www.samajalive.in
Saturday, December 6, 2025
26.1 C
Bhubaneswar

ବର୍ଷାରେ ବେହାଲ ଆଠଗଡ଼: ଭାଙ୍ଗିଲା ପାଚେରୀ, କାର୍ଯ୍ୟାଳୟରେ ପଶିଲା ପାଣି

ଆଠଗଡ: ଆଠଗଡ଼ରେ ପ୍ରବଳ ବର୍ଷା ଯୋଗୁଁ ସହର ମଧ୍ୟସ୍ଥ ବିଭିନ୍ନ ସ୍ଥାନରେ ବନ୍ୟାର ଭ୍ରମ ସୃଷ୍ଟି ହୋଇଛି। ଏହି ବର୍ଷାଋତୁରେ ମଙ୍ଗଳବାର ରାତିରେ ସର୍ବାଧିକ ବର୍ଷା ହୋଇଥିବା ରେକର୍ଡ ହୋଇଛି। ଆଠଗଡ ସହରର ବୀରକିଶୋରପୁର ସାହିର ଦକ୍ଷିଣ ପାର୍ଶ୍ବରେ ପୂର୍ବରୁ ଥିବା ପ୍ରାକୃତିକ ନାଳ ଅବରୋଧ କରି ଗୃହ ନିର୍ମାଣ ହୋଇଥିବା ଯୋଗୁଁ ବର୍ଷାଜଳ ନିଷ୍କାସିତ ହୋଇନପାରି ଚାନ୍ଦବାଲି ଛକଠାରୁ ବୀରକିଶୋରପୁର ପର୍ଯ୍ୟନ୍ତ ମୁଖ୍ୟ ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚ ପାଣି ଚାଲିଥିଲା। ସହର ମଧ୍ୟରେ ଡ୍ରେନେଜ ବ୍ୟବସ୍ଥା ଠିକ୍ ନଥିବା ଓ ରକ୍ଷଣାବେକ୍ଷଣ ଅଭାବରୁ ବିଭିନ୍ନ ସ୍ଥାନରେ ନାଳ ପୋତି ହେବା ଏବଂ ପୋଲିଆ ଅବରୋଧ ହେବା ଦ୍ବାରା ନାହିଁ ନଥିବା ସମସ୍ୟା ସୃଷ୍ଟି ହୋଇଛି। ପୁରୁଣା କଟକ-ସମ୍ବଲପୁର ମୁଖ୍ୟ ରାସ୍ତାର ଚାନ୍ଦବାଲି ଛକ ଗଡା ରାସ୍ତା କଡରେ ଯାଇଥିବା ମୁଖ୍ୟ ନାଳ ଉପରେ ଥିବା ଏକ ପୋଲିଆ ଅବରୋଧ ହୋଇଥିବାରୁ ବର୍ଷାଜଳ ନିଷ୍କାସନ ହୋଇପାରି ନ ଥିଲା। ଫଳରେ ନାଳ କଡ଼ରେ ଥିବା ଏଲଆଇସି କାର୍ଯ୍ୟାଳୟ ଓ ନୃସିଂହ ଚରଣ ରଥ ନାମକ ବ୍ୟକ୍ତିଙ୍କ ଘର ପରିସରରେ ପ୍ରବଳ ପାଣି ପଶିଯିବା ଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବର୍ଷାଜଳର ସୁଅ ଏତେ କ୍ଷୀପ୍ର ଥିଲା ଯେ ସେଥିରେ ନୃସିଂହ ରଥଙ୍କ ପାଚେରୀ ଭାଙ୍ଗିବା ସହିତ ଘର ଏବଂ ନିକଟରେ ଥିବା ଅନ୍ୟ କେତେକଙ୍କ ଘରେ ମଧ୍ୟ ପାଣି ପଶିଯାଇଥିଲା। ଖବର ପାଇ ବୁଧବାର ସକାଳେ ଏନଏସି କର୍ତ୍ତୃପକ୍ଷ ତୁରନ୍ତ ଜେସିବି ମେସିନ ଲଗାଇ ଉକ୍ତ ପୋଲିଆ ନିକଟରେ ଖୋଳାଖୋଳି କରି ଅବରୋଧ ହଟାଇବା ପରେ ଜଳ ନିଷ୍କାସନ ହୋଇଥିଲା।

ସେହିପରି ନାଳ ଅବରୋଧ ଯୋଗୁଁ ଅଟ୍ଟାଳି ଜଗନ୍ନାଥଙ୍କ ମନ୍ଦିର ପରିସରରେ ୩ଫୁଟ ଉଚ୍ଚର ବର୍ଷାଜଳ ଜମି ରହିଥିବିରୁ ଶ୍ରୀଜୀଉଙ୍କର ନୀତିକାନ୍ତି ବିଳମ୍ବ ଘଟିଥିଲା। ଆଠଗଡ ସହରର ବିଭିନ୍ନ ସାହିବସ୍ତିରେ ଡ୍ରେନେଜ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଥିବାରୁ ବିଭିନ୍ନ ସ୍ଥାନରେ ନାଳର ମଇଳା ପାଣି ରାସ୍ତା ଉପରେ ଚାଲୁଥିବା ଦେଖିବାକୁ ମିଳିଛି। ଏ ବିଷୟରେ ବାରମ୍ବାର ଗଣମାଧ୍ୟମରେ ଖବର ପ୍ରକାଶିତ ପରେ ମଧ୍ୟ ବିଭାଗୀୟ ଅଧିକାରୀ ଚୁପ୍ ହୋଇରହିବା ଏବଂ ପ୍ରତିକାର ପାଇଁ କିଛି ପଦକ୍ଷେପ ନେଇ ନ ଥିବାରୁ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories