www.samajalive.in
Tuesday, December 9, 2025
23.1 C
Bhubaneswar

ଭିଭୋ ଭି-୯:୨୪ମେଗାପିକ୍ସେଲ୍‍ ଫ୍ରଣ୍ଟ୍‍ କ୍ୟାମେରାର ମୂଲ୍ୟ ୧୯୪୭ଟଙ୍କା!

ନୂଆଦିଲ୍ଲୀ : ସ୍ୱାଧୀନତା ଦିବସ ଅବସରରେ ଚୀନର ସ୍ମାର୍ଟଫୋନ୍‍ ନିର୍ମାତା କମ୍ପାନୀ ‘ଭିଭୋ’ ତରଫରୁ ଏକ ସେଲ୍‍ ରଖାଯାଇଛି। ଯାହା ଅଗଷ୍ଟ ମାସ ୭ତାରିଖରୁ ଅଗଷ୍ଟ ୯ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ସେଲ୍‍ କେବଳ ‘ଭିଭୋ’ର ଅନଲାଇନ୍‍ ଷ୍ଟୋରରେ ଉପଲବ୍ଧ। ଏହି ସେଲ୍‍ ଦ୍ୱାରା ଆପଣ ୨୪ମେଗାପିକ୍ସେଲର ଆଗପଟ କ୍ୟାମେରା ଥିବା ‘ଭିଭୋ ଭି-୯’ ଏବଂ ପପ୍‍ ସେଲଫି କ୍ୟାମେରା ଥିବା ‘ଭିଭୋ ନେକ୍ସ’ ଫୋନ୍‍ କିଣି ପାରିବେ। ସବୁଠାରୁ ଖାସ୍‍କଥା ହେଉଛି, ମାତ୍ର ୧୯୪୭ଟଙ୍କା ମୂଲ୍ୟରେ ‘ଭିଭୋ ଭି-୯’ ଏବଂ ‘ଭିଭୋ ନେକ’୍ସ ଫୋନ୍‍ ଆପଣଙ୍କର ହୋଇପାରିବ। ତେବେ ଆସନ୍ତୁ ଏହି ଅଫର ବିଷୟରେ ଅଧିକ କିଛି ଜାଣିବା।
୧୯୪୭ଟଙ୍କାରେ ‘ଭିଭୋ ନେକ୍ସ’ ଏବଂ ‘ଭିଭୋ ଭି-୯’ ବ୍ୟତୀତ ୟୁଏସବି କେବୁଲ୍‍ ଭଳି ଆସେସୋରିଜ୍‍ ଆପଣ ମାତ୍ର ୪୭ଟଙ୍କା ମୂଲ୍ୟରେ ପାଇପାରିବେ। ଏହି ଦୁଇଟି ଫୋନ୍‍ ପାଇଁ ଫ୍ଲାସ୍‍ ସେଲ୍‍ର ଆୟୋଜନ ଅଗଷ୍ଟ ୭ତାରିଖରୁ ଅଗଷ୍ଟ ୯ ତାରିଖ ପର୍ଯ୍ୟନ୍ତ ପ୍ରତିଦିନ ୧୨ଟାରେ ‘ଭିଭୋ’ର ଅନଲାଇନ୍‍ ଷ୍ଟୋରରେ ହେବ। ଏହି ସେଲ୍‍ ଜିଓମିର ୧ଟଙ୍କା ର ସେଲ୍‍ ଭଳି ହେବ। ଲଞ୍ଚିଙ୍ଗ୍‍ ସମୟରେ ‘ଭିଭୋ ଭି-୯’ର ମୂଲ୍ୟ ୨୨,୯୯୦ଟଙ୍କା ଥିଲା ଯାହା ଏବେ ୨୦,୯୯୦ଟଙ୍କା ହୋଇଯାଇଛି। କିନ୍ତୁ ଏହା ଏକ ଫ୍ଲାସ୍‍ ସେଲ ବୋଲି ଆପଣଙ୍କୁ ଧ୍ୟାନ ରଖିବାକୁ ହେବ।
ଏହି ସେଲ୍‍ ଦ୍ୱାରା ଫୋନ୍‍ରେ ମିଳୁଥିବା ଅଫରସ୍‍ ବ୍ୟତୀତ ଗ୍ରାହକଙ୍କୁ ୪୦୦୦ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ୍‍ ମିଳିବ। ଯାହା ନିଦ୍ଧିଷ୍ଟ କେତୋଟି ଫୋନ୍‍ ପାଇଁ ଉପଲବ୍ଧ ରହିବ। ଏହାସହିତ ‘ଭିଭୋ ନେକ୍ସ’, ‘ଭିଭୋ ଏକ୍ସ-୨୧’ ଏବଂ ‘ଭିଭୋ ଭି-୯’ କିଣିଲେ ଗ୍ରାହକ ମାନେ ୧୨୦୦ଟଙ୍କାର ବ୍ଲୁଟୁଥ୍‍ ହେଡ୍‍ଫୋନ୍‍ ମାଗଣାରେ ପାଇପାରିବେ।
ଏହାବ୍ୟତୀତ ଏହି ସେଲ୍‍ରେ ଭିଭୋର ଇଅରଫୋନ୍‍ ଏବଂ ୟୁଏସବି କେବୁଲ କିଣିଲେ ୫୦ଟଙ୍କାର ଏକ କୁପନ୍‍ ମଧ୍ୟ ମିଳିବ। ସେହିଭଳି ପ୍ରିମିୟମ୍‍ ହେଡ୍‍ଫୋନ୍‍ କିଣିଲେ ୨୦୦ଟଙ୍କାର କୁପନ୍‍ ପାଇପାରିବେ। ଏହାସହିତ ‘ଭିଭୋ ଭି-୭’ ଏବଂ ‘ଭିଭୋ ଭି-୭ପ୍ଲସ୍‍’ କିଣିଲେ କ୍ରମଶଃ ୨,୦୦୦ଟଙ୍କା ଏବଂ ୩,୦୦୦ଟଙ୍କାର କୁପନ୍‍ ପାଇପାରିବେ। ଏହି ସେଲ୍‍ ର ଶୁଭାରମ୍ଭ ଅଗଷ୍ଟ ମାସ ୫ତାରିଖ ରାତି ୧୨ଟାରୁ ହେବ।

Hot this week

ବଢିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା: ଆଜି ଗୁରୁତ୍ୱପୂର୍ଣ୍ଣ ବିଲ୍‌ ଉପସ୍ଥାପନ

ଭୁବନେଶ୍ୱର: ବଢିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା । ପୂର୍ବତନ ବିଧାୟକଙ୍କ...

ଜନଗଣନା ପାଇଁ ଜାନୁଆରୀ ୧୫ ସୁଦ୍ଧା ହେବେ କାର୍ଯ୍ୟକର୍ତ୍ତା ନିଯୁକ୍ତି

ସମାଜ ଲାଇଭ ଡ଼େସ୍କ : ୨୦୨୭ ଜନଗଣନା ପାଇଁ ଆଗାମୀ ଜାନୁଆରୀ...

ସ୍ମୃତି-ପଲାଶଙ୍କ କାହିଁକି ଭାଙ୍ଗିଲା ସମ୍ପର୍କ; ସାଥୀଙ୍କ ଏହି ଭୁଲକୁ ଝିଅମାନେ କେବେ କ୍ଷମା କରନ୍ତି ନାହିଁ

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପ-ଅଧିନାୟିକା ସ୍ମୃତି...

ନର୍ମାଲ ଡେଲିଭରୀ ପାଇଁ ସରକାରୀ ହସ୍ପିଟାଲ ବାଛନ୍ତୁ-ମନ୍ତ୍ରୀ

ଭୁବନେଶ୍ୱର: ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରୀ । ଗତ...

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

Related Articles

Popular Categories