www.samajalive.in
Saturday, December 6, 2025
26.1 C
Bhubaneswar

ଆସନ୍ତା ସପ୍ତାହରୁ ରୁଷରେ ସାଧାରଣ ଲୋକଙ୍କୁ ଦିଆଯିବ କରୋନା ଟୀକା: ଗଣ ଟୀକାକରଣ ଲାଗି ନିର୍ଦେଶ ଦେଲେ ରାଷ୍ଟ୍ରପତି ପୁଟିନ

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ବୁଧବାର ଦେଶରେ ଗଣଟୀକାକରଣ ନିର୍ଦେଶ ଦେଇଛନ୍ତି । ଆସନ୍ତା ସପ୍ତାହରୁ ଏହି ଟୀକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବ । ରଏଟର ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ  ବ୍ରିଟେନ  କରୋନା ଭାଇରସ୍ ପ୍ରତିରୋଧୀ ଫାଇଜର ଟୀକାକୁ  ଆସନ୍ତା ସପ୍ତାହରେ ଆରମ୍ଭ କରିବାକୁ ଅନୁମୋଦନ କରିବା ସଙ୍ଗେସଙ୍ଗେ ରୁଷ ରାଷ୍ଟ୍ରପତି  ଦେଶରେ ସ୍ପୁଟନିକ-୫ ଟୀକାକୁ ସାର୍ବଜନୀନ କରିବାକୁ ନିର୍ଦେଶ ଦେଇଛନ୍ତି ।

ଚଳିତ ବର୍ଷ ଅଗଷ୍ଟରେ ରୁଷ ବିଶ୍ବର ପ୍ରଥମ ଦେଶ ଭାବରେ  କରୋନାଭାଇରସ୍ ମୁକାବିଲା ନିମନ୍ତେ ସ୍ବଦେଶ ନିର୍ମିତ ସ୍ପୁଟନିକ୍-ଭି ଟୀକାକୁ ଅନୁମୋଦନ  କରିଥିଲା । ତେବେ ଦେଶ ପ୍ରସ୍ତୁତ ସ୍ପୁଟନିକ୍ -ଭି ଓ ବ୍ରିଟିଶ୍ ପ୍ରସ୍ତୁତ ଫାଇଜର କେତେ ପରିମାଣରେ ଦିଆଯିବ ତାହା ସ୍ପଷ୍ଟ ହୋଇନାହିଁ ।

- Advertisement -

ଗତ ୨୪ ଘଣ୍ଟା ମଧ୍ୟରେ ରୁଷରେ ୨୬୪୦୨ ଜଣ କରୋନା ସଂକ୍ରମିତ ହୋଇଛନ୍ତି ଓ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୩.୨୨ ଲକ୍ଷ ପହଞ୍ଚିଛି । ସେହିପରି କେବଳ ରାଜଧାନୀ ମସ୍କୋରେ ଗତକାଲି ଗୋଟିଏ ଦିନରେ ୫୬୨୪ ଜଣ ସଂକ୍ରମିତ ହୋଇଛନ୍ତି ଓ ମୋଟ ରୋଗୀଙ୍କ ସଂଖ୍ୟା ୬.୧୨ ଲକ୍ଷ ଅତିକ୍ରମ କରିଥିବା ସୂଚନା ମିଳିଛି ।

କରୋନା ମହାମାରୀ ଆରମ୍ଭରୁ ରୁଷରେ ମୋଟ ୪୦୪୬୪ ଜଣ ମୃତ୍ୟୁ ବରଣ କରିଛନ୍ତି । ସମୁଦାୟ ସଂକ୍ରମଣକୁ ଦେଖିଲେ ରୁଷ ୟୁରୋପରେ ପ୍ରଥମସ୍ଥାନରେ ରହିଛି ଏବଂ ବିଶ୍ବସ୍ତରରେ ୪ର୍ଥ ସ୍ଥାନ ଅଧିକାର କରିଛି । ଏହି ପରିପ୍ରେକ୍ଷୀରେ ରାଷ୍ଟ୍ରପତି ପୁଟିନ୍ ଦେଶରେ କରୋନା ଟୀକାର ଗଣ ଟୀକାକରଣ ଲାଗି ନିର୍ଦେଶ ଦେବା ପରେ ଲୋକମାନେ ଉତ୍ସାହିତ ହୋଇଛନ୍ତି ।

Hot this week

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

Related Articles

Popular Categories