www.samajalive.in
Monday, December 8, 2025
27.1 C
Bhubaneswar

ଆଜି ପୃଥିବୀର ନିକଟବର୍ତ୍ତୀ ହେବ ଶନି ଗ୍ରହ

ଭୁବନେଶ୍ୱର: ଗ୍ରହ ଜଗତର ଅନ୍ୟତମ ବୃହତ ଗ୍ରହ ଶନି ଆଜି ପୃଥିବୀର ନିକଟବର୍ତ୍ତୀ ହେଉଛି। ଏହି ସମୟରେ ଶନି ଗ୍ରହ ଅଧିକ ଉଜ୍ଜ୍ୱଳ ଦେଖାଯିବ। ବିଶ୍ୱର ବିଭିନ୍ନ ଭାଗରେ ଲୋକମାନେ ଏହାକୁ ଦେଖିପାରିବେ। ଭାରତୀୟ ସମୟ ଦିନ ୧୧.୩୦ରେ ଏହା ପୃଧିବୀର ନିକଟବର୍ତ୍ତୀ ହେଉଥିବାରୁ ଭାରତୀୟ ଜନସାଧାରଣ ଏହାକୁ ଦେଖିବା ସମ୍ଭବ ହେବନାହିଁ। ତେବେ ସେହି ସମୟରେ ରାତି ଥିବା ପୃଥିବୀର ଅନ୍ୟତ୍ର ଜନସାଧାରଣ ଏହାକୁ ଦେଖିପାରିବେ।
ଏ ସମ୍ପର୍କରେ ଭୁବନେଶ୍ୱରସ୍ଥିତ ପଠାଣି ସାମନ୍ତ ପ୍ଲାନେଟାରିୟରମ ଉପ ନିର୍ଦ୍ଦେଶକ ଡ.ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି, ବୈଜ୍ଞାନିକ ମତରେ ଏହାକୁ ‘ଅପୋଜିସନ’ ବୋଲି କୁହାଯାଏ। ଏହା ପ୍ରତିବର୍ଷ ଘଟିଥାଏ। ଶନି ଅଥବା ସୋ÷ର ଜଗତର ଏକ ଗ୍ରହ ପୃଥିବୀର ନିକଟବର୍ତ୍ତୀ ହୋଇଥାଏ। ସେତେବେଳେ ଏହାକୁ ଅତି ନିକଟରୁ ଦେଖିହୁଏ। ପୃଥିବୀ ସୂର୍ଯ୍ୟ ଚାରିପଟେ ପ୍ରଦକ୍ଷିଣ କରିବାକୁ ୩୬୫ ଦିନ ନେଉଥିବାବେଳେ ଶନି ଗ୍ରହ ସୂର୍ଯ୍ୟର ପ୍ରଦକ୍ଷିଣ କରିବାକୁ ୨୯.୫ ବର୍ଷ ନେଇଥାଏ।
ଡ.ପଟ୍ଟନାୟକ କହିଛନ୍ତି ଯେ ପ୍ରତିବର୍ଷ ପୃଥିବୀ ଓ ଶନିଗ୍ରହ ପ୍ରଦକ୍ଷିଣ ସମୟରେ ପରସ୍ପରର ନିକଟବର୍ତ୍ତୀ ହୋଇଥାନ୍ତି। ବର୍ଷେ ଅଥବା ୧୩ ବର୍ଷରେ ସେମାନେ ପରସ୍ପରର ଅତି ନିକଟକୁ ଆସିଥାନ୍ତି। ଏହା ପୂର୍ବରୁ ଦୁଇ ଗ୍ରହ ୨୦୨୦ ଜୁଲାଇ ୨୦ରେ ପରସ୍ପରର ନିକଟବର୍ତ୍ତୀ ହୋଇଥିଲେ ଏବଂ ଏହି ମହାଜାଗତିକ ଘଟଣା ପୁନର୍ବାର ୨୦୨୨ ଅଗଷ୍ଟ ୧୪ରେ ଘଟିବ। ଆଜି ପୃଥିବୀ ଓ ଶନି ମଧ୍ୟରେ ଦୂରତା ପ୍ରାୟ ୧୨୦ କିଲୋମିଟର ରହିବ, ଯାହା ସ୍ୱାଭାବିକ ଦିନଗୁଡିକ ତୁଳନାରେ ୫୦ କୋଟି କିଲୋମିଟର କମ୍‍।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories