www.samajalive.in
Saturday, December 6, 2025
16.1 C
Bhubaneswar

ମଣିପୁରରେ ପୁଣି ହିଂସା; ଜାଳିଦେଲେ ୪ ଘର

ଇମ୍ଫାଲ: ହିଂସାଗ୍ରସ୍ତ ମଣିପୁରରେ ସୋମବାର ଦ୍ବିପ୍ରହରରେ ପୁଣି ଥରେ ହିଂସା ଦେଖାଦେଇଛି। କୁହାଯାଉଛି ଯେ, କିଛି ଅଜଣା ବ୍ୟକ୍ତି ୪ଟି ଘରେ ନିଆଁ ଲଗାଇ ଦେଇଛନ୍ତି। ତେବେ ଏଥିରେ ମୃତାହତ ନେଇ କୌଣସି ସୂଚନା ନାହିଁ। ସେନା, ଆସାମ ରାଇଫଲ୍ସ ଏବଂ ମଣିପୁର ପୁଲିସ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ଅଞ୍ଚଳରେ ପୁଣି ଥରେ ଉତ୍ତେଜନାମୂଳକ ପରିସ୍ଥିତି ଦେଖାଦେଇଛି।

ସୂଚନା ଅନୁସାରେ, ଜଣେ ପୂର୍ବତନ ବିଧାୟକ ଏବଂ ତାଙ୍କର ଦୁଇ ସୁରକ୍ଷାକର୍ମୀଙ୍କୁ ମଧ୍ୟ ଗିରଫ କରାଯାଇଛି। ତେବେ ଏନେଇ ବର୍ତ୍ତମାନ ସୁଦ୍ଧା କେହି ସ୍ପଷ୍ଟ କରି ନାହାନ୍ତି। ବିଶେଷ ସୂତ୍ରରୁ ପ୍ରାପ୍ତ ଖବର ଅନୁଯାୟୀ, ଇମ୍ଫାଲର ନ୍ୟୁ ଚେକୋନ ଅଞ୍ଚଳରେ ଆଜି ସକାଳେ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଦୋକାନୀମାନଙ୍କୁ ଦୋକାନ ବନ୍ଦ କରିବାକୁ କୁହାଯାଇଥିଲା। ଏହାପରେ ନ୍ୟୁ ଚେକୋନରେ ଦୁର୍ବୃତ୍ତମାନେ ଚାରିଟି ଘରେ ନିଆଁ ଲଗାଇ ଦେଇଛନ୍ତି। ଏଥିରେ ମୃତାହତ ନେଇ କୌଣସି ସୂଚନା ମିଳିନାହିଁ।

- Advertisement -

ସୂଚନାନୁସାରେ, ହେଙ୍ଗଲେପ୍‌ର ପୂର୍ବତନ ବିଧାୟକ ଏସି ଟିଏନ୍ ହାଓକିପଙ୍କୁ ତାଙ୍କର ଦୁଇ ଅଙ୍ଗରକ୍ଷୀଙ୍କ ସହ ଗିରଫ କରାଯାଇଛି। ତେବେ ଏପର୍ଯ୍ୟନ୍ତ ତାଙ୍କ ଗିରଫଦାରୀକୁ କେହି ନିଶ୍ଚିତ କରିନାହାନ୍ତି।

Hot this week

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

Related Articles

Popular Categories