www.samajalive.in
Saturday, December 6, 2025
23.1 C
Bhubaneswar

ବାମଣ୍ଡା ଗ୍ରାମରେ ପାନୀୟ ଜଳ ସମସ୍ୟା, ପଂଚାୟତ କାର୍ଯ୍ୟାଳୟ ଘେରିଲେ ମହିଳା

ବୌଦ୍ଧ : ବୌଦ୍ଧ ଜିଲା ହରଭଙ୍ଗା ବ୍ଲକର ବାମଣ୍ଡା ଗ୍ରାମରେ ପାନୀୟ ଜଳ ସମସ୍ୟା ଦେଖାଦେଇଥିବା ବେଳେ ଏହାର ସମାଧାନ ଦାବିରେ ଆଜି ଗ୍ରାମର ମହିଳାମାନେ ଗରା, ବାଲଟି ଆଦି ଧରି ପଂଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବା ସହିତ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ହେଲେ ଦୀର୍ଘ ଘଣ୍ଟା ଧରି ମହିଳାମାନେ ପଂଚାୟତ କାର୍ଯ୍ୟାଳୟ ଆଗରେ ଧାରଣାରେ ବସି ରହିଥିବା ବେଳେ ସେଠାକୁ କୌଣସି ପ୍ରଶାସନିକ ଅଧିକାରୀ କିମ୍ବା ଲୋକ ପ୍ରତିନିଧି ନଯିବା ଫଳରେ ଅନ୍ଦୋଳନକାରୀ ମହିଳାମାନେ ଅସନ୍ତୋଷ ପ୍ରକାଶ କରିବା ସହିତ ଧାରଣାସ୍ଥଳରୁ ସମସ୍ତେ ଚାଲିଯାଇଥିଲେ।

ପ୍ରକାଶଯୋଗ୍ୟ ଯେ, ପଞ୍ଚାୟତିରାଜ ବ୍ୟବସ୍ଥାରେ ପାନୀୟଜଳ ଯୋଗାଇଦେବା ପଞ୍ଚାୟତର ନିର୍ବାଚିତ ପ୍ରତିନିଧିଙ୍କ ପ୍ରମୁଖ ଦାୟିତ୍ୱ ହୋଇଥିବାବେଳେ ଏଥିପାଇଁ ସରକାର ପଞ୍ଚାୟତଗୁଡିକୁ ସ୍ୱତନ୍ତ୍ର ଭାବରେ ଅନୁଦାନ ମଧ୍ୟ ଯୋଗାଇଦେଇଛନ୍ତି। କିନ୍ତୁ ନିର୍ବାଚିତ ପ୍ରତିନିଧିମାନେ ନିଜ ଦାୟିତ୍ୱରୁ ଖସିବା ପାଇଁ ସବୁ ଦୋଷ ବିଭାଗୀୟ ସରକାରୀ କର୍ମଚାରୀଙ୍କ ଉପରେ ଲଦି ଦେଉଛନ୍ତି। ଫଳରେ ଅନେକ ପଞ୍ଚାୟତରେ ପାନୀୟଜଳ ସମସ୍ୟା ଦେଖାଯିବା ସହିତ ସାଧାରଣଲୋକ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବାକୁ ବାଧ୍ୟ ହେଉଛନ୍ତି। କେଉଁ ପଞ୍ଚାୟତକୁ ପାନୀୟଜଳ ଯୋଗାଣ ପାଇଁ ବାର୍ଷିକ କେତେ ଟଙ୍କା ଅନୁଦାନ ଯୋଗାଇଦିଆଯାଇଛି ଏବଂ ତାହାର ଖର୍ଚ୍ଚ ସମୀକ୍ଷା କରାଗଲେ ଅନେକ ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସିବ ବୋଲି ମତପ୍ରକାଶ ପାଉଅଛି। ତେଣୁ ଜିଲାପ୍ରଶାସନ ପଦକ୍ଷେପ ଗ୍ରହଣ କରିବା ସହିତ ଗ୍ରାମ୍ୟ ପାନୀୟଜଳଯୋଗାଣ ବିଭାଗ ହସ୍ତକ୍ଷେପ କରିବାକୁ ମତପ୍ରକାଶ ପାଉଅଛି। ତୁରନ୍ତ ପଞ୍ଚାୟତବାସୀଙ୍କ ପାନୀୟଜଳ ସମସ୍ୟାର ସମାଧାନ ନ ହେଲେ ଆଗକୁ ଜାତୀୟ ରାଜପଥ ଅବରୋଧ କରିବା ପାଇଁ ସଜବାଜ ହେଉଥିବା ଜଣାପଡିଛି।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories