www.samajalive.in
Saturday, December 13, 2025
27.1 C
Bhubaneswar

ରବିବାରଠାରୁ ପାଗରେ ପରିବର୍ତ୍ତନ : ତିନିଦିନ ପାଇଁ ଘନ କୁହୁଡି

ଭୁବନେଶ୍ବର : ରାଜ୍ୟରେ ପାଣିପାଗରେ ଅସ୍ବଭାବିକ ପରିବର୍ତ୍ତନ ଦେଖା ଦେଇଛି । ସପ୍ତାହେ ଧରି ଶୀତ ପରେ ଶୁକ୍ରବାରଠାରୁ  ରାଜ୍ୟର ଅଧିକାଂଶ ସ୍ଥାନରେ ଝିପିଝିପି ବର୍ଷା ଲାଗି ରହିବା ସହିତ ପାଗ କୋହଲା ରହିଛି । ଫଳରେ ବିଭିନ୍ନ ସ୍ଥାନରେ ଶୀତର ପ୍ରକୋପ ବୃଦ୍ଧି ପାଇଛି।

ଶନିବାର ରାଜ୍ୟରେ ବର୍ଷା ସହ କୋହଲା ପାଗ ଲାଗି ରହିଛି । ଉପକୂଳ ଓଡିଶା ସମେତ କିଛି ଜିଲ୍ଲାରେ ବର୍ଷା ହେଉଛି । ନୂଆପଡା, ନବରଙ୍ଗପୁର, କଳାହାଣ୍ଡି, ଗଜପତି, ଢେଙ୍କାନାଳ, ସୋନପୁର, ଅନୁଗୁଳ, ବୌଦ୍ଧ, ମୟୁରଭଞ୍ଜ, କେନ୍ଦୁଝର ଓ  ଦେବଗଡ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବର୍ଷାର ସମ୍ଭାବନା ରହିଛି । ତେବେ ଆସନ୍ତାକାଲି ଅର୍ଥାତ ରବିବାରଠାରୁ ପାଗରେ ପରିବର୍ତ୍ତନ ଆସିବା ନେଇ ପୂର୍ବାନୁମାନ କରାଯାଇଛି । ଏହା ସହ ଆସନ୍ତାକାଲିଠାରୁ କିଛି ସ୍ଥାନରେ ଘନ କୁହୁଡି ଅନୁଭୂତ ହେବ। କନ୍ଦମାଳ, ସମ୍ବଲପୁର, ମାଲକାନଗିରି, ଝାରସୁଗୁଡା ଓ କଳାହାଣ୍ଡି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଘନ କୁହୁଡିର ସମ୍ଭାବନା ରହିଛି। ଏନେଇ  ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ତିନିଦିନ ପାଇଁ ଘନ କୁହୁଡି ନେଇ ଏହି ୱାର୍ଣ୍ଣିଂ ଜାରି କରାଯାଇଛି।

- Advertisement -

ତେବେ ଗତ ୨୪ ଘଣ୍ଟା ମଧ୍ୟରେ  ତାଳଚେରରେ ସର୍ବାଧିକ ୫୮ ମିମି. ବର୍ଷା ରେକର୍ଡ କରାଯାଇଛି। ବାଲେଶ୍ବରରେ ୨୨.୪ ମିମି. ବର୍ଷା ରେକର୍ଡ କରାଯାଇଛି।

 

Hot this week

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

Related Articles

Popular Categories