www.samajalive.in
Friday, December 12, 2025
27.1 C
Bhubaneswar

କଖଡି ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ କୃତି ବିଦ୍ୟାର୍ଥୀଙ୍କୁ ସମ୍ବର୍ଦ୍ଧନା

ଗୁରୁଡିଝାଟିଆ :  କୃତି ବିଦ୍ୟାର୍ଥୀ ସମାଜ ଦେଶ ଓ ଜାତିର ଦର୍ପଣ। ବିକାଶ ପଥରେ ଦେଶକୁ ଆଗକୁ ନେବା ସହ ମାଟି ମାଆ ଓ ନିଜ ବିଦ୍ୟାଳୟ ପାଇଁ ସୁନାମ ଆଣିଥାଏ ବୋଲି କଖଡି ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟର କୃତି ବିଦ୍ୟାର୍ଥୀଙ୍କ ଉଦ୍ଦେଶ୍ୟରେ ଆୟୋଜିତ ସମ୍ବର୍ଦ୍ଧନା ଓ ପୁରସ୍କାର ପ୍ରଦାନ ଉତ୍ସବରେ ଉପସ୍ଥିତ ବିଶିଷ୍ଟ ବ୍ୟକ୍ତିମାନେ ଏହି ମତପ୍ରକାଶ କରିଛନ୍ତି । ବିଦ୍ୟାଳୟର ପ୍ରଧାନଶିକ୍ଷକ ରଣଜିତ୍ ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ସ୍ଥାନୀୟ ସରପଞ୍ଚ କଳ୍ପନା ଛତାର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ବିଦ୍ୟାଳୟ ପାଇଁ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଆଣିଦେଇଥିବା ବିଦ୍ୟାର୍ଥୀଙ୍କ ଉଜ୍ୱଳ ଭବିଷ୍ୟତ କାମନା କରିବା ସହିତ ଭଲ ଓ ବଡ ମଣିଷ ହେବା ନିମନ୍ତେ ପରାମର୍ଶ ଦେଇଥିଲେ। ଗାଁ ସଭାପତି ଦିଲ୍ଲିପ କୁମାର ଛତାର, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ନାରାୟଣ ସାହୁ, ବସନ୍ତ କୁମାର ବିଶ୍ୱାଳ, ସାମ୍ବାଦିକ ଶ୍ୱେତକାନ୍ତ ବେହେରା, ସମିତିସଭ୍ୟ ପ୍ରଦୀପ କୁମାର ମହାନ୍ତି, ରଞ୍ଜନ ମୁଦୁଲି ପ୍ରମୁଖ ଅତିଥି ଭାବରେ ଯୋଗଦେଇ ଅଧୁନା ସମାଜରେ ଭଲ ମଣିଷଙ୍କ ସଂଖ୍ୟା କମିବାରେ ଲାଗିଛି। ତେଣୁ ପାଠ ପଢି ଭଲ ଓ ବଡ ମଣିଷ ହେବା ଦିଗରେ ନିଜକୁ ଏବେଠାରୁ ପ୍ରସ୍ତୁତ କରିବା ନିମନ୍ତେ କହିଥିଲେ।

- Advertisement -

ପଣ୍ଡିତ ଲିଙ୍ଗରାଜ ମିଶ୍ର ସ୍ମାରକୀ, ସ୍ୱର୍ଗତ ଅଲେଖଚନ୍ଦ୍ର ସାହୁ ଓ ଭାଷୀଦେବୀ ସ୍ମାରକୀ, ଶିକ୍ଷାବିତ୍ ପ୍ରଫୁଲ ଚନ୍ଦ୍ର ସାହୁ ସ୍ମାରକୀ, ଭ୍ରମରବର ନାୟକ ସ୍ମାରକୀ, ଶ୍ୟାମକୁଞ୍ଜ ମେମୋରିଆଲ,୧୯୮୭ ଛାତ୍ର ସଂଗଠନ ଓ ଜେମାମଣି ଓ ଲାବଣ୍ୟମୟୀ, ସୁଶୀଲାରାଣୀ ଓ ବ୍ରହ୍ମାନନ୍ଦ ବସ୍ତିଆ ମେମୋରିଆଲ ଟ୍ରଷ୍ଟ ଆଦି ପକ୍ଷରୁ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ଅର୍ଜନ କରିଥିବା ବିଦ୍ୟାର୍ଥୀମାନଙ୍କୁ ସମ୍ବର୍ଦ୍ଧନା ସହିତ ମାନପତ୍ର ଓ ଆର୍ଥିକ ପୁରସ୍କାର ପ୍ରଦାନ କରାଯାଇଥିଲା। ବରିଷ୍ଠ ଶିକ୍ଷକ ସୁକାନ୍ତ କୁମାର ନାୟକ, ପ୍ରଶାନ୍ତ କୁମାର ରାଉତଙ୍କ ସହିତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମ ପରିଚଳନାରେ ସହଯୋଗ କରିଥିଲେ। ହେମନ୍ତ କୁମାର ସାହୁଙ୍କ ସଂଯୋଜନାରେ ଆୟୋଜିତ ଏହି ଉତ୍ସବରେ କୈଳାସ ଚନ୍ଦ୍ର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ୪ଜଣଙ୍କୁ ବହିଷ୍କାର କଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳବସ୍ଥା ଘଟଣାରେ ଡିଜିସିଏ...

ଭିଜିଲାନ୍ସ ନାଁରେ ଓଏଏସ୍‌ ଙ୍କୁ ଠକେଇ, ଦୁଇ ଗିରଫ

ରାଉରକେଲା : ନିଜକୁ ଭିଜିଲାନ୍ସ ଅଧିକାରୀ କହି ଠକେଇ ଅଭିଯୋଗରେ ଦୁଇ...

ବାର୍ବି କ୍ୟୁ ନେସନ୍‌ରେ ନିମ୍ନମାନର ଖାଦ୍ୟ, ଲାଗିଲା ଜରିମାନା…

ନୂଆଦିଲ୍ଲୀ : ଯଦି ଆପଣ ଖାଦ୍ୟ ପ୍ରିୟ ଏବଂ ଭାବୁଛନ୍ତି ଯେ...

ଝାଡ଼ଖଣ୍ଡରେ ଆତଙ୍କବାଦୀ ସନ୍ଦିଗ୍ଧଙ୍କ ଘରେ ଏନଆଇଏ ରେଡ

ସମାଜ ଲାଇଭ ଡେସ୍କ : ଝାଡ଼ଖଣ୍ଡ ହଜାରିବାଗ ଅଞ୍ଚଳରେ ଆଇଏସଆଇଏସ ଆତଙ୍କି...

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

Related Articles

Popular Categories