www.samajalive.in
Tuesday, December 9, 2025
15.1 C
Bhubaneswar

ଜ୍ୟୋତି ମୋଟର୍ସରେ ଭିଟାରା ବ୍ରିଜା

ଭୁବନେଶ୍ୱର : ଜ୍ୟୋତି ମୋଟର୍ସ ପକ୍ଷରୁ ଓଡ଼ିଶା ବଜାରରେ ନୂଆ ଭିଟାରା ବ୍ରିଜାର ପ୍ରବେଶ କରାଯାଇଛି। ଏହା ସମ୍ପୂର୍ଣ୍ଣ ନୂଆ ଆକାରରେ ଆସୁଛି ଏବଂ ଏହି ଏସୟୁଭି ଭିଟାରା ବ୍ରିଜାରେ ବର୍ଦ୍ଧିତ ସ୍ପୋର୍ଟିନେସ୍‍, ବୋଲ୍‍ଡ ଲୁକ୍‍, ପ୍ରିମିୟମ ଇଣ୍ଟିରିୟର ଏବଂ ଅନ୍ୟ ବହୁ ନୂତନ ବୈଶିଷ୍ଟ୍ୟ ରହିଛି। ଏଥିରେ ୧.୫ ଲିଟର କେ ସିରିଜ ବିଏସ୬ ପେଟ୍ରୋଲ ଇଞ୍ଜିନ ଖଞ୍ଜାଯାଇଛି। ଏହା ୫ସ୍ପିଡ ମାନୁଆଲ ଏବଂ ସ୍ମାର୍ଟ ହାଇବ୍ରିଡ ସହିତ ଅଟୋମେଟିକ ଟ୍ରାନ୍‍ସମିସନରେ ଆସୁଛି। ନୂଆ ଭିଟାରା ବ୍ରିଜାର ବଜାର ପ୍ରବେଶ ଅବସରରେ ଜ୍ୟୋତି ମୋଟର୍ସର ପରିଚାଳନା ନିର୍ଦ୍ଦେଶକ ତଥା ସିଇଓ ଦେବଜ୍ୟୋତି ପଟ୍ଟନାୟକ କହିଛନ୍ତି, ଗ୍ରାହକଙ୍କ ଆଶା ଆକାଙ୍‍କ୍ଷାରେ ପରିବର୍ତ୍ତନ ଘଟିବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଭିଟାରା ବ୍ରିଜା ଗତ ୪ବର୍ଷ ମଧ୍ୟରେ ଅତ୍ୟନ୍ତ ଶକ୍ତିଶାଳୀ ବ୍ରାଣ୍ଡ୍‍ ଭାବରେ ନିଜକୁ ପ୍ରତିଷ୍ଠିତ କରାଇପାରିଛି। ନୂଆ ଭିଟାରା ବ୍ରିଜା ମିଡନାଇଟ ବ୍ଲାକରୁଫ୍‍ ସହିତ ସିଜଲିଂ ରେଡ, ମିଡନାଇଟ ବ୍ଲାକ ରୁଫ୍‍ ସହିତ ଟର୍କ ବ୍ଲୁ, ଅଟମ ଅରେଞ୍ଜ ରୁଫ୍‍ ସହିତ ଗ୍ରାନାଇଟ ଗ୍ରେ ଭଳି ରଙ୍ଗରେ ଉପଲବ୍ଧ ହେଉଛି। ଚାରିବର୍ଷରୁ କମ୍‍ ସମୟ ମଧ୍ୟରେ ଏହା ୫ଲକ୍ଷ ୟୁନିଟରୁ ଅଧିକ ବିକ୍ରି ହୋଇସାରିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories