nua o banner

ଗାଡ଼ି ଚଢ଼ାଇ ଛୁଆକୁ ମରିଦେଲା ମଣିଷ; ବାହୁନି ବାହୁନି କାନ୍ଦୁଛି ମା’, ଦେଖନ୍ତୁ ଏହି ହୃଦୟ ବିଦାରକ ଦୃଶ୍ୟ

BJD Bijuli 480×75 Mob

ଦୃଶ୍ୟଟି ଯେତିକି ଦୁଃଖଦ । ସେତିକି ହୃଦୟ ବିଦାରକ । ସେ ଜନ୍ମ ଦେଇଥିଲା.. ଆଉ ଏ ମଣିଷର ଆଧୁନିକ ସମାଜ ତାକୁ ମାରିଦେଲା । କଂକ୍ରିଟ୍ ରାସ୍ତାରେ ଗାଡ଼ି ଚଢ଼ାଇ ତା ଛୁଆକୁ ମାରି ଦେଇଛି ଏଇ ମଣିଷ । ଆଉ ମଲା ଛଆ ନିକଟରେ ବାହୁନି ବାହୁନି କାନ୍ଦୁଛି ମା’ । ଦେଖନ୍ତୁ ଏହି ଭିଡିଓକୁ..

କାରଣ ଏବି ତ ଗୋଟିଏ ମା’ । ଅନ୍ତଚିରି ଜନ୍ମ ଦେଇଥିଲା ତା ଛୁଆକୁ । ନିଜ ଛାତିର କ୍ଷୀର ଦେଇ ବଡ଼ କରୁଥିଲା । କିନ୍ତୁ ଏ ମଣିଷ ତାର ସବୁ କିଛି ସାରିଦେଲା । ଭିଡିଓଟିରେ ମା’ କୁକୁରଟି ବହୁତ ଜୋରରେ କାନ୍ଦୁଥିବା ଦେଖିବାକୁ ମିଳୁଛି । ତାର ଆଉ ଗୋଟିଏ ଛୁଆ ମଧ୍ୟ ମା’କୁ ଚାହିଁ କାନ୍ଦୁଛି । ଏପରି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବେଳେ ଏ ମଣିଷ ସମାଜକୁ ଏହି ନୀରିହ ପଶୁ ଯେମିତି ତାତ୍ସଲ୍ୟ କରୁଛି । ତାର ଏହି ମମତାର ଆଖି ଲୁହରେ ।

Comments are closed.