ପୁଣି ଭିମସାର ପରିଦର୍ଶନରେ ଆସିବେ ଏମସିଆଇ, କାମ ଚଳାଇବାକୁ କଟକରୁ ଗଲେ ୪ ଡ଼ାକ୍ତର
ବୁର୍ଲା: ସଦାସର୍ବଦା ବୁର୍ଲା ଭିମସାର ଡ଼ାକ୍ତରଙ୍କ ଅଭାବ ଚିକିତ୍ସା ବ୍ୟବସ୍ତାକୁ ଗୁରୁତର ଭାବରେ ପ୍ରଭାବିତ କରି ଆସୁଛି। ବର୍ତ୍ତମାନ ସୁଦ୍ଧା ଗୁରୁତ୍ୱପୁର୍ଣ୍ଣ ବିଭାଗ ବିଭାଗୀୟ ଡ଼ାକ୍ତର ଶୁନ୍ୟ ହୋଇ ରହିଛି। ସେପଟେ ପୁଣି ଭିମସାରକୁ ଏହି କରୋନା କାଳରେ ମେଡ଼ିକାଲ କାଉନସିଲ ଅଫ୍ ଇଣ୍ଡିଆର ପରିଦର୍ଶନ ହେବାକୁ ଯାଉଥିବା ବେଳେ ପୁଣି କଟକ ମେଡ଼ିକାଲରୁ ଉଧାରୀ ଡ଼ାକ୍ତର ଆଣି କାମ ଚଳାଇବା ବ୍ୟବସ୍ତା ଭିମସାରରେ କରାଯାଇଥିବା ଦେଖିବାକୁ ମିଳିଛି। ଗତ ୨୦୧୫ ମସିହାରୁ ସ୍ୱୟଂଶାସିତ ଭିମସାର କେବଳ କାଗଜକଲମରେ ସୀମିତ ରହିଥିବା ବେଳେ ସୁପର ସ୍ପେସିଆଲିଟି ହେବା ସ୍ଥାଣୁ ଅବସ୍ଥା ମଧ୍ୟରେ ଅନିଶ୍ଚିତତା ମଧ୍ୟରେ ଝୁଲି ରହିଛି। ସେପଟେ ପୁର୍ବରୁ ମଧ୍ୟ ଏମସିଆଇ ପରିଦର୍ଶନ ସମୟରେ ଭିମସାରର ଅଭାବ ଅସୁବିଧା ଲୁଚାଇବା ପାଇଁ ଅନେକ ପ୍ରୟାସ କରାଯାଉଥିବା ଦୃଷ୍ଟାନ୍ତ ଦେଖିବାକୁ ମିଳିଛି।
ସେହିପରି ପୁଣି ଏକ ଘଟଣା ସ୍ତାନିୟ ସଚେତନ ମହଲରେ ଚର୍ଚ୍ଚାର ପରିସର ଭୁକ୍ତ ହୋଇଛି। ପୁଣି ଭିମସାରର ବିଭାଗୀୟ ମୁଖ୍ୟ ବା ପ୍ରଫେସର ଶୁନ୍ୟ ହୋଇ ରହିଥିବା ଦୁଇଗୋଟି ବିଭାଗ ଯେପରି ଚର୍ମ ଓ ଯୌନରୋଗ ବିଭାଗ ଏବଂ ପାଥୋଲୋଜି ବିଭାଗ ରହିଛି। ସେପଟେ ପୁଣି ଅସ୍ଥିଶଲ୍ୟ ବିଭାଗରେ ଗୋଟିଏ ସହଯୋଗୀ ପ୍ରଫେସର ପଦବୀ ମଧ୍ୟ ଖାଲି ହୋଇ ରହିଛି। ଏମସିଆଇ ପରିଦର୍ଶନ ଏହି ତିନି ବିଭାଗକୁ ହେବା ପରିପେକ୍ଷିରେ କୁତ୍ରିମ ଭାବରେ ପଦବୀ ପୁରଣ ପାଇଁ କଟକରୁ ଉଧାରୀ ଡ଼ାକ୍ତର ବ୍ୟବସ୍ତା କରାଯାଇଛି। କଟକ ଏସସିବି ମେଡ଼ିକାଲର ପାଥୋଲୋଜି ବିଭାଗର ପ୍ରଫେସର ଲିଟୀ ମହାନ୍ତି, କଟକ ଏସସିବି ମେଡ଼ିକାଲର ଚର୍ମ ଓ ଯୌନରୋଗ ବିଭାଗର ପ୍ରଫେସର ଜୟଶ୍ରୀ ମହାନ୍ତିଙ୍କୁ ବୁର୍ଲା ଭିମସାରକୁ ଡ଼େପୁଟେସନରେ ଅଣାଯାଉଛି।
ସେହିପରି ଭାବରେ କଟକ ଏସସିବି ମେଡ଼ିକାଲର ଅସ୍ଥିଶଲ୍ୟ ବିଭାଗର ସହଯୋଗୀ ପ୍ରଫେସର ମନୋରଞ୍ଜନ ମଲ୍ଲୀକ ଓ ସହଯୋଗୀ ପ୍ରଫେସର ଗୌତମ ଶତପଥିଙ୍କୁ ଦୁଇ ଜଣଙ୍କୁ ବୁର୍ଲା ଭିମସାରରେ ଜରୁରୀକାଳିନ ଭିତ୍ତିରେ ଡ଼େପୁଟେସନରେ ଯୋଗଦାନ କରିବା ପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଚିଠି ସଂଖ୍ୟା ୧୫୬୬୪/ତା୨୭-୦୫-୨୦୨୧ରିଖରେ ଚିଠି ହୋଇଛି। ଭିମସାରରେ ସଦାସର୍ବଦା ଡ଼ାକ୍ତରଙ୍କ ଅଭାବ ରହିଥିôବା ବେଳେ ଏଭଳି ଭାବରେ ଉଧାରୀ ବ୍ୟବସ୍ତାରେ ଭିମସାରର ମେଡ଼ିକାଲ କାଉନସିଲ ଅଫ୍ ଇଣ୍ଡିଆ ଦଳକୁ ଅପ୍ୟାୟିତ ପ୍ରଥା ଚିରାଚରିତ ପ୍ରଥା। ମାତ୍ର ଏହି ସମସ୍ତ ବ୍ୟବସ୍ତା ମଧ୍ୟରେ ଭିମସାରର ଚିକିତ୍ସା ବ୍ୟବସ୍ତା ପ୍ରଭାବିତ ହୋଇଚାଲିଛି ତାକୁ ନେଇ କେହି ମଧ୍ୟ ତିଳେମାତ୍ର ଚିନ୍ତା କରି ନାହାନ୍ତି। ଏପରିକି ଭିମସାରରେ ବିଭାଗରେ ଜଣେ ମଧ୍ୟ ବିଶେଷଜ୍ଞ ଡ଼ାକ୍ତର ରହି ନ ଥିବା ଦୃଷ୍ଟାନ୍ତ ରହିଛି। ଭିମସାର ବ୍ୟବସ୍ତା ଏହି ଡ଼ାକ୍ତରଙ୍କୁ ଗତ ୨୦୧୭ ମସିହାରୁ ଆଜି ସୁଦ୍ଧା ବ୍ୟବସ୍ତିତ କରିବାରେ ସଫଳ ହୋଇ ପାରି ନାହାନ୍ତି। ଭିମସାରର ନେଫ୍ରୋଲୋଜି ବିଭାଗ ଗତ ୨୦୧୭ ମସିହାରୁ ବିଶେଷଜ୍ଞ ଶୁନ୍ୟ ହୋଇ ପ ଡ଼ିରହିଥିବା ବେଳେ ଭିମସାରକୁ ସୁପର ସ୍ପେସିଆଲିଟି କରାଯିବାର ସ୍ୱପ୍ନକୁ ନେଇ ବିଭିନ୍ନ ସଚେତନ ମହଲରେ ନାନା ଚର୍ଚ୍ଚା ଯୋର ଧରିବା ସହିତ କଣ ଭିମସାରର ଏହି ଆନୁଷାଙ୍ଗିକ ବ୍ୟବସ୍ତା କେବେ ସୁଧୁରିବ ବୋଲି ପ୍ରଶ୍ନ ଉଙ୍କି ମାରୁଛି। ଏହାପ୍ରତି ସ୍ୱାସ୍ଥ୍ୟ ବିଭାଗ ଦୃଷ୍ଟି ନିକ୍ଷେପ କରି ଏହାକୁ ସୁଧାରି ଭିମସାରର ଚିକିତ୍ସା ବ୍ୟବସ୍ତାକୁ ବ୍ୟବସ୍ତିତ କରାଯିବା କ୍ଷେତ୍ରରେ ବପଦକ୍ଷେପ ନେବା ପାଇଁ ଦାବୀ ହେଉଛି।
Comments are closed.