www.samajalive.in
Saturday, December 6, 2025
16.1 C
Bhubaneswar

ନନ୍ଦୀଗ୍ରାମରେ ନିର୍ବାଚନ ପରବର୍ତ୍ତୀ ହିଂସା; ବିଜେପି କାର୍ଯ୍ୟାଳୟ ସମେତ ଅନେକ ଘରେ ଓ ଦୋକାନରେ ପଶି ଭଙ୍ଗାରୁଜା

କଲକାତା: ପଶ୍ଚିମବଙ୍ଗରେ ନିର୍ବାଚନ ପରବର୍ତ୍ତୀ ହିଂସା ଦେଖିବାକୁ ମିଳିଛି। ନନ୍ଦୀଗ୍ରାମରେ ବିଜେପି ପ୍ରାର୍ଥୀ ସୁଭେନ୍ଦୁ ଅଧିକାରୀଙ୍କୁ ନିର୍ବାଚନ ଆୟୋଗ ବିଜୟୀ ଘୋଷଣା କରିବା ପରେ ହିଂସାର ସୂତ୍ରପାତ ହୋଇଛି। ସୋମବାର ସକାଳୁ ନନ୍ଦୀଗ୍ରାମରେ ଥିବା ବିଜେପି କାର୍ଯ୍ୟାଳୟରେ କିଛି ବ୍ୟକ୍ତି ପଶି ଭଙ୍ଗାରୁଜା କରିଛନ୍ତି। ସେହିପରି ନନ୍ଦୀଗ୍ରାମର ଅନେକ ଦୋକାନ ଏବଂ ଲୋକଙ୍କ ଘରେ ପଶି ଭଙ୍ଗାରୁଜା କରାଯାଇଛି। ଏହି ହିଂସାକାଣ୍ଡ ପାଇଁ ବିଜେପି ଟିଏମସି କାର୍ଯ୍ୟକର୍ତ୍ତାଙ୍କ ବିରୋଧରେ ଅଭିଯୋଗ ଆଣିଛି।

ବିଜେପି କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ, ହିଂସାକାଣ୍ଡ ସମୟରେ ପୁଲିସକୁ ସୂଚନା ଦିଆଯାଇଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚିବା କ୍ଷତି ଗଣ୍ଡଗୋଳକାରୀମାନେ ସେଠାରୁ ଫେରାର ହୋଇଯାଇଥିଲେ।

- Advertisement -

ଅନ୍ୟପଟେ କେବଳ ଏହି ସ୍ଥାନରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ନିର୍ବାଚନ ପରଠାରୁ ହିଂସାକାଣ୍ଡ ଜାରି ରହିଛି। ଯେଉଁଥିରେ ପ୍ରାୟ ୪ ଜଣଙ୍କର ମୃତ୍ୟୁ ଘଟିଛି। ସେହିପରି ଗତ କାଲି ରାତିରେ କଲକାତାର ଉଲ୍‌ଟାଗଙ୍ଗା ଅଞ୍ଚଳରେ ଜଣେ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ଅଭି​‌ଯୋଗ ହୋଇଛି। ଏହାବ୍ୟତୀତ ଦୁର୍ଗାପୁର ଅଞ୍ଚଳରେ ଥିବା ବିଜେପି କାର୍ଯ୍ୟାଳୟ ନିଆଁ ଲଗାଇ ଦିଆଯାଇଥିବା ନେଇ ମଧ୍ୟ ଅଭିଯୋଗ ଆସିଛି।

ତେବେ ବିଜେପି ପକ୍ଷରୁ ରାଜ୍ୟ ସଭାପତି ଦିଲୀପ ଘୋଷ ଅପରାହ୍ନ ୪ଟାରେ ରାଜ୍ୟପାଳଙ୍କୁ ଭେଟି ରାଜ୍ୟରେ ଚାଲିଥିବା ନିର୍ବାଚନ ପରବର୍ତ୍ତୀ ହିଂସା ସମ୍ପର୍କରେ ଏକ ସ୍ମାରକପତ୍ର ଦେବାର କାର୍ଯ୍ୟକ୍ରମ ରହିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories