www.samajalive.in
Saturday, December 6, 2025
14.1 C
Bhubaneswar

ପୁଣି ମାଟ୍ରିକ ହିନ୍ଦୀ ପ୍ରଶ୍ନପତ୍ର ଭାଇରାଲ ଅଭିଯୋଗ ; ଖଣ୍ଡନ କଲେ ବୋର୍ଡ

ବଲାଙ୍ଗୀର : ଆଜି ପୁଣି ମାଟ୍ରିକ ହିନ୍ଦୀ ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ସୂଚନା ମିଳିଥିଲା। କିନ୍ତୁ ଏହାକୁ ବୋର୍ଡ ସମ୍ପାଦକ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଯେ, ହିନ୍ଦୀ ପ୍ରଶ୍ନପତ୍ର ଭାଇରାଲ ହୋଇନାହିଁ। ପୂର୍ବରୁ ଏହାକୁ ବଲାଙ୍ଗୀର ଜିଲା ଡିଇଓ ମଧ୍ୟ ଖଣ୍ଡନ କରିଥିଲେ। ସେ କହିଥିଲେ ଯେ, ଭାଇରାଲ ଖବର ସମ୍ପୂର୍ଣ୍ଣ ଭିତ୍ତିହୀନ। କିଛି ଲୋକ ବଦମମାସୀ କରି ପୁରୁଣା ପ୍ରଶ୍ନପତ୍ରକୁ ଭାଇରାଲ କରି ବଲାଙ୍ଗୀରକୁ ବଦନାମ କରୁଥିବା ସେ କହିଥିଲେ।

ସୂଚନାଯୋଗ୍ୟ ଯେ, ବଲାଙ୍ଗୀର ଜିଲାରେ ଆଜି ହିନ୍ଦୀ ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ଅଭିଯୋଗ ହୋଇଥିଲା। ବଲାଙ୍ଗୀର ଜିଲା ସଇଁତଳାରେ ମୋବାଇଲରୁ ମୋବାଇଲକୁ ପ୍ରଶ୍ନପତ୍ର ଘୁରି ବୁଲୁଥିବାର ସୂଚନା ମିଳିଥିଲା।

- Advertisement -

ସୂଚନାଯୋଗ୍ୟ ଯେ, ପୂର୍ବରୁ ମାଟ୍ରିକ ସାହିତ୍ୟ ଓ ଇଂରାଜୀ ପରୀକ୍ଷା ପତ୍ର ଭାଇରାଲ ହୋଇଥିବା ଅଭିଯୋଗ ହୋଇଥିଲା। ଅଭିଯୋଗ ହେବା ପରେ ସାହିତ୍ୟ ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ନେଇ ବୋର୍ଡ କର୍ତ୍ତୃପକ୍ଷ ସ୍ପଷ୍ଟ କରିଥିଲେ। ଏହି ଘଟଣାରେ ୧୧ଜଣଙ୍କୁ ନିଲମ୍ବିତ କରାଯିବା ସହ ୯ଜଣଙ୍କୁ ଗିରଫ କରାଯାଇଥିଲା। କିନ୍ତୁ ଦ୍ବିତୀୟ ଦିନର ଇଂରାଜୀ ପ୍ରଶ୍ନପତ୍ର ଭାଇରାଲ ନେଇ ଗୁଜବ ସୃଷ୍ଟି ହୋଇଥିଲା।

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories