www.samajalive.in
Sunday, December 7, 2025
26.1 C
Bhubaneswar

ଆସନ୍ତାକାଲି ଠାରୁ ଅଧିନାୟକ ଭାବେ କୋହଲୀଙ୍କ ୫୦ତମ ଟେଷ୍ଟ ମ୍ୟାଚ

ପୁନେ: ଆସନ୍ତାକାଲି ଭାରତ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ ଖେଳିବ। ବିଶାଖାପାଟଣାଠାରେ ପ୍ରଥମ ଟେଷ୍ଟ ମ୍ୟାଚ ଜିତି ୩ ମ୍ୟାଚ ବିଶିଷ୍ଟ ସିରିଜରେ ୧-୦ ରେ ଆଗୁଆଥିବା ବିରାଟ ବାହିନୀ ଆସନ୍ତାକାଲି ଆରମ୍ଭ ହେଉଥିବା ଦ୍ୱିତୀୟ ଟେଷ୍ଟକୁ ମଧ୍ୟ ଜିତିବାକୁ ଜୋରଦାର ପ୍ରୟାସ କରିବ। ଦ୍ୱିତୀୟ ଟେଷ୍ଟ ବିଜୟ ହୋଇ ସିରିଜକୁ ଆଗୁଆ କବଜା କରିବା ପାଇଁ ଲକ୍ଷ୍ୟ ରଖିଥିବା ଟିମ୍‍ ଇଣ୍ଡିଆର ଅଧିନାୟକ ବିରାଟ କୋହଲିଙ୍କର ଆସନ୍ତାକାଲି ଅଧିନାୟକ ଭାବେ ୫୦ ତମ ଟେଷ୍ଟ ମ୍ୟାଚ। ବୁଧବାର  ଗଣମାଧ୍ୟମକୁ ସମ୍ବୋଧନ ଦେଇ ବିରାଟ କୋହଲି କହିଛନ୍ତି ଅଧିନାୟକ ଭାବେ ୫୦ଟି ଟେଷ୍ଟ( ଗୋଲଡେନ୍‍ ଜୁବୁଲି) ଖେଳୁଥିବାରୁ ଗୌରବାନ୍ୱିତ ମନେ କରୁଛି ଏବଂ ମ୍ୟାଚ ଜିତିବା ତାଙ୍କ ପାଇଁ ସବୁଠୁ ବଡ କଥା ଅନ୍ୟ ସବୁ କଥା ପଛ ବୋଲି ବିରାଟ କହିଛନ୍ତି।
ପ୍ରଥମ ଟେଷ୍ଟରେ ଉଭୟ ବୋଲର ଏବଂ ବ୍ୟାଟ୍ସମ୍ୟାନଙ୍କ ଉନ୍ନତ ପଦର୍ଶନ ପାଇଁ ଭାରତ ମ୍ୟାଚ୍‍ ଜିତିପାରିଥିବା ବେଳେ ଓପନର ରୋହିତ ଶର୍ମା ଟେଷ୍ଟକୁ ଫେରିବା ଏବଂ ଏଭଳି ଚମତ୍କାର ପଦର୍ଶନ କରିବା ସବୁଠୁ ବଡ ଖୁସି କଥା ବୋଲି କୋହଲି କହିଛନ୍ତି।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories