www.samajalive.in
Monday, December 15, 2025
26.1 C
Bhubaneswar

ସ୍ବେଚ୍ଛାସେବୀ ଅନୁଷ୍ଠାନର ପ୍ରଶଂସନୀୟ କାର୍ଯ୍ୟ; ଭିନ୍ନକ୍ଷମ ବୃଦ୍ଧଙ୍କୁ ମିଳିଲା ଆଶାବାଡି

ରେଙ୍ଗାଲି: କିଲାସମା ପଞ୍ଚାୟତ ଅନ୍ତର୍ଗତ ଝରଘାଟୀ ଗ୍ରାମର କଏରା ପ୍ରଧାନ(୭୪) ଦୀର୍ଘ ଦିନ ହେବ ତାଙ୍କର ଦୁଇ ଗୋଡ ଭାଙ୍ଗି ଯାଇଥିବାରୁ ଚଲା ବୁଲା କରିବାରେ ବହୁତ କଷ୍ଟ ପାଉଥିଲେ। ଦୁଇଟି ବାଉଁଶ ଠେଙ୍ଗା ଧରି ବହୁ କଷ୍ଟରେ କଏରା ଚଲାବୁଲା କରନ୍ତି। କଏରାଙ୍କ ଏହି ଦୁର୍ଦ୍ଦଶା ସଂକ୍ରାନ୍ତରେ ରେଙ୍ଗାଲିର ସ୍ବାଧୀନ ସଂଗଠନର କାର୍ୟ୍ୟକର୍ତ୍ତା ମନୋରଞ୍ଜନ ଥପାଙ୍କ ଦୃଷ୍ଟି ଗୋଚର ହେଲା ପରେ ଅସହାୟ ବୃଦ୍ଧଙ୍କୁ ସହାୟତା ପ୍ରଦାନ ପାଇଁ ସଙ୍ଗଠନର ସଭାପତି ରାଜୀବ କୁମାର ମିଶ୍ର ଓ ଅନ୍ୟ ସଭ୍ୟମାନଙ୍କ ସହିତ ବିଚାର ବିମର୍ଶ ହୋଇଥିଲା। ରେଙ୍ଗାଲିର ଔଷଧ ଦୋକାନୀ ତପେଶ ସିଂହଙ୍କୁ ସଙ୍ଗଠନ ପକ୍ଷରୁ ବୃଦ୍ଧ କଏରା ପ୍ରଧାନଙ୍କୁ ସହାୟତା ପାଇଁ ଅନୁରୋଧ କରାଯିବା ପରେ ତପେଶ ସିଂହ କଏରା ପ୍ରଧାନଙ୍କ ପାଇଁ ଦୁଇଟି ଆଶାବାଡି ଏବଂ ଔଷଧ ଯୋଗାଇଥିଲେ। ଗତକାଲି ସନ୍ଧ୍ୟାରେ ସ୍ବାଧୀନ ଏକତା ସଙ୍ଗଠନ ର ସଭାପତି ରାଜୀବ କୁମାର ମିଶ୍ର, ସମ୍ପାଦକ ସରୋଜ ବିଶୋଇ, ବାବୁଲୁ ଗହୀର, ପଦ୍ମନାଭ ଭୋଇ, ବ୍ଳକ୍ ସଂଯୋଜକ ଶ୍ରୀକାନ୍ତ ପୃଷ୍ଟି ଝରଘାଟି ଗ୍ରାମକୁ ଯାଇ କଏରା ପ୍ରଧାନଙ୍କୁ ଭେଟି ଆଶାବାଡି ପ୍ରଦାନ କରିବା ସହିତ ଔଷଧ ଏବଂ ଫଳ ପ୍ରଦାନ କରିଥିଲେ। ଆଶାବାଡି ପାଇଲା ପରେ କଏରା ପ୍ରଧାନ ଆନନ୍ଦିତ ହୋଇ ସହାୟତା ପାଇଁ ସଙ୍ଗଠନର କର୍ମକର୍ତ୍ତା ଓ ତପେଶ ସିଂହଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ। ବିଭିନ୍ନ ମହଲରେ ମଧ୍ୟ ସଙ୍ଗଠନର ପ୍ରୟାସ ପ୍ରଶଂସା କରାଯାଇଛି।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories