www.samajalive.in
Sunday, December 14, 2025
23.1 C
Bhubaneswar

ପାନୀୟଜଳ ସମସ୍ୟା, ୨ କିଲୋମିଟର ଦୂର ନଦୀରୁ ପାଣି ଆଣୁଛନ୍ତି ଲୋକେ

ବାଉଁଶୁଣି : ବୌଦ୍ଧ ବ୍ଲକ୍ ବାଉଁଶୁଣି ପଞ୍ଚାୟତ ଯମଘାଟି ଗାଁର ଗ୍ରାମବାସୀ ପାଣି ପାଇଁ ଡହଳବିକଳ ହେଉଛନ୍ତି । ପାଣି ଯୋଗାଣ ପାଇଁ ସମସ୍ତ କାର୍ଯ୍ୟ ସମାପ୍ତ ହୋଇଥିଲେ ମଧ୍ୟ ପାଣି ଯୋଗାଇ ପାରୁନି ପ୍ରଶାସନ। ଏପଟେ ପାଣି ପାଇଁ ନଳକୂପ ଉପରେ ନିର୍ଭର କରୁଥିବା ଯମଘାଟି ଗାଁର ଲୋକେ ଦୁଇ କିଲୋମିଟର ଦୂର ବାଘନଦୀରୁ ପିଇବା ପାଣି ଅଣିବାକୁ ବାଧ୍ୟ ହେଉଛନ୍ତି। ବିଭାଗ ଦ୍ବାରା ହୋଇଥିବା ପାଣି ଟାଙ୍କି ୨ବର୍ଷ ହେବ ଅଚଳ ହୋଇ ପଡ଼ିଥିଲେ ମଧ୍ୟ ପଞ୍ଚାୟତ ବିଭାଗ ଅଧିକାରୀ ଏଥିପ୍ରତି ଦୃଷ୍ଟି ନ ଦେବା ବର୍ତ୍ତମାନ ଦୁଃଖର ବିଷୟ ପାଲଟିଛି। ଅନ୍ୟପଟେ ପାଣି ଟାଙ୍କି ସମ୍ପର୍କିତ ସମସ୍ତ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିଲେ ମଧ୍ୟ ପାଣି ଯୋଗାଇଦେବା ତ ଦୂରର କଥା, ଅଧିକାରୀମାନଙ୍କ ଦର୍ଶନ ମିଳୁନି । ଏଣୁ ବୌଦ୍ଧ ବ୍ଲକ୍ ବିଡ଼ିଓ ଏଥିପ୍ରତି ଦୃଷ୍ଟି ଦେଇ ଯଥାଶୀଘ୍ର ପିଇବା ପାଣି ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories