www.samajalive.in
Friday, December 5, 2025
26.1 C
Bhubaneswar

ପୋଷକତତ୍ତ୍ବ ଭରପୂର ରୁଟି

ଉତ୍ତର-ଭାରତୀୟ ଖାଦ୍ୟ ଭାବେ ରୁଟିର ଲୋକପ୍ରିୟତା ଭାରତର ପ୍ରତ୍ୟେକ ପ୍ରାନ୍ତରେ ରହିଛି। ମୋଗଲ ରାଜତ୍ବ ସମୟରୁ ରୁଟି, ନାନ୍ ଆଦି ଖାଦ୍ୟର ଆରଦ ଭାରତରେ ବଢ଼ିଥିବାର ଅନୁମାନ କରାଯାଏ। ଖାଦ୍ୟ ବିଶେଷଜ୍ଞଙ୍କ ମତରେ ଦୈନିକ ରୁଟି ଖାଇବା ସ୍ବାସ୍ଥ୍ୟ ପାଇଁ ହିତକର। ବୟସ୍କ ଲୋକେ ଭାତ ରାତିବେଳା ଖାଇଲେ ସହଜରେ ହଜମ କରିପାରନ୍ତି ନାହିଁ, ଏଣୁ ସେମାନେ ରୁଟି ଖାଇବା ଭଲ।
– ଆଜିକାଲି ବଜାରରେ ବିଭିନ୍ନ ପ୍ରକାରର ଅଟା ମିଳୁଛି। ଗହମ ଅଟା ସହିତ ମଲ୍ଟିଗ୍ରେନ୍ ଅଟା, ବାଜରା ଅଟା, ସୋୟାବିନ୍ ଅଟା ଇତ୍ୟାଦି ମିଳୁଛି। ଜଣେ ଚାହିଁଲେ, ଘରେ ମଧ୍ୟ ମଲ୍ଟିଗ୍ରେନ୍ ଅଟା ତିଆରି କରିପାରିବ। ତେବେ ଅନୁପାତ ଠିକ୍ ରହିବା ଜରୁରୀ।
– କାର୍ବୋହାଇଡ୍ରେଟ୍ ଓ ପ୍ରୋଟିନ୍ ଭରପୂର ରୁଟି ଖାଇଲେ ଶରୀରକୁ ଶକ୍ତି ମିଳିଥାଏ। ସଙ୍ଗେସଙ୍ଗେ ପ୍ରସ୍ତୁତ ହୋଇଥିବା ରୁଟି ଓ ବାସି ରୁଟି ଉଭୟରେ ପୋଷକ ତତ୍ତ୍ବ ଥିବାର ବିଶେଷଜ୍ଞଙ୍କ ମତ।
– ସୋୟାବିନ୍ ଅଟା ପ୍ରସ୍ତୁତ ରୁଟି ପିଲାଙ୍କ ପାଇଁ ଭଲ ବୋଲି ଅନୁଧ୍ୟାନରୁ ଜଣାପଡ଼ିଛି। ସେମାନଙ୍କ ସ୍ମୃତି ଶକ୍ତି ବୃଦ୍ଧି କରିବାରେ ଏଇ ଅଟାର ପୋଷକତତ୍ତ୍ବ ସହାୟକ ହେୁଥିବାର ବିଶେଷଜ୍ଞଙ୍କ ମତ।
– ଦ୍ବିପହର ଭୋଜନରେ ଆପଣ ଅଳ୍ପ ଭାତ ସହ ରୁଟି ମିଶାଇ ଖାଇପାରିବେ। ରୁଟି ନିୟମିତ ଖାଇଲେ ଆପଣଙ୍କ ଓଜନ ନିୟନ୍ତ୍ରଣରେ ରହିବା ସହ କୋଲେଷ୍ଟରଲ୍ ସ୍ତର ବୃଦ୍ଧି ହୋଇନଥାଏ।
– ଆନିମିଆ ରୋଗୀ ମଧ୍ୟ ପ୍ରତିଦିନ ରୁଟି ଖାଇବା ସେମାନଙ୍କ ସ୍ବାସ୍ଥ୍ୟ ଉପରେ ଉତ୍ତମ ପ୍ରଭାବ ପକାଉଥିବାର ବିଶେଷଜ୍ଞଙ୍କ ମତ।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories