www.samajalive.in
Saturday, December 13, 2025
27.1 C
Bhubaneswar

ମାଲିକର ମୃତ୍ୟୁ ପରେ ଶ୍ମଶାନରେ ବାଛୁରୀ; କୋକେଇକୁ ଛୁଇଁଲା, ଜୁଇ ଚାରିପଟେ ବୁଲିଲା

ମୋ ଜୀବନ ଓ ତୋ ସାଥିରେ ଯୋଡ଼ା । ତତେ ଛାଡ଼ି ମୁଁ କେମିତି ବଞ୍ଚିବି ? ତୋ ବିନା ମୁଁ କେମିତି ରହିବି ? ସବୁ ସମ୍ପର୍କ ତୁଟିଥିଲା । ମାଲିକ ବି ଉଚିତ ପାଉଣା ନେଇ ସୌଦା ସାରିଥିଲା । ହେଲେ ପ୍ରେମ ଆଉ ଭଲପାଇବା ସେମତି ନିବିଡ଼ ହିଁ ଥିଲା ।

ଆପଣ ନିଶ୍ଚୟ ଭାବୁଥିବେ ଜଣେ ମୃତ ମଣିଷର ଶବ ଓ ଗୋଟିଏ ବାଛୁରିକୁ ଦେଖାଇ ଆମେ ଏପରି କାହିଁ କି କହୁଛୁ । ହଁ ଦର୍ଶକ ବନ୍ଧୁ ଏହି ଭିଡିଓ ପଛର ସତ ଜାଣିଲେ ଆପଣଙ୍କ ହୃଦୟ ନିଶ୍ଚୟ ଦୋହଲି ଯିବ । ଆଉ ମରି ଶୋଇଥିବା ମଣିଷଟା ଉଠି ବସିପଡ଼ୁ ବୋଲି ଆପଣଙ୍କ ମନ ନିଶ୍ଚିତ କହିବ । ଏହି ଯେଉଁ ଭିଡିଓଟି ଆପଣ ଦେଖୁଛନ୍ତି ତାହା ଝାଡ଼ଖଣ୍ଡର । ମୃତ ବ୍ୟକ୍ତି ଜଣକ ହେଉଛନ୍ତି ବାଛୁରୀଟି ପୂର୍ବତନ ମାଲିକ । ଅର୍ଥାତ୍ ଯାହାକୁ ବ୍ୟକ୍ତି ଜଣକ ବିକ୍ରି କରିଦେଇଛନ୍ତି ।

- Advertisement -

ମିଳିଥିବା ସୂଚନା ଅନୁସାରେ ମୃତ ବ୍ୟକ୍ତି ଜଣକ ଅନାଥ କହିଲେ ହୁଏତ ଭୁଲ ହେବନାହିଁ । ତାଙ୍କର କୌଣସି ସନ୍ତାନ ମଧ୍ୟ ନାହାନ୍ତି । ସେ ଏହି ବାଛୁରୀଟିର ମା’କୁ ପାଳନ କରିଥିଲେ । ଆଉ କିଛି ବର୍ଷ ରଖିବା ପରେ ଗାଈଟି ମୋଟ୍ ୩ଟି ସନ୍ତାନ ଜନ୍ମ କରିଥିଲା । ବ୍ୟକ୍ତି ଜଣକଙ୍କ ଗରିବ ଥିବାରୁ କିଛି ଅର୍ଥ ପାଇଁ ସମସ୍ତ ଗାଈ ଓ ବାଛୁରୀ ଗୁଡ଼ିକୁ ବିକ୍ରି କରିଦେଇଥିଲେ । ଆଉ ଏହି ବାଛୁରୀଟିକୁ ବହୁତ ଭଲ ପାଉଥିଲେ । ଏବଂ ଯତ୍ନ ବି ନେଉଥିଲେ । ସବୁଠାରୁ ବଡ଼ କଥା ହେଉଛି ବାଛୁରିଟି କୌଣସି କାରଣରୁ ତାର ପୂର୍ବ ମାଲିକର ମୃତ୍ୟୁ ହୋଇଥିବା ଜାଣିବାକୁ ପାଇଥିଲା । ଆଉ ଆସି ପହଞ୍ଚିଥିଲା ଶ୍ମଶାନରେ । ଆଉ ତାପରେ ଭିଡିଓରେ ଯାହା ଦେଖୁଛନ୍ତି ଆପଣ ।

ବାଛୁରୀଟି ତାର ମାଲିକର କେକେଇକୁ ଟାଣିବାକୁ ଲାଗୁଛି । ବ୍ୟକ୍ତିଜଣଙ୍କୁ ଉଠାଇବାକୁ ଚାହୁଁଛି । ହେଲେ ଯାହା ସମ୍ଭବପର ନୁହେଁ । ଲୋକମାନେ ଏହିସବୁକୁ ବୁଝି ନପରି ବାଛୁାରୀଟିକୁ ଗୋଡାଇବାକୁ ଲାଗୁଛନ୍ତି । ହେଲେ ବାଛୁରୀଟି ସେଠାରୁ ଯିବାକୁ ଚାହୁଁନାହିଁ । ପରେ ପରେ ବ୍ୟକ୍ତି ଜଣଙ୍କୁ ମୁଖାଗ୍ନି ଦେବା ସମୟରେ ବାଛୁରୀଟି ତାର ଚାରିପଟେ ବୁଲୁଥିବା ଦେଖିବାକୁ ମିଳୁଛି । ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

Hot this week

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

Related Articles

Popular Categories