ବୁଲିଯାଇଥିଲେ ଜଳ ପ୍ରପାତ, ହଠାତ୍‌ ବନ୍ୟା ଯୋଗୁଁ ଗଛରେ ଝୁଲି ରହି ଜୀବନ  ବଞ୍ଚାଇଲେ ୩୫ ପର୍ଯ୍ୟଟକ

0

ମୁମ୍ବଇ:  ମୌସୁମୀ ବାୟୁ ସକ୍ରିୟ ହେବାପରେ ମୁମ୍ବଇରେ ପ୍ରବଳ ବର୍ଷା ହୋଇଛି । ଏଥିଯୋଗୁଁ ସାଧାରଣ ଜୀବନ ଯାତ୍ରା ବ୍ୟାହାତ ହୋଇଛି । ବିଭିନ୍ନ ସ୍ଥାନରେ ପାଣି ଜମି ରହିବାରୁ ଯାନବାହାନ ଯାତାୟତରେ ଅସୁବିଧା ସୃଷ୍ଟି ହୋଇଛି ।   ବର୍ଷା ଯୋଗୁଁ  ପଶ୍ଚିମ ରେଳବାଇର ବିଭିନ୍ନ ଟ୍ରେନର ଗତି ପଥ ବଦଳାଯାଇଛି ।

prayash

ମହାରାଷ୍ଟ୍ରର ପାଲଘରରେ ଥିବା ଚିନ୍‌ଛୋଟି ଜଳପ୍ରପାତ ବୁଲିବାକୁ ଯାଇଥିବା ୪୦ ଜଣଙ୍କ ମଧ୍ୟରୁ ୩୫ ଜଣଙ୍କୁ   ଉଦ୍ଧାର କରାଯାଇଛି । ଏମାନେ ଜଳ ପ୍ରପାତକୁ ବୁଲିବାକୁ ଯାଇଥିବା ବେଳେ ପ୍ରବଳବର୍ଷା ଯୋଗୁଁ ଜଳ ପ୍ରପାତରେ ହଠାତ୍‌ ବନ୍ୟା ଆସିଥିଲା । ଏମାନେ ପଥର ଉପରେ ଫସିଯାଇଥିଲେ । କିଛି ଲୋକ ଜୀବନ ବଞ୍ଚାଇବା ପାଇଁ ଗଛର ଡାଳ ସାହାଯ୍ୟରେ ଗଛ ଉପରକୁ ଚଢି ଯାଇଥିଲେ ।

ଏହାପରେ  ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳ ପକ୍ଷରୁ ସେମାନଙ୍କୁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା । ହେଲିକାପ୍ଟର ସାହାଯ୍ୟରେ ଫସି ରହିଥିବା ଲୋକମାନଙ୍କୁ ଉଦ୍ଧାର କରାଯାଇଛି । ନିଖୋଜ ଥିବା ୫ ଜଣଙ୍କୁ ଖୋଜିବା ସହ ଉଦ୍ଧାର ପାଇଁ  ଜାତୀୟ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ  ଉଦ୍ୟମ ଜାରି ରହିଛି ।

kalyan agarbati
Leave A Reply