www.samajalive.in
Sunday, December 14, 2025
16.1 C
Bhubaneswar

ଜାନୁଆରୀରୁ ସଡ଼କ ନିରାପତ୍ତା ଯାଞ୍ଚ କଡ଼ାକଡ଼ି : ପାଖେଇ ଆସୁଛି ତାରିଖ; ଚିନ୍ତାରେ ଏଲ୍‌ଏଲ୍‌, ଡିଏଲ୍‌ ଆବେଦନକାରୀ

ଭୁବନେଶ୍ବର : ଦୁର୍ଘଟଣାଜନିତ ମୃତ୍ୟୁହାର ଉଦ୍‌ବେଗଜନକସ୍ଥିତି ସୃଷ୍ଟି କରୁଥିବାରୁ କରୋନା କଟକଣା କୋହଳ ହେବା ମାତ୍ରେ ଆସନ୍ତା ଜାନୁଆରୀରୁ ସଡ଼କ ନିରାପତ୍ତା ଯାଞ୍ଚ ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ ନିଷ୍ପତ୍ତି ନିଆଯାଇଛି। ମୁଖ୍ୟ ଶାସନ ସଚିବ ନିକଟରେ ପରିବହନ କମିସନର ଓ ପୁଲିସ୍ ଏସ୍‌ପିମାନଙ୍କୁ ଏନେଇ ନିର୍ଦେଶ ଦେଇଛନ୍ତି। ତେଣୁ ଜାନୁଆରୀରୁ ବାଇକ୍‌ର ପଛ ଯାତ୍ରୀଙ୍କ ପାଇଁ ମଧ୍ୟ ହେଲ୍‌ମେଟ୍‌ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ସଡ଼କ ନିରାପତ୍ତା ନିୟମ ମଧ୍ୟରେ ଥିବା ସମସ୍ତ ଆଇନ୍‌କୁ କଡ଼ାକଡ଼ି ଭାବେ ଯାଞ୍ଚ କରାଯିବ। ଉଲ୍ଲଘଂନକାରୀଙ୍କର ଲାଇସେନ୍ସ ବାତିଲ୍ କରାଯିବ। ଏସବୁକୁ ନେଇ ଲର୍ଣ୍ଣିଂ ଲାଇସେନ୍ସ (ଏଲ୍‌ଏଲ୍‌) ଆବେଦନ କରି ନ ଥିବା ଏବଂ ଡ୍ରାଇଭିଂ ଲାଇସେନ୍ସ (ଡିଏଲ୍‌) ଆବେଦନକାରୀଙ୍କ ମନରେ ଛନକା ପଶିଛି।
କୋଭିଡ୍‌ କଟକଣା ଯୋଗୁଁ ରାଜ୍ୟର ସବୁ ଆର୍‌ଟିଓ ବନ୍ଦ କରି ଦିଆଯାଇଥିଲା। ସ୍ଥିତିରେ ସୁଧାର ଆସିବା ପରେ ପର୍ଯ୍ୟାୟକ୍ରମେ ଗୋଟିଏ ପରେ ଗୋଟିଏ ସେବା ଆରମ୍ଭ ହୋଇଛି। କୋଭିଡ୍‌ କଟକଣା ଯୋଗୁଁ ଡିଏଲ୍‌ ଏବଂ ଏଲ୍‌ଏଲ୍‌ ଟେଷ୍ଟ ବନ୍ଦ ରହିଥିଲା। ଆବେଦନକାରୀଙ୍କ ସଂଖ୍ୟା ବହୁ ପରିମାଣରେ ବଢ଼ି ଯିବାରୁ ଏଲ୍‌ଏଲ୍‌ ଏବଂ ଡିଏଲ୍‌ ଆବେଦନ ଉପରେ କଟକଣା ରହିଥିଲା। ଏବେ କଟକଣା ଉଠିଛି। ହେଲେ ସ୍ଲଟ୍‌ ବୁକିଂ ପାଇଁ ଧାର୍ଯ୍ୟ କରାଯାଇଥିବା ସମୟ ଓ ସଂଖ୍ୟା ଏବେ ଡିଏଲ୍‌ ଆବେଦନକାରୀଙ୍କ ପାଇଁ ଏକ ସମସ୍ୟା ହୋଇଛି। ସାରା ରାଜ୍ୟରେ ଡିଏଲ୍‌ ପରୀକ୍ଷା ପାଇଁ ଏବେ ମାତ୍ର ୩୦୦୦ ଆବେଦନକାରୀଙ୍କୁ ସୁଯୋଗ ମିଳୁଛି। ଅନେକ ଡିଏଲ୍‌ ଆବେଦନକାରୀ ପ୍ରତ୍ୟେକ ଦିନ ଉଦ୍ୟମ କରି ବିଫଳ ହେଉଛନ୍ତି।

ସରକାର ଏଲ୍‌ଏଲ୍‌ର ଅବଧି ଡିସେମ୍ବର ୩୧ ପର୍ଯ୍ୟନ୍ତ ସମ୍ପ୍ରସାରଣ କରିଥିଲେ। ଅବଧି ପାଖେଇ ଆସୁଥିବା ବେଳେ ଆବେଦନ କରିବା ସମ୍ଭବ ହେଉ ନ ଥିବାରୁ ଅନେକ ଆବେଦନକାରୀ ଚିନ୍ତାରେ ପଡିଛନ୍ତି। ଆଉ ସପ୍ତାହକ ମଧ୍ୟରେ ତାରିଖ ସରିଯିବ କ’ଣ କରିବେ। ସେମାନଙ୍କୁ ଜୋରିମାନା ଦେବାକୁ ପଡ଼ିବ। ନଚେତ୍‌ ପୁନର୍ବାର ଏଲ୍‌ଏଲ୍‌ ଆବେଦନ କରିବାକୁ ହେବ।
ତେବେ ଏସମ୍ପର୍କରେ ପରିବହନ କମିସନର ସଞ୍ଜୀବ ପଣ୍ଡାଙ୍କୁ ପଚରାଯିବାରେ ସେ କହିଥିଲେ, ବର୍ତ୍ତମାନ ୨୪ଟି ଆର୍‌ଟିଓରେ ନୂତନ ଏଲ୍‌ଏଲ୍‌ ଆବେଦନ କରାଯାଉଛି। ୧୪ଟି ଆର୍‌ଟିଓରେ ଏପର୍ଯ୍ୟନ୍ତ ଅନେକ ଆବେଦନକାରୀ ଅପେକ୍ଷାରେ ରହିଛନ୍ତି। କେଉଁ ଆର୍‌ଟିଓରେ କେତେ ଆବେଦନକାରୀ ଅଛନ୍ତି ସେସବୁକୁ ଅନୁଧ୍ୟାନ କରାଯିବା ପରେ ଶେଷ ସମୟ ସମ୍ପ୍ରସାରଣ କରାଯିବ କି ନାହିଁ ବା କେତେ ଦିନ ସମ୍ପ୍ରସାରଣ କରାଯିବ ସେ ସଂକ୍ରାନ୍ତରେ ନିଷ୍ପତ୍ତି ନିଆଯିବ ବୋଲି ପରିବହନ କମିସନର କହିଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories