www.samajalive.in
Wednesday, December 10, 2025
18.1 C
Bhubaneswar

ସକ୍ରିୟ ସହାୟତା ଯୋଗୁଁ ନିତି ଆୟୋଗ ଦ୍ୱାରା ପ୍ରଶଂସିତ ଡ. ଠାକୁର

ସମ୍ବଲପୁର : ନିତି ଆୟୋଗ ଅଟଳ ଇନୋଭେଟିଭ ମିଶନ ଓ ନିତି ଆୟୋଗ ଦ୍ୱାରା କୋଭିଡ – ୧୯ ସମୟରେ ଅର୍ଥନୀତିକୁ ଗତିଶୀଳ ଓ ରୋଜଗାର ହରାଇଥିବା ଅଣକୁଶଳୀ ଓ ଅଣସଙ୍ଗଠିତ କ୍ଷେତ୍ରର ଶ୍ରମିକ ମାନଙ୍କୁ ରୋଜଗାର ଯୋଗାଇ ଦେବା ପାଇଁ ‘ଉନ୍ନତି ପ୍ରକଳ୍ପ’ ଆରମ୍ଭ କରିଛନ୍ତି। ଏଣୁ ସାରା ଦେଶରୁ ବିଭିନ୍ନ କ୍ଷେତ୍ରର ଅଭିଜ୍ଞ ବ୍ୟକ୍ତିଙ୍କ ଠାରୁ ପ୍ରସ୍ତାବ ଓ ପରାମର୍ଶ ନିଆଯାଉଛି। ଏହି କ୍ରମରେ ସମ୍ବଲପୁରର ଜଣାଶୁଣା ଶିକ୍ଷାବିତ ତଥା ସମାଜସେବୀ ଡ. ସତ୍ୟନାରାୟଣ ଠାକୁରଙ୍କୁ ନିତି ଆୟୋଗ ଦ୍ୱାରା ସର୍ମ୍ପକ କରାଯାଇଥିଲା। ଜାତୀୟ ସେବା ଦଳର ଜାତୀୟସ୍ତରର ଅଧିକାରୀ ଡ. ଠାକୁର ଅଣକୁଶଳୀ ଓ ଅଣସଙ୍ଗଠିତ କ୍ଷେତ୍ରରେ ରୋଜଗାର ହରାଇଥିବା ଶ୍ରମିକ ମାନଙ୍କ ପାଇଁ ରୋଜଗାର ଅବସର ସୃଷ୍ଟି ଏବଂ ଓଡିଶା ଭାଷାରେ କିଭଳି ଉନ୍ନତି ପ୍ରକଳ୍ପର ୱେବସାଇଟ କରାଯିବ, ତାହା ଉପରେ ଏକ ପ୍ରୋଜେକ୍ଟ ରିପୋର୍ଟ ପ୍ରଦାନ କରିଥିଲେ। ଦୀର୍ଘ ୪ ମାସରୁ ଉର୍ଦ୍ଧ୍ବ ସମୟରେ କରାଯାଇଥିବା ଏହି ପ୍ରୋଜେକ୍ଟ ରିପୋର୍ଟକୁ ନିତି ଆୟୋଗ ଓ ଅଟଳ ଇନୋଭେସନ ମିଶନର ଚୟନକର୍ତ୍ତା ମାନେ ଉଚ୍ଚ ପ୍ରଶଂସା କରିଛନ୍ତି। ଏଣୁ ଅଟଳ ଇନୋଭେସନ ମିଶନର ନିଦ୍ଦେର୍ଶକ ତଥା ନିତି ଆୟୋଗର ଯୁଗ୍ମ ସଚିବ ଆର. ରମାନ୍ନ ଏକ ପ୍ରଶଂସା ପତ୍ର ଡ. ସତ୍ୟନାରାୟଣ ଠାକୁରଙ୍କୁ ଲେଖି ତାଙ୍କର ଉଦ୍ୟମ ଓ କାର୍ଯ୍ୟକୁ ଉଚ୍ଚ ପ୍ରଶଂସା କରିଛନ୍ତି।

ସୂଚନାଯୋଗ୍ୟ ଯେ, ଉନ୍ନତି ପ୍ରକଳ୍ପ ଜରିଆରେ ଏକ ୱେବସାଇଟ ନିର୍ମାଣ କରାଯାଉଛି। ଏହି ୱେବସାଇଟ ଜରିଆରେ ନିଜର ଯୋଗ୍ୟତା ଆଧାରରେ ଶ୍ରମିକମାନେ ସାରା ଦେଶରେ ନିଜ ପାଇଁ ଯୋଗ୍ୟ ଚାକିରି ଖୋଜିପାରିବେ ଏବଂ ସେହିଠାରେ ହିଁ ସେମାନେ ଆବେଦନ କରିବେ। ନିଯୁକ୍ତକାରୀ ସଂସ୍ଥା ଆବେଦନକାରୀଙ୍କୁ ସେହି ୱେବସାଇଟ ଜରିଆରେ ସାକ୍ଷାତକାର ଓ ଅନ୍ୟାନ୍ୟ ପ୍ରକ୍ରିୟା ପୂରଣ ପରେ ନିଯୁକ୍ତି ପ୍ରଦାନ କରିବେ। ଏହା ଦ୍ୱାରା ଶ୍ରମିକମାନେ ନିଜ ଘରେ ରହି ଦେଶର କୌଣସି ସ୍ଥାନରେ ଚାକିରି ପାଇଁ ଆବେଦନ କରିପାରିବେ ଏବଂ ସାକ୍ଷାତାକାର ଓ ପରୀକ୍ଷା ପାଇଁ ଅନ୍ୟତ୍ର ଯିବାକୁ ପଡିବ ନାହିଁ। ଏହି ୱେବସାଇଟକୁ ଜନାଦୃତ କରିବା ପାଇଁ ଡ. ଠାକୁର ତାଙ୍କର ବିଭିନ୍ନ ପ୍ରସ୍ତାବ ପ୍ରଦାନ ସହିତ ଏହାକୁ ଓଡିଆ ଭାଷାରେ ଅନୁବାଦ କାର୍ଯ୍ୟରେ ସହାୟତା କରୁଛନ୍ତି।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories