ଚତୁର୍ଥ ଥର ପାଇଁ ବିରାଟ କୋହଲିଙ୍କୁ ଆଇସିସି ଦିନିକିଆ ପ୍ଲେୟାର ଅଫ୍ ଦି ଇୟର ପୁରସ୍କାର

ଡେସ୍କ: ଭାରତୀୟ ବ୍ୟାଟିଂ ତାରକା ବିରାଟ କୋହଲି ୨୦୨୩ ବିଶ୍ୱକପରେ ଚିତାକର୍ଷକ ପ୍ରଦର୍ଶନ ଯୋଗୁ ଚତୁର୍ଥ ଥର ପାଇଁ ଆଇସିସି ଦିନିକିଆରେ ପ୍ଲେୟାର ଅଫ୍ ଦି ଇୟର ପୁରସ୍କାର ପାଇଛନ୍ତି। କୋହଲି ଏହା ପୂର୍ବରୁ ୨୦୧୨, ୨୦୧୭ ଏବଂ ୨୦୧୮ରେ ଏହି ପୁରସ୍କାର ଜିତିଥିଲେ ଏବଂ ଆଇସିସି କ୍ରିକେଟର ଅଫ୍ ଦି ଇୟର ୨୦୨୩ ପୁରସ୍କାର ପାଇଁ ୪ ଜଣଙ୍କ ମଧ୍ୟରୁ ମନୋନୀତ ହୋଇଛନ୍ତି।

ଉଲ୍ଲେଖଯୋଗ୍ୟ, କୋହଲି ପ୍ରଥମ ଖେଳାଳି ଭାବେ ଏହି ପୁରସ୍କାର ଚତୁର୍ଥ ଥର ଜିତିଛନ୍ତି। ଏବି ଡି ଭିଲିୟର୍ସଙ୍କ ପୂର୍ବରୁ ଏହି ପୁରସ୍କାର ୩ଥର ହାସଲ କରିଛନ୍ତି।

Comments are closed.