www.samajalive.in
Monday, December 8, 2025
14.1 C
Bhubaneswar

ସୁବର୍ଣ୍ଣରେଖା ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି

ବାଲେଶ୍ୱର : ଝାଡଖଣ୍ଡ ଓ ପଶ୍ଚିମବଙ୍ଗ ଅଂଚଳରେ ପ୍ରବଳ ବର୍ଷା ହେବାରୁ ସୁବର୍ଣ୍ଣରେଖା ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ।  ନଦୀର ଗାଲୁଡ଼ିହ ବ୍ୟାରେଜ ରୁ ମିନିଟ ପ୍ରତି ୩ ଲକ୍ଷ କ୍ୟୁସେକ୍ ରୁ ଅଧିକ ବର୍ଷା ପାଣି ନିଷ୍କାସିତ ହେବାରୁ ସୁବର୍ଣ୍ଣରେଖା ର ଜଳସ୍ତର ବୃଦ୍ଧି ପାଇଚାଲିଛି। ଭୋରରେ ରାଜଘାଟ ଠାରେ ସୁବର୍ଣ୍ଣରେଖା ର ଜଳପତ୍ତନ ବିପଦସଂକେତ ୧୦.୩୬ ମିଟର ଟପିଥିଲା। ଦିନ ୯ ଟା ରେ ରାଜଘାଟ ଠାରେ ଜଳ ପତ୍ତନ ୧୦.୫୪ ଉପରେ ପ୍ରବାହିତ ହେଉଛି। ଗତ କିଛିଦିନ ଧରି ଲଗାଣ ବର୍ଷା ହୋଇଥିବାରୁ ପଶ୍ଚିମବଙ୍ଗ ର ଉଦବ୍ରୁତ୍ତ ବର୍ଷା ପାଣି ଯୋଗୁ ଜଳେଶ୍ୱର,ଭୋଗରାଇ ର ଧୋୟା ଅଞ୍ଚଳ ବୁଡିରହିଛି। ସୁବର୍ଣ୍ଣରେଖା ନଦୀରେ ବନ୍ୟା ଦେଖା ଦେବାରୁ ନଦୀରେ ପଡ଼ିଥିବା ଖାଳ ଓ ନାଲ ଦ୍ୱାରା ପାଣି ସମତଳ ଅଞ୍ଚଳ କୁ ପ୍ରବାହିତ ହେଉଛି। ଫଳରେ ବନ୍ୟା ପରିସ୍ଥିତି ଜଟିଳ ହେବାରେ ଲାଗିଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories