।

ରେଜିଷ୍ଟ୍ରାର ପ୍ରଫେସର ଅସିତ କୁମାର ଦାସ ଉଦଘାଟନୀ ବକ୍ତବ୍ୟ ପ୍ରଦାନ କରିଥିଲେ ଏବଂ ଆମର କିଛି ଛୋଟ ଭୁଲ ହେତୁ ଭାଇରସ ବ୍ୟାପିବାକୁ ନେଇ ଉଦବେଗ ପ୍ରକାଶ କରିଥିଲେ। ଏଥିରେ କରୋନା ଏବଂ ଅନ୍ୟ ସ୍ୱାଇନ୍ ଫ୍ଲୁ ଭଳି ରୋଗ ଉପରେ ପ୍ରଶ୍ନ ଏବଂ ଉତ୍ତର ଅଧିବେଶନରେ ବହୁ ଛାତ୍ରଛାତ୍ରୀ ଓ ବ୍ୟକ୍ତିବିଶେଷ ଅଂଶ ଗ୍ରହଣ କରିଥିଲେ।

Hot this week

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

Related Articles

Popular Categories