www.samajalive.in
Sunday, December 14, 2025
23.1 C
Bhubaneswar

ସାଥୀ ଖେଳାଳିଙ୍କୁ ଗୁରୁମନ୍ତ୍ର ଦେଇ ଭାରତ ଫେରିଲେ କୋହଲି

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟରେ ଖେଳିବା ପରେ ମଙ୍ଗଳବାର ସକାଳେ ସ୍ବଦେଶ ଫେରିଛନ୍ତି ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି। ଖୁବ୍‌ଶୀଘ୍ର କୋହଲି ବାପା ହେବାକୁ ଯାଉଥିବାରୁ ଅଷ୍ଟ୍ରେଲିଆ ବିପକ୍ଷ ୪ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳି ସ୍ବଦେଶ ଫେରିବାକୁ ବିସିସିଆଇକୁ ଅନୁରୋଧ କରିଥିଲେ।

ପ୍ରଥମ ଟେଷ୍ଟରେ ଭାରତୀୟ ଦଳ ଶୋଚନୀୟ ଭାବେ ପରାସ୍ତ ହୋଇଥିଲା। ଭାରତ ଫେରିବା ପୂର୍ବରୁ କୋହଲି ସାଥୀ ଖେଳାଳିଙ୍କ ସହ ଏକ ବୈଠକ କରିଥିଲେ। ପ୍ରଥମ ଟେଷ୍ଟ​ରେ ଯାହା ଘଟିଗଲା ତାହା ଭୁଲି ଦ୍ବିତୀୟ ଟେଷ୍ଟରେ ଭଲ ପ୍ରଦର୍ଶନ କରିବାକୁ କୋହଲି ସାଥୀ ଖେଳାଳିଙ୍କୁ ପରାମର୍ଶ ଦେଇଥିଲେ। ସକରାତ୍ମକ ମନୋଭାବ ନେଇ ପଡ଼ିଆକୁ ଓହ୍ଲାଇବା ସହ ଆତ୍ମବିଶ୍ବାସର ସହ ଖେଳିବାକୁ କୋହଲି ସାଥୀ ଖେଳାଳିଙ୍କୁ କହିଥିଲେ। ସେହିପରି ଦଳକୁ ଉପଯୁକ୍ତ ଭାବେ ପରିଚାଳିତ କରିବା ନେଇ ରାହାଣେଙ୍କୁ କୋହଲି କେତେକ ଟିପ୍‌ସ ପ୍ରଦାନ କରିଥିବା ଜଣାପଡ଼ିଛି। ତୃତୀୟ ଟେଷ୍ଟରେ ତାରକା ବ୍ୟାଟସମ୍ୟାନ୍‌ ରୋହିତ ଶର୍ମା ଭାରତୀୟ ଦଳରେ ସାମିଲ ହେବା ନେଇ ଆଶା ରହିଥିବାରୁ ଦ୍ବିତୀୟ ଟେଷ୍ଟ ରାହାଣେଙ୍କ ନିମନ୍ତେ ଅଗ୍ନିପରୀକ୍ଷା ସଦୃଶ୍ୟ। ଦଳରେ ଥିବା ଖେଳାଳିଙ୍କ ଠାରୁ କିପରି ରାହାଣେ ଶ୍ରେଷ୍ଠ ପ୍ରଦର୍ଶନ ହାସଲ କରିପାରୁଛନ୍ତି ତା’ ଉପରେ ସମସ୍ତଙ୍କ ନଜର ରହିଛି।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories