www.samajalive.in
Sunday, December 7, 2025
23.1 C
Bhubaneswar

ବିମାନ ସଂଖ୍ୟା ହ୍ରାସ କରିବ ଭିସ୍ତାରା, ଉଡାଣ ଲଗାତର ରଦ୍ଦ ଏବଂ ବିଳମ୍ବ ଯୋଗୁଁ ନିଆଗଲା ଏମିତି ନିଷ୍ପତ୍ତି

ନୂଆଦିଲ୍ଲୀ : ଟାଟା ସମୂହର ଭିସ୍ତାରା ନିଜ ବିମାନ ସଂଖ୍ୟା ହ୍ରାସ କରିବାକୁ ନିଷ୍ପତ୍ତି ନେଇଛି । ତେବେ ଏହା ଏକ ଅସ୍ଥାୟୀ ନିଷ୍ପତ୍ତି । ଲଗାତର କିଛି ଦିନ ହେବ ଭିସ୍ତାରା ଏୟାରଲାଇନ୍ସର ବିମାନ ରଦ୍ଦ ହେଉଛି ବା ଉଡାଣରେ ବିଳମ୍ବ ହେଉଛି । ଏହି କାରଣରୁ ଯାତ୍ରୀଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି । ଏବେ କମ୍ପାନୀ ଏହାକୁ ସ୍ବୀକାର କରି ବିମାନ ସଂଖ୍ୟା ହ୍ରାସ କରିବାକୁ ନିଷ୍ପତ୍ତି ନେଇଛି । କହିରଖୁଛୁ ଭିସ୍ତାରା ଏବଂ ଏୟାର ଇଣ୍ଡିଆର ମିଶ୍ରଣ ପାଇଁ ପ୍ରସ୍ତାବ ସାମ୍ନାକୁ ଆସିଛି ।

ଟାଟା ସମୂହ ଏବଂ ସିଙ୍ଗାପୁର ଏୟାରଲାଇନର ମିଳିତ ଉଦ୍ୟେଗ ଭିସ୍ତାରା ଏୟାରଲାଇନ୍ସର ଯାତ୍ରୀ ଗତ କିଛି ଦିନରେ ସାମାଜିକ ଗଣମାଧ୍ୟମରେ ବିମାନ ରଦ୍ଦ ହେବା ଏବଂ ଉଡାଣ ବିଳମ୍ବ ହେବା ନେଇ ଉଲ୍ଲେଖ କରିଆସୁଛନ୍ତି । ସୋମବାର କମ୍ପାନୀ ମଧ୍ୟ ଏହା ସ୍ବୀକାର କରିଥିଲା । ଏୟାରଲାଇନ୍ସର ମୁଖପାତ୍ର କହିଛନ୍ତି କି ଗତ କିଛି ଦିନରେ ଭିନ୍ନ ଭିନ୍ନ କାରଣରୁ ବିମାନ ରଦ୍ଦ ବା ବିଳମ୍ବ ହେଉଛି । ସେ ଏହା ମଧ୍ୟ କହିଛନ୍ତି କି କମ୍ପାନୀ ଅସ୍ଥାୟୀ ରୂପେ ବିମାନ ସଂଖ୍ୟା ହ୍ରାସ କରିବା ଉପରେ ଆଲୋଚନା କରୁଛି ଏବଂ ଏହାକୁ କାର୍ଯ୍ୟକାରୀ କରାଯିବ ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories