mission shakti banner

ପଶ୍ଚିମବଙ୍ଗରେ ନିର୍ବାଚନୀ ହିଂସା; ସୌମେନ୍ଦୁ ଅଧିକାରୀଙ୍କ କାର୍‌ ଭଙ୍ଗାରୁଜା

bjd gruha runa banner

କଲକାତା: ପଶ୍ଚିମବଙ୍ଗରେ ଶନିବାର ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣ ଜାରି ରହିଥିବାବେଳେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି। ପ୍ରଥମ ପର୍ଯ୍ୟାୟରେ ୫ ଜିଲାର ୩୦ ବିଧାନସଭା ଆସନ​‌ରେ ମତଦାନ ଚାଲିଛି। କାନ୍ଥୀର ସବଜପୁର ଅଞ୍ଚଳରେ ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀଙ୍କ ଭାଇ ସୌମେନ୍ଦୁ ଅଧିକାରୀଙ୍କ କାର୍‌କୁ ଆକ୍ରମଣ କରାଯାଇଛି। କାର୍‌କୁ ଭଙ୍ଗାରୁଜା କରାଯାଇଛି। ତେବେ ଆକ୍ରମଣ ସମୟରେ ସୌମେନ୍ଦୁ କାର୍‌ରେ ନ ଥିଲେ। ତାଙ୍କ ଡ୍ରାଇଭର ଆକ୍ରମଣରେ ଆହତ ହୋଇଛନ୍ତି। ଏହି ଆକ୍ରମଣ ପାଇଁ ଶୁଭେନ୍ଦୁ ଟିଏମସି କାର୍ଯ୍ୟକର୍ତ୍ତାଙ୍କୁ ଦାୟୀ କରିଛନ୍ତି।

ସୁଭେନ୍ଦୁ ଅଧିକାରୀଙ୍କ ଆଉ ଜଣେ ଭାଇ ଦିବ୍ୟନ୍ଦୁ ଅଧିକାରୀ ଏହି ଆକ୍ରମଣ ପାଇଁ ଟିଏମସିର ଜଣେ ନେତାଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି। ଟିଏମସିର ବ୍ଲକ ଅଧ୍ୟକ୍ଷ ସୌମେନ୍ଦୁଙ୍କ କାର୍‌ ଉପରେ ଆକ୍ରମଣ କରାଇଛନ୍ତି ବୋଲି ଦିବ୍ୟନ୍ଦୁ କହିଛନ୍ତି।

Comments are closed.