www.samajalive.in
Friday, December 12, 2025
27.1 C
Bhubaneswar

ଶିକ୍ଷକ ନାଁରେ କଳଙ୍କ ; ସ୍କୁଲରେ ପ୍ରଧାନ ଶିକ୍ଷକ ମଦ ପିଉଥିବା ଦୃଶ୍ୟ ପ୍ରଘଟ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଦୁର୍ଗମ ମହାଲିକପଡା ପଞ୍ଚାୟତର ଯାବର ପ୍ରାଥମିକ ବିଦ୍ୟାଳୟ ଶ୍ରେଣୀଗୃହ ଭିତରେ ଜନୈକ ପ୍ରଧାନ ଶିକ୍ଷକ ତାଙ୍କ ସହଯୋଗୀ ବନ୍ଧୁଙ୍କ ସହିତ ମଦ, ମାଂସ ଖାଉଥିବା ଭଳି ଏକ ଭିଡିଓ(ଦୃଶ୍ୟ) ସାମାଜିକ ଗଣ ମାଧ୍ୟମରେ ବେଶ୍ ପ୍ରଘଟ ହେବାରେ ଲାଗିଛି । ଏଭଳି ଭିଡିଓ ଲୋକଲୋଚନକୁ ଆସିବାପରେ ସ୍କୁଲ ଭଳି ଶିକ୍ଷାମନ୍ଦିରର ମର୍ଯ୍ୟାଦା କ୍ଷୁର୍ଣ୍ଣ ହୋଇଛି। ଅନ୍ୟପଟେ ପ୍ରଧାନ ଶିକ୍ଷକଙ୍କ ଏଭଳି ଅମାନବୀୟ କାଣ୍ଡ ଯୋଗୁଁ ଶିକ୍ଷାବିଭାଗ ନିନ୍ଦିତ ହେବା ସହିତ ଶିକ୍ଷକଙ୍କ ନାଁରେ ଆଉ ଏକ କଳଙ୍କ ଯୋଡି ହୋଇଯାଇଛି। ପ୍ରକାଶ ଯେ ଯାବର ପ୍ରାଥମିକ ସ୍କୁଲରେ ପ୍ରଥମରୁ ପଞ୍ଚମ ପର୍ଯ୍ୟନ୍ତ ମାତ୍ର ୨୬ଜଣ ପିଲା ପାଠପଢୁଛନ୍ତି । ଏମାନଙ୍କ ଶିକ୍ଷାଦାନ ପାଇଁ ଦୁଇ ଜଣ ରେଗୁଲାର ଗଣଶିକ୍ଷକ ନିଯୁକ୍ତ ଅଛନ୍ତି । ମାତ୍ର ସ୍କୁଲର ପ୍ରଧାନ ଶିକ୍ଷକ ସୁନିଲ ଦାସ ପାଠପଢା ସମୟରେ ଏକ ଶ୍ରେଣୀଗୃହରେ ବସି ଜଣେ ବନ୍ଧୁଙ୍କ ସହିତ ମଦ ,ମାଂସ ଖାଉଥିବା ଭିଡିଓ ଖୋଦ୍ ସ୍ଥାନୀୟ ଓାର୍ଡସଭ୍ୟଙ୍କ ସ୍ୱାମୀ ବବଲୁ ମାଝୀ ନିଜ ମୋବାଇଲରେ ଭିଡିଓ ସୁଟିଂ କରିଥିଲେ। ଭିଡିଓ ସମୟରେ ପ୍ରଧାନ ଶିକ୍ଷକଙ୍କୁ ବିଭିନ୍ନ ପ୍ରକାର ପ୍ରଶ୍ନକରି ତାଙ୍କର କଳା କାରାନାମାକୁ ପଦାରେ ପକାଇଥିଲେ। ସ୍କୁଲ ପାଠପଢା ସମୟରେ ପିଲାଙ୍କ ମଧ୍ୟାହ୍ନ ଭୋଜନ ଖାଇବା ସମୟରେ କିପରି ଜଣେ କର୍ତବ୍ୟରତ ପ୍ରଧାନ ଶିକ୍ଷକ ସ୍କୁଲ ଭିତରେ ମଦ, ମାଂସର ଆସର ଜମାଇଥିଲେ ତାକୁ ନେଇ ଶିକ୍ଷାପ୍ରେମୀ ଏବଂ ବୁଦ୍ଧିଜୀବି ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି । ସମ୍ପୃକ୍ତ ପ୍ରଧାନ ଶିକ୍ଷକଙ୍କ ଭାଇ ବୋହୁ ବର୍ତମାନ ବୌଦ୍ଧ ଜିଲ୍ଲାପରିଷଦ ଅଧ୍ୟକ୍ଷା ଥିବାରୁ ଏଭଳି ରୋଚକ ଘଟଣା ବିରୋଧିଙ୍କୁ କଡା ସମାଲୋଚନା ପାଇଁ ଖୋରାକ ଯୋଗାଇଛି । ଅନ୍ୟପଟେ ଶାସକ ଦଳର ଜଣେ ଟାଣୁଆ ଲୋକଙ୍କ ଶିକ୍ଷକଙ୍କ ସର୍ମ୍ପକୀୟ ହୋଇଥିବାରୁ ଏହା ଉପରେ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ନାଁ ତାକୁ ଚପେଇବାକୁ ଉଦ୍ୟମ ହେଉଛି ତାକୁ ବିରୋଧି ଅନେଇ ବସିଛନ୍ତି । ଏଭଳି ଘଟଣା ସମଗ୍ର ଜିଲ୍ଲାରେ ଆଲୋଚନା ଜୋର ଧରିଥିବା ବେଳେ ଭିଡିଓର ସତ୍ୟତା ଥିଲେ ଏହା ସାଂଘାତିକ ବୋଲି ଚାରିଆଡେ ଚର୍ଚ୍ଚା ଜୋର ଧରିଛି । ଏ ସର୍ମ୍ପକରେ ହରଭଙ୍ଗା ଗୋଷ୍ଠି ଶିକ୍ଷାଧିକାରୀ ଅଜୟ କୁମାର ଲୁହାଙ୍କୁ ପଚାରିବାରୁ ସେ କହିଲେ ଭିଡିଓ ପାଇଛି । ଏହା ଉପରେ ତଦନ୍ତ କରାଯାଇ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ।

Hot this week

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ...

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

Related Articles

Popular Categories