www.samajalive.in
Saturday, December 6, 2025
23.1 C
Bhubaneswar

ପୁରୁଣା ଓଡ଼ିଆ ଗୀତରେ କୁନି ଝିଅର ସୁନ୍ଦର ଡ୍ୟାନ୍ସ; ଦେଖନ୍ତୁ ଭିଡିଓ

ବାଜେ ବଇଁଶୀ ନାଚେ ଘୁଙ୍ଗୁର… ଏଇ ମିଳନ ଯୁଗଯୁଗର । ଗୀତଟିର ସୁରେ ସୁରେ ନାଚୁଛି କୁନିଝିଅ । ଗୀତର ପ୍ରତିଟି ଛନ୍ଦରେ ଝିଅଟି ତାର ନୃତ୍ୟ ପରିବେଷଣ କରୁଛି । ଠିକ୍ ଯେପରି ଜଣେ ପ୍ରଫେସନାଲ ଡ୍ୟାନ୍ସର । ଗାଁର ମାଟିରାସ୍ତାରେ ନିଜର ସୁନ୍ଦର ନୃତ୍ୟରେ ସମସ୍ତଙ୍କ ମନକୁ ବାନ୍ଧି ରଖିଛି । ପଙ୍କରୁ ପଦ୍ମ ଫୁଟିବା ପରି କୁନି ଓ ଗରିବ ଝିଅଟିର ନୃତ୍ୟ ଅବିକଳ ମନେ ହେଉଛି । ଭିଡିଓଟିକୁ ଜଣେ ବ୍ୟକ୍ତି ସୋସିଆଲ ମିଡିଆ ଫେସବୁକରେ ପୋଷ୍ଟ କରିଥିବା ଦେଖିବାକୁ ମିଳିଛି । ଯାହା ବର୍ତ୍ତମାନ ଭାଇରାଲ ହେଉଛି ।

ବ୍ୟକ୍ତିଜଣକ ଭିଡିଓଟିକୁ ଅପଲୋଡ୍‌ କରିବା ସହ କ୍ୟାପସନରେ ଝିଅଟିକୁ ବଣର ମଲ୍ଲି ସହ ତୁଳନା କରିଛନ୍ତି । ସେ ଲେଖିଛନ୍ତି ବଣରେ ମଲ୍ଲି ଫୁଟି ଝରିପଡେ ଜାଣିଥିଲି । କିନ୍ତୁ ଆଖିରେ ଦେଖିଲି । ଏ ଝିଅର ବାପା-ମା’ଙ୍କୁ ମୋର ଅନୁରୋଧ । ଏ ପଦ୍ମକୁ ପଙ୍କରେ ମିଶିବାକୁ ଦିଅନ୍ତୁ ନାହିଁ । ଏ ବଣ ମଲ୍ଲିକୁ ବଣରେ ଝରିବାକୁ ଦିଅନ୍ତୁ ନାହିଁ । ଝିଅଟିର ପ୍ରତିଭାକୁ ଲୋକଲୋଚନକୁ ଆଣିବାକୁ ବ୍ୟକ୍ତିଜଣ ତାଙ୍କ ପୋଷ୍ଟରେ କହିଛନ୍ତି । ସେପଟେ ଝିଅଟିର ଏହି ସୁନ୍ଦର ନାଚକୁ ଲୋକମାନେ ବେଶ୍‌ ପସନ୍ଦ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ଭିଡିଓଟିକୁ ୪ଲକ୍ଷରୁ ଊର୍ଦ୍ଧ୍ଵ ଲୋକ ଦେଖିସାରିଥିବା ବେଳେ, ୫ହଜାରରୁ ଅଧିକ ଲୋକ ଲାଇକ୍‌ କରିଛନ୍ତି । ସେହିପରି ୭ଶହରୁ ଅଧିକ ଦର୍ଶକ ନିଜର ମତାମତ କମେଣ୍ଟ ବକ୍ସ ମାଧ୍ୟମରେ ଦେଇଥିବା ଦେଖିବାକୁ ମିଳିଛି ।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories