ନୂଆଦିଲ୍ଲୀ: ଆନ୍ଧ୍ର ପ୍ରଦେଶ ଏବଂ ତେଲେଙ୍ଗାନାରେ ୨୦୧୯ ଲୋକସଭା ନିର୍ବାଚନରେ ବହୁଜନ ସମାଜବାଦୀ ପାର୍ଟି, ଜନ ସେନା ଦଳ ସହ ଆସନ ବୁଝାମଣା କରିବ। ବିଏସପି ସୁପ୍ରିମୋ ମାୟାବତୀ, ଜନ ସେନା ମୁଖ୍ୟ ପବନ କଲ୍ୟାଣ ସହ ଶୁକ୍ରବାର ବୈଠକ ପରେ ଏକଥା ଗଣମାଧ୍ୟମକୁ କହିଛନ୍ତି। ।ବୈଠକ ପରେ ଉଭୟ ନେତା ସହଯୋଗ ଭିତ୍ତିରେ ନିର୍ବାଚନ ଲଢ଼ିବା ବିଷୟ ପ୍ରକାଶ କରିଛନ୍ତି। ତେବେ କେଉଁ ଦଳ କେତେ ସିଟରେ ଲଢ଼ିବ ସେ ନେଇ ହିସାବ ନିକାସ ଜାରୀ ରହିଛି। ଜନ ସେନା ମୁଖ୍ୟ ପବନ କଲ୍ୟାଣ କହିଛନ୍ତି ଯେ ମାୟାବତୀଙ୍କୁ ଦେଶର ଆଗାମୀ ପ୍ରଧାନମନ୍ତ୍ରୀ ହୁଅନ୍ତୁ। ବିଏସପି ସୁପ୍ରିମୋ ମାୟାବତୀ ଏହି ଅବସରରେ ପବନ କଲ୍ୟାଣ ଆନ୍ଧ୍ର ପ୍ରଦେଶର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହୁଅନ୍ତୁ ବୋଲି କହିଥିଲେ।
Popular Categories



