www.samajalive.in
Sunday, December 14, 2025
19.1 C
Bhubaneswar

ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ୨ଦିନିଆ ୱେବିନାର

ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଜେଣ୍ଡର ଷ୍ଟଡ଼ିଜ୍‍ ବିଭାଗ ତରଫରୁ ରାଜ୍ୟ ଉଚ୍ଚ ଶିକ୍ଷା ପରିଷଦ ସହାୟତାରେ ଚଳିତ ମାସ ୧୦ ଓ ୧୧ ତାରିଖରେ “Traversing the Ridge: Connecting Menstrual health Research, Perception and Practice” ଶୀର୍ଷକ ୱେବିନାର୍‍ ଅନୁଷ୍ଠିତ ହୋଇଯାଇଛି। ପ୍ରକଳ୍ପ ମୁଖ୍ୟ ତଥା ଗବେଷିକା ଡଃ ସାୟଂତନୀ ବେହୁରାଙ୍କ ତତ୍ୱାବଧାନରେ ଆୟୋଜିତ ଏହି ୱେବିନାରର ଉଦ୍‍ଘାଟନୀ ଉତ୍ସବରେ ବିଶ୍ୱବିଦ୍ୟାଳୟର କୂଳପତି ପ୍ରଫେସର ଅପରାଜିତା ଚୌଧୁରୀ, ଉଚ୍ଚଶିକ୍ଷା ପରିଷଦର ଉପାଧ୍ୟକ୍ଷ ପ୍ରଫେସର ଅଶୋକ କୁମାର ଦାସ, SCSTRTIର ନିର୍ଦ୍ଦେଶକ ପ୍ରଫେସର ଅଖିଳ ବିହାରୀ ଓତା ପ୍ରମୁଖ ସୁଚିନ୍ତିତ ପରାମର୍ଶ ଦେଇ ଏଭଳି ଗବେଷଣା ପାଇଁ ଯୁବପୀଢ଼ି ଆଗେଇ ଆସିବାକୁ ଆହ୍ୱାନ ଦେଇଥିଲେ। ସମାଜର ସମନ୍ୱିତ ବିକାଶ, ନାରୀସଶକ୍ତିକରଣ, ଆତ୍ମମର୍ଯ୍ୟାଦା ସମ୍ପନ୍ନ ଜୀବନ ଧାରଣ ପାଇଁ ସ୍ୱାସ୍ଥ୍ୟଗତ ଏହି ସମସ୍ୟାର ଗବେଷଣାସିଦ୍ଧ ଶାରୀରିକ ଓ ମାନସିକ କ୍ଷେତ୍ରରେ ବିଜ୍ଞାନସମ୍ମତ ପ୍ରଚେଷ୍ଟା ଜରୁରୀ ବୋଲି କୂଳପତି ମତବ୍ୟକ୍ତ କରିଥିଲେ।

- Advertisement -

ମହିଳାମାନଙ୍କର ଋତୁସ୍ରାବକାଳୀନ ସ୍ୱାସ୍ଥ୍ୟଗତ ସମସ୍ୟା, ପାଳିତ ରୀତିନୀତି ଓ ପ୍ରଚଳିତ ଭ୍ରାନ୍ତଧାରଣା ଓ ତାହାର ନିରାକରଣ ସମ୍ପର୍କରେ ବିଶିଷ୍ଟ ଶିକ୍ଷାବିତ୍‍, ଗବେଷକ, ମନୋବିଜ୍ଞାନ ବିଶାରଦ, ସମାଜସେବୀ ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ। ଟାଟା ସମାଜ ବିଜ୍ଞାନ ଅନୁଷ୍ଠାନର ପ୍ରଫେସର ଏମ୍‍. ଶିବକାମୀ ଭାରତର ଋତୁସ୍ରାବ ସ୍ୱାସ୍ଥ୍ୟର ସାମ୍ପ୍ରତିକ ସ୍ଥିତି ଓ ତାହର ଅବହେଳିତ ଦିଗ ତଥା ତାର ନିରାକରଣ ସମ୍ପର୍କରେ ବିଶଦ ଆଲୋଚନା କରିଥିଲେ। ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷା ପ୍ରଫେସର ସସ୍ମିତା ମହାନ୍ତି, ଉତ୍କଳ ବିଶ୍ୱବିଦ୍ୟାଳୟର ମନସ୍ତତ୍ତ୍ୱ ବିଭାଗର ପ୍ରଫେସର ଡ଼. ଭାସ୍ୱତୀ ପଟ୍ଟନାୟକ, ରମାଦେବୀ ଜେଣ୍ଡର ଷ୍ଟଡ଼ିଜ୍‍ ବିଭାଗର ପ୍ରଫେସର ଡ଼. ଜ୍ୟୋର୍ତିମୟୀ ଆଚାର୍ଯ୍ୟ ପ୍ରମୁଖ ଏ ସମ୍ପର୍କରେ ନାନାଦିଗରୁ ଆଲୋଚନା କରିଥିଲେ।

ୱେବିନାର୍‍ ଦ୍ୱିତୀୟ ଦିନର ନିମନ୍ତ୍ରିତ ଅତିଥି CYSDର ସହ ପ୍ରତିଷ୍ଠାତା ସମାଜସେବୀ ଶ୍ରୀଯୁକ୍ତ ଜଗଦାନନ୍ଦ, ୟୁନିସେଫୠ ନାସ୍‍ନାଲ ମେନ୍‍ଷ୍ଟ୍ରୁଆଲ ହାଇଜିନ୍‍ କନ୍‍ସଲ୍‍ଟାଣ୍ଟ ଜେନିଫର୍‍ ସେଲ୍‌ଫଭାରାଜ, ଆଇନାର ସମ୍ପାଦିକା ଶ୍ରୀମତୀ ସ୍ନେହ ମିଶ୍ର ନିଜ ନିଜର ବ୍ୟକ୍ତିଗତ ଅଭିଜ୍ଞତା ଭିତ୍ତିରେ ଗବେଷଣା ପୋଥିଗତ ନହୋଇ ସମାଜର ଅବହେଳିତ ବର୍ଗ ନିକଟରେ ତାର ସୁଫଳ ପହଞ୍ଚି ପାରିଲେ ତାହା ସାର୍ଥକତା ଲାଭ କରିବ ବୋଲି ଦର୍ଶାଇଥିଲେ।

ଆଲୋଚନାରେ ଅଧ୍ୟାପକ ଡ. ମାନସ ବେହେରା, ଅଧ୍ୟାପିକା ନବନୀତ କୌର, ଗୀତାଞ୍ଜଳି ନାୟକ, ସୁଶ୍ରୀ ସିନ୍ଧୁଜା ନନ୍ଦିନୀ ମିଶ୍ର ପ୍ରମୁଖ ଅଂଶଗ୍ରହଣ କରିଥିଲେ। ବିଭାଗର ମୁଖ୍ୟ ଅଧ୍ୟାପିକା ଡକ୍ଟର ଅଲିଭା ମହାନ୍ତି ୱେବିନାର ପ୍ରଥମ ଦିନରେ ସାମ୍ପ୍ରତିକ ଓ ସର୍ବକାଳୀନ ପ୍ରାସଙ୍ଗିକତା ପାଇଁ ଅଂଶଗ୍ରାହୀ ସକଳଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ୱେବିନାର୍‍ରେ ଶତାଧିକ ଗବେଷକ, ଅଧ୍ୟାପକ, ଛାତ୍ର-ଛାତ୍ରୀ ଭାଗନେଇଥିଲେ। ଅଧ୍ୟାପକ ସୁପ୍ରୀତି ପାଣିଗ୍ରାହୀ ୱେବିନାର୍‍ ସଂଯୋଜନା କରିଥିଲେ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories