ଚେହେରାରେ ଦେଖାଯାଉଥିବା ଭାତୁଡ଼ି ସୁନ୍ଦରତାକୁ ନଷ୍ଟ କରିଥାଏ। ଏଥିରୁ ମୁକ୍ତି ପାଇବା ପାଇଁ ଲୋକେ ବହୁ ଟଙ୍କା ଖର୍ଚ୍ଚ କରିଥା’ନ୍ତି। ହେଲେ କିଛି ଘରୋଇ ଉପଚାର ରହିଛି ଯାହାକୁ ଆପଣେଇବା ଦ୍ୱାରା ଏହି ସମସ୍ୟାକୁ ଦୂର କରାଯାଇ ପାରିବ। ପ୍ରଥମେ ଚାଲନ୍ତୁ ଜାଣିବା ଏହି ଭାତୁଡ଼ି ସମ୍ବନ୍ଧରେ –
ଭାତୁଡ଼ି ହେବାର ମୁଖ୍ୟ କାରଣ ହ୍ୟୁମାନ ପାପିଲ୍ଲୋମା ଭାଇରସ୍ ଅଟେ, ଯାହା ସାଧାରଣତଃ ବର୍ଣ୍ଣକ କୋଷ ମାନଙ୍କ ସମଷ୍ଟି ହୋଇଥାଏ। ଭାତୁଡ଼ି ସାଧାରଣତଃ କଳା କିମ୍ବା ମାଟିଆ ରଙ୍ଗର ହୋଇଥାଏ। ସଠିକ୍ ସମୟରେ ଏହାର ଉପଚାର ନକରାଇବା ଦ୍ୱାରା ଏହା କର୍କଟ ଭଳି ପ୍ରାଣଘାତୀ ରୋଗର କାରଣ ହୋଇଥାଏ।
ଭାତୁଡ଼ିର ଘରୋଇ ଉପଚାର –
କଦଳୀ :
କଦଳୀ ଚୋପାରେ ଆଣ୍ଟିଅକ୍ସିଡ଼ାଣ୍ଟ ରହିଥାଏ ଯାହା ଭାତୁଡ଼ିକୁ ଦୂର କରିବାରେ ସହାୟକ ହୋଇଥାଏ। ଏଥିପାଇଁ କଦଳୀ ଚୋପାକୁ ରାତିରେ ଭାତୁଡ଼ି ଉପରେ ଲଗାନ୍ତୁ। ଏପରି କରିବା ଦ୍ୱାରା ଏହି ସମସ୍ୟାରୁ ଖୁବ୍ ଶୀଘ୍ର ମୁକ୍ତି ମିଳିଥାଏ।
ଆଳୁ :
ଆଳୁ ଭାତୁଡ଼ି ଦୂର କରିବାରେ ବହୁ ସହାୟକ ହୋଇଥାଏ। ଏଥିପାଇଁ ଆଳୁ ଚୋପା ଛଡ଼ାଇ ତା’ର ପେଷ୍ଟ ପ୍ରସ୍ତୁତ କରି ଭାତୁଡ଼ି ଉପରେ ଲଗାନ୍ତୁ। ଏହା ବହୁତ ଫଳପ୍ରଦ ହୋଇଥାଏ।
ଘିଅ :
ଘିଅ ସହ ସମାନ ପରିମାଣାର ଚୁନ ମିଶାଇ ଲଗାଇବା ଦ୍ୱାରା ଭାତୁଡ଼ିର ମୂଳୋତ୍ପାଟନ ହୋଇଥାଏ।
ଏହି ଘରୋଇ ଉପଚାର କରିବ ଭାତୁଡ଼ି ସମସ୍ୟାରୁ ମୁକ୍ତି
Popular Categories



