www.samajalive.in
Monday, December 15, 2025
26.1 C
Bhubaneswar

ଉତ୍କଳ ପରିଷଦ ଦ୍ୱାରା ସ୍ୱାସ୍ଥ୍ୟ ଉପରେ ୱେବିନାର

ନବରଙ୍ଗପୁର: ଉତ୍କଳ ପରିଷଦ ନବରଙ୍ଗପୁର ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ଉପରେ ଚେତନା କାର୍ୟ୍ୟକ୍ରମ କରୁଥିଲା ବେଳେ ପ୍ରଥମ ଥର ସ୍ବାସ୍ଥ୍ୟ ଉପରେ ୱେବିନାର୍ କରିଛି। ସାହିତ୍ୟ ଇତିହାସରେ ଏହା ପ୍ରଥମ। ଉତ୍କଳ ପରିଷଦର ସଭାପତି ପ୍ରେମାଚାନ୍ଦ ପଟ୍ଟନାୟକ ସ୍ଵାଗତ ଭାଷଣ ଦେଇଥିଲେ। ଏଥିରେ ବିଶିଷ୍ଟ ବରିଷ୍ଠ ଡାକ୍ତର ବିପିନ ବିହାରୀ ମିଶ୍ର, ଡାକ୍ତର ପଙ୍କଜ କୁମାର ପଟ୍ଟନାୟକ, ଡାକ୍ତର ଶାନ୍ତି ସ୍ୱରୂପ ପଟ୍ଟନାୟକ ଯୋଗ ଦେଇ କୋଭିଡ଼-୧୯ରେ ଆସିଥିବା ବିପତି ଏହାର କାରଣ, ସଚେତନ, ସୁରକ୍ଷା ଏବଂ କଣ କଣ କରାଯିବ ବିସ୍ତୃତ ଭାବରେ କହିଥିଲେ। ପରେ ପ୍ରଶ୍ନ ଉତ୍ତରରେ ଭାଗ ନେଇ ସାର ଭାରତର କୋଣ ଅନୁକୋଣରୁ ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଥିଲେ। ଏଥିରେ ଦିଲ୍ଲୀ, ତେଲେଙ୍ଗାନା, ମଧ୍ୟପ୍ରଦେଶ, ତଥା ଓଡ଼ିଶାର ରାଉରକେଲା, ପୁରୀ, ଗଞ୍ଜାମ, ବାଲେଶ୍ଵର, କଟକ, ପୁରୀ, କଳାହାଣ୍ଡି, ରାୟଗଡ଼ାରୁ ଯୋଗଦାନ କରିଥିଲେ। ଏମାନଙ୍କ ମଧ୍ୟରୁ ରାମ ପାତ୍ର, ଅଭିଜିତ ତ୍ରିପାଠୀ, ଅରୁଣ ମହାପାତ୍ର, ସୁରେନ୍ଦ୍ର କୁମାର ବେହେରା, ପି ରବିକାନ୍ତ ରଘୁରାମ, ଶାନ୍ତି ପାଣ୍ଡା, ରଶ୍ମିତା ପ୍ରଧାନ, ଇନ୍ଦ୍ରମଣି ମଙ୍ଗରାଜ, ଶକ୍ତି ପ୍ରସାଦ ବେହେରା, ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ତପନ କୁମାର ବିଷୋୟୀ, ରମେଶ ଟାକ୍ରୀ, ଲଳିତ ମଣ୍ଡଳ, ଲିଙ୍ଗରାଜ ସାହୁ, ଗୁପ୍ତେଶ୍ୱର ପଣ୍ଡା, ଶାନ୍ତି ଖୋସଲା, ମନୋଜ ପଟ୍ଟନାୟକ, ରଶ୍ମିତ ଧନଫୁଲ, ପାର୍ବତୀ ଜାନି, କୈଳାଶ ବେହେରା, ଗୋପାଳ କୃଷ୍ଣ ପାଣିଗ୍ରାହୀ ଆହୁରି ଅନେକ ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ। ନାଟ୍ୟକାର ଜଗନ୍ନାଥ ବେହେରା ଏହି କାର୍ୟ୍ୟକ୍ରମକୁ ସଂଯୋଜନା କରିଥିଲେ। ଉତ୍କଳ ପରିଷଦର ସମ୍ପାଦକ ତପନ କୁମାର ବିଷୋୟୀ ଧନ୍ୟବାଦ ପ୍ରଦାନ କରିଥିଲେ ।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories