www.samajalive.in
Saturday, December 13, 2025
17.1 C
Bhubaneswar

ବିଶ୍ୱକପରେ କ’ଣ ପାଇଁ ସ୍ଥାନ ପାଇଲେନି ପନ୍ତ? ରହସ୍ୟ ଖୋଲିଲେ କୋହଲି

ନୂଆଦିଲ୍ଲୀ : କ୍ରିକେଟର ମହାକୁମ୍ଭ ଆଇସିସି ବିଶ୍ୱକପ-୨୦୧୯ ଆଉ ମାତ୍ର ୧୪ଦିନ ପରେ ଇଂଲଣ୍ଡରେ ଆରମ୍ଭ ହେବ। ବିିଶ୍ୱକପ ପାଇଁ ଭାରତୀୟ ଦଳ ଚୟନକୁ ନେଇ ଅନେକ ଦିନହେବ ଚର୍ଚ୍ଚା ଲାଗି ରହିଛି। ବିଶେଷକରି ରିଷଭ ପନ୍ତଙ୍କୁ ଦଳରେ ସ୍ଥାନ ନ ମିଳିବାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ଭାରତୀୟ ଦଳର ପୂର୍ବ କ୍ରିକେଟର ଗାଭାସ୍କରଙ୍କଠାରୁ ଆରମ୍ଭ କରି ଗାଙ୍ଗୁଲଙ୍କି ପର୍ଯ୍ୟନ୍ତ ରିଷଭଙ୍କୁ ଦଳରେ ସାମିଲ ନ ମିଳିବାକୁୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଏହି ସମୟରେ ଦଳର ଅଧିନାୟକ ବିରାଟ କୋହଲି ପନ୍ତଙ୍କୁ ଦଳରେ ସ୍ଥାନ ନ ମିଳିବାର ରହସ୍ୟ ଖୋଲିଛନ୍ତି। ବିରାଟ କହିଛନ୍ତି, ରିଷଭ ପନ୍ତଙ୍କ ଜାଗାରେ ଦିନେଶ କାର୍ତ୍ତିକ ଦଳରେ ସ୍ଥାନ ପାଇଛନ୍ତି। ସେ କହିଛନ୍ତି ଦିନେଶଙ୍କ ପାଖରେ ପନ୍ତଙ୍କ ଠାରୁ ଅଧିକ ଅଭିଜ୍ଞତା ରହିଛି। ଦିନେଶ ହେଉଛନ୍ତି ଜଣେ ୱିକେଟ କିପର ବ୍ୟାଟ୍ସମ୍ୟାନ ତେଣୁ ଯଦି କୌଣସି କାରଣରୁ ଧୋନୀ ଆହତ ହୁଅନ୍ତି ତେବେ ତାଙ୍କ ସ୍ଥାନରେ କାର୍ତ୍ତିକ ଭଲ ୱିକେଟ କିପିଙ୍ଗ କରିପାରିବେ। ସେ କହିଛନ୍ତି, ଦିନେଶ କାର୍ତ୍ତିକ ସମୁଦାୟ ୯୧ଟି ଏକଦିବସୀୟ ମ୍ୟାଚ ଖେଳିଛନ୍ତି। ଯେଉଁଥିରେ ସେ ୩୧.୦୪ପ୍ରତିଶତରେ ୧୭୩୮ରନ କରିଛନ୍ତି। ଯେଉଁଥିରେ ତାଙ୍କର ୯ଟି ଅର୍ଦ୍ଧଶତକ ଶାମିଲ ରହିଛି।
ଅନ୍ୟପକ୍ଷରେ ରିଷଭ ପନ୍ତ ୫ଟି ଏକଦିବସୀୟ ମ୍ୟାଚ ଖେଳି ସେଥିରୁ ୨୩.୨୫ପ୍ରତିଶତରେ ୯୩ରନ ସ୍କୋର କରିଛନ୍ତି। ଯେଉଁଥିରେ ୩୬ରନ ତାଙ୍କର ସର୍ବାଧିକ ସ୍କୋର। କୋହଲି କହିଛନ୍ତି, ରିଷଭ ପନ୍ତ ଚଳିତ ବର୍ଷ ଆଇପିଏଲରେ ତାଙ୍କ ଦଳ ପାଇଁ ଭଲ ପ୍ରଦର୍ଶନ କରିଛନ୍ତି। ମାତ୍ର ବିଶ୍ୱକପ ଚୟନରେ  ଆଇପିଏଲର ପ୍ରଦର୍ଶନକୁ ସ୍ଥାନ ଦିଆଯିବ ନାହିଁ ବୋଲି ପୂର୍ବରୁ ବିସିସିଆଇ ତରଫରୁ କୁହାଯାଇଥିଲା।
ଚଳିତ ବର୍ଷ କ୍ରିକେଟ ବିଶ୍ୱକପ ମଇ ୩୦ରୁ ଜୁଲାଇ୧୪ ପର୍ୟ୍ୟନ୍ତ ଖେଳାଯିବ। ବିଶ୍ୱକପର ଉଦଘାଟନୀ ମ୍ୟାଚ ଘରୋଇ ଇଂଲଣ୍ଡ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଇଂଲଣ୍ଡର ଦ ଓଭାଲ କ୍ରିକେଟ୍ ଷ୍ଠାଡିୟମରେ ଖେଳାଯିବ। ସେହିଭଳି ଜୁନ ୫ରେ ଭାରତ ତାର ପ୍ରଥମ ମ୍ୟାଚରେ ଇଂଲଣ୍ଡର ରୋଜ କ୍ରିକେଟ୍ ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକାକୁ ଭେଟିବ।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories