www.samajalive.in
Monday, December 8, 2025
27.1 C
Bhubaneswar

ଜାତୀୟ ହସ୍ତତନ୍ତ ଦିବସ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଜାତୀୟ ହସ୍ତତନ୍ତ ଦିବସ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଭାରତୀୟ କାରିଗରଙ୍କ ଉଦ୍ୟମକୁ ପ୍ରଶଂସା କରି ସେ ‘ଭୋକାଲ୍ ଫର୍ ଲୋକାଲ୍’ ଅଭିଯାନ ପ୍ରତି ସରକାରଙ୍କ ପ୍ରତିବଦ୍ଧତାକୁ ଦୋହରାଇଛନ୍ତି। ଶ୍ରୀ ମୋଦୀ ସାମାଜିକ ଗଣମାଧ୍ୟମ ଏକ୍ସରେ ଲେଖିଛନ୍ତି:

“ଜାତୀୟ ହସ୍ତତନ୍ତ ଦିବସ ଅବସରରେ ଶୁଭେଚ୍ଛା। ଆମ ଦେଶରେ ହସ୍ତତନ୍ତର ସମୃଦ୍ଧ ଐତିହ୍ୟ ଏବଂ ଜୀବନ୍ତ ପରମ୍ପରାକୁ ନେଇ ଆମେ ଗର୍ବିତ। ଆମେ ମଧ୍ୟ ଆମ କାରିଗରଙ୍କ ପ୍ରୟାସକୁ ପ୍ରଶଂସା କରୁଛୁ ଏବଂ ‘ଭୋକାଲ୍ ଫର୍ ଲୋକାଲ’ ହେବା ପାଇଁ ଆମର ପ୍ରତିବଦ୍ଧତାକୁ ଦୋହରାଉଛୁ।”

- Advertisement -

ସୂଚନାଯୋଗ୍ୟ, ପ୍ରତିବର୍ଷ ଅଗଷ୍ଟ ୭ ତାରିଖ ଅର୍ଥାତ୍ ଆଜିର ଦିନକୁ ଜାତୀୟ ହସ୍ତତନ୍ତ ଦିବସ ଭାବେ ପାଳନ କରାଯାଏ। ଭାରତର ଗ୍ରାମାଞ୍ଚଳ ଓ ଛୋଟ ସହରମାନଙ୍କରେ ବହୁ ବୁଣାକାର ରହିଛନ୍ତି। ସେମାନେ କିସମ କିସମ ଶାଢ଼ି ସହ ଅନ୍ୟାନ୍ୟ ଲୁଗାପଟା ପ୍ରସ୍ତୁତ କରି ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ଖ୍ୟାତି ଅର୍ଜନ କରିଛନ୍ତି। ୨୦୧୫ ଅଗଷ୍ଟ ୭ରେ ପ୍ରଥମଥର ପାଇଁ ହସ୍ତତନ୍ତ ଦିବସ ପାଳନ କରାଯାଇଥିଲା। ସୂଚନାଥାଉ କି ୧୯୦୫ ମସିହା ଅଗଷ୍ଟ ୭ରେ ସ୍ବଦେଶୀ ଆନ୍ଦୋଳନ ହୋଇଥିଲା। ଏହାକୁ ସମ୍ମାନ ଜଣାଇ ଅଗଷ୍ଟ ୭ରେ ଜାତୀୟ ହସ୍ତତନ୍ତ ଦିବସ ପାଳନ ପାଇଁ ନିଷ୍ପତ୍ତି ହୋଇଥିଲା। ବୁଣାକାରଙ୍କ କାର୍ଯ୍ୟ ପ୍ରତି ସମ୍ମାନ ପ୍ରଦର୍ଶନ ପୂର୍ବକ ଦେଶର ଆର୍ଥିକ ଓ ସାମାଜିକ ବିକାଶରେ ସେମାନଙ୍କ ଅବଦାନ ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଇବା ନିମନ୍ତେ ଏହି ଦିବସ ପାଳିତ ହୋଇ ଆସୁଛି। ସେହିପରି ବୁଣାକାରଙ୍କ ସମସ୍ୟାକୁ ସମାଧାନ ଦିଗରେ କ’ଣ ପଦକ୍ଷେପ ଗ୍ରହଣ କରାଯାଇ ପାରିବ ସେ ନେଇ ମଧ୍ୟ ବଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ।

Hot this week

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

ଓଡ଼ିଶାରେ ଡାକ୍ତର ମରୁଡି ବଢାଇଲା ଚିନ୍ତା

ଭୁବନେଶ୍ୱର: ଓଡ଼ିଶାରେ ଡାକ୍ତର ମରୁଡି ପଡିଛି । ଠିକାରେ ଚାଲିଛି ଡାକ୍ତରୀ...

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

Related Articles

Popular Categories