www.samajalive.in
Tuesday, November 18, 2025
27.1 C
Bhubaneswar

ସଫାରି ସମୟରେ ଭିଡିଓ କରୁଥିଲେ ପର୍ଯ୍ୟଟକ: ବୁଦା ଭିତରୁ ଡେଇଁଲା ବାଘ, ତା’ପରେ.. ଦେଖନ୍ତୁ ଭିଡିଓ..

ଜୟପୁର : ଅନେକ ସମୟରେ ସୋସିଆଲ ମିଡିଆରେ ଭିନ୍ନ ଭିନ୍ନ ଭିଡିଓ ଭାଇରାଲ ହୋଇଥାଏ। ରାଜସ୍ଥାନର ରଣଥାମ୍ବୋର ଜାତୀୟ ଉଦ୍ୟାନରେ ଜଙ୍ଗଲ ସଫାରି ଉପଭୋଗ କରୁଥିବା ପର୍ଯ୍ୟଟକମାନେ ଏକ ଦୃଶ୍ୟ ଦେଖି ଭୟଭୀତ ହେବା ସହ ଆଶ୍ଚର୍ଯ୍ୟ ଚକିତ ହୋଇ ଯାଇଥିଲେ। ଏକ ବାଘ ବୁଦା ମଧ୍ୟରୁ ହଠାତ୍‌‌ ଉପରକୁ ଡେଇଁ ଏକ ଗାଈକୁ ଆକ୍ରମଣ କରିଥିଲା। ଏହି ଘଟଣା ପର୍ଯ୍ୟଟକଙ୍କ ଦ୍ୱାରା କ୍ୟାମେରାରେ କଏଦ କରାଯାଇଥିଲା, ଯାହାର ଭିଡିଓ ରଣଥାମ୍ବୋର ଜାତୀୟ ଉଦ୍ୟାନର ଅଧିକାରୀମାନେ ପୋଷ୍ଟ କରିଥିଲେ।


ଭିଡିଓରେ ଦେଖାଯାଉଛି, ସଫାରି ଜିପ୍ ଗୋଟିଏ ସ୍ଥାନରେ ଅଟକି ରହିଲା ଏବଂ ପର୍ଯ୍ୟଟକମାନେ ଏକ ଭିନ୍ନ,ସ୍ମରଣୀୟ ଦୃଶ୍ୟ ଦେଖିବା ପାଇଁ ନିଜ କ୍ୟାମେରାରେ ଆଖପାଖ ପରିବେଶକୁ ରେକର୍ଡ କରିଥିଲୋ କ’ଣ ହେବ ବୋଲି ସେମାନଙ୍କର ଧାରଣା ନଥିଲା। ଏକ ଗାଈ ରାସ୍ତାରେ ଯାଉଥିବା ବେଳେ ହଠାତ୍‌‌ ବୁଦା ଭିତରେ ଲୁଚି ରହିଥିବା ଏକ ବାଘ ତାର ଶିକାର ପାଇଁ ଆକ୍ରମଣ କରିଥିଲା। ଏହାପରେ ଗାଈ ବାଘ କବଳରୁ ଖସିଯିବାକୁ ଚେଷ୍ଟା କରିଥିଲା। ମାତ୍ର ଶେଷରେ କ’ଣ ହେଲା ତାହା କ୍ୟାମେରାରେ କଏଦ ହୋଇ ନଥିବାରୁ ଅସ୍ପଷ୍ଟ ରହିଛି।

- Advertisement -

ଏହି ସମୟରେ, ସଫାରି ଜିପ୍ ନିକଟରେ ଏହି ଘଟଣା ଘଟିଥିବାରୁ ପର୍ଯ୍ୟଟକମାନେ ଆଶ୍ଚର୍ୟ୍ୟ ହୋଇ ଯାଇଥିଲେ। ରଣଥାମ୍ବୋର ଜାତୀୟ ଉଦ୍ୟାନର ଭିଡିଓଗୁଡ଼ିକ ପ୍ରାୟତଃ ପୋଷ୍ଟ କରାଯାଇଥାଏ ଏବଂ ଏହା ବନ୍ୟଜନ୍ତୁ ପ୍ରେମୀଙ୍କ ପାଇଁ କୌଣସି ଉପହାର ଠାରୁ କମ୍‌‌ ନୁହେଁ। ଏହାପୂର୍ବରୁ ଏକ ବାଘ ନିଜ ଶିକାରକୁ ପାଣି ଭିତରେ ଘୋଷାଡି ଘୋଷାଡି ନେଉଥିବା ମଧ୍ୟ ଭାଇରାଲ୍‌‌ ହୋଇଥିଲା।
ଦକ୍ଷିଣ ପୂର୍ବ ରାଜସ୍ଥାନର ସାୱାଇ ମାଧୋପୁର ଜିଲ୍ଲାରେ ଅବସ୍ଥିତ ରଣଥାମ୍ବୋର ଜାତୀୟ ଉଦ୍ୟାନ ଏକଦା ଜୟପୁରର ମହା ରାଜାମାନଙ୍କ ପାଇଁ ଏକ ଲୋକପ୍ରିୟ ଶିକାର କ୍ଷେତ୍ର ଥିଲା। ବନ୍ୟଜନ୍ତୁ ଏବଂ ପ୍ରକୃତିପ୍ରେମୀଙ୍କ ପାଇଁ ଏହା ଏକ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ଭାବେ ଜଣାଶୁଣା।

Hot this week

୧୦ ଅଭିଯୁକ୍ତଙ୍କ ନାଁରେ ଏନ୍‌ଆଇଏ ଚାର୍ଜସିଟ୍

ଭୁବନେଶ୍ଵର : ବାଂଲାଦେଶୀ ନାବାଳିକା ଚାଲାଣ ଅଭିଯୋଗରେ ୧୦ ଅଭିଯୁକ୍ତଙ୍କ ନାଁରେ...

ଏକ୍ସ ଓ ଚାଟ୍‌ଜିପିଟି ସର୍ଭର ଡାଉନ୍

ନୂଆଦିଲ୍ଲୀ: ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ଏବଂ ଚାଟ୍ ଜିପିଟି ସର୍ଭର...

ବିମାନ ୩ ଘଣ୍ଟା ବିଳମ୍ବ, ପୁଣେ ବିମାନବନ୍ଦରରେ ତିକ୍ତତା

ପୁଣେ, ୧୮ା୧୧: ପୁଣେ ବିମାନବନ୍ଦରରେ ମଙ୍ଗଳବାର ଇଣ୍ଡିଗୋର ପୁଣେ-ଦିଲ୍ଲୀ ବିମାନ(୬ଇ ୬୭୬୩)...

ମୃତଦେହ ଝୁଣି ଖାଉଛି କୁକୁର

ଭୁବନେଶ୍ଵର: ରାଜଧାନୀ ଭୁବନେଶ୍ଵରରେ ମଣିଷ ଶରୀରକୁ ଝୁଣି ଖାଉଛି କୁକୁର। ବିଲ...

ଗୁରୁବାର ଶପଥ ନେବେ ନୀତିଶ

ସମାଜ ଲାଇଭ ଡ଼େସ୍କ : ବିହାରର ଦଶମ ମୁଖ୍ୟମନ୍ତ୍ରୀ ଭାବେ ଆଗାମୀ...

Related Articles

Popular Categories