www.samajalive.in
Saturday, December 6, 2025
19.1 C
Bhubaneswar

ବୁର୍ଲା ଭିମସାର କୋଭିଡ଼ ହସପିଟାଲରେ ସର୍ଟସର୍କିଟର ତଦାରଖ କଲେ ପ୍ରଶାସନିକ ଅଧିକାରୀ

ବୁର୍ଲା : ବୁର୍ଲା ଭିମସାରରେ ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ଼ ହସପିଟାଲ, ନଅତାଲା ବିଶିଷ୍ଟ ଶିଶୁବିଭାଗର କୋଠାରେ କରାଯିବା ପାଇଁ ନିଷ୍ପତ୍ତି ନିଆଯିବା ସହିତ ଏହା ଆଗାମୀ କିଛିଦିନ ମଧ୍ୟରେ ଚୁଡ଼ାନ୍ତ ହେବାକୁ ଯାଉଛି। କୋଠାର ଅଗ୍ନି ସୁରକ୍ଷାକୁ ନେଇ ବାରମ୍ବାର ପ୍ରଶ୍ନ ଉଠି ଆସୁଥିଲା। ଗତ ରାତି ସମୟରେ କୋଠାରେ ସର୍ଟସର୍କିଟରୁ ଅଗ୍ନିକାଣ୍ଡ ହେବାକୁ ଯାଉଥିବା ପରି ଏକ ଅଘଟଣ ଘଟିଥିଲା। ପଞ୍ଚମ ମହଲାରେ ଲାଗିଥିବା ଶୀତତାପ ନିୟନ୍ତ୍ରିତ ଯନ୍ତ୍ର କାର୍ଯ୍ୟକ୍ଷମ ହେବା ଫଳରେ ଏହି ସର୍ଟସର୍କିଟ ହୋଇଥିଲା ବୋଲି ଜଣାପଡ଼ିଥିଲା। ତେବେ ନିମ୍ନମାନର ବୈଦ୍ୟୁତିକ ତାର ବା ଉପକରଣ ଯୋଗୁଁ ଏଭଳି ଏକ ବଡ଼ ଧରଣର ଅଘଟଣ ହେବାକୁ ଯାଉଥିଲା। ତେବେ ଏସିକୁ ଯାଇଥିବା ତାର ଗରମ ହୋଇ ସର୍ଟସର୍କିଟ ହୋଇ ନିଆଁ ଲାଗିଥିବା ଜଣାପଡ଼ିଥିଲା। ସେପଟେ ଏହାକୁ ନେଇ ଭିମସାର ହସପିଟାଲର ପ୍ରଶାସନିକ ଅଧିକାରୀ ସୁବ୍ରତ ନାୟକ ଏବଂ ଷ୍ଟିୱାର୍ଡ଼ ଅଶ୍ୱିନୀ କୁମାର ମେହେର କୋଠାକୁ ବୁଲାବୁଲି କରି ଦେଖିଥିଲେ।

ସେପଟେ କେତେକ କକ୍ଷ ତାଲାବନ୍ଦ ଅବସ୍ଥାରେ ରହିଥିବା ମଧ୍ୟ ଦେଖିବାକୁ ମିଳିଥିଲା। ସେପଟେ ପ୍ରଶାସନିକ ଅଧିକାରୀ ଶ୍ରୀ ନାୟକ ଏହି ଘଟଣାକୁ ନେଇ କହିଛନ୍ତି ଯେ, କୋଭିଡ଼ ହସପିଟାଲ କାର୍ଯ୍ୟକ୍ଷମ ହେବା ପରେ ଏହି ଏସି(ଶୀତତାପ ନିୟନ୍ତ୍ରିତ ଯନ୍ତ୍ର)ର ମାନ ଥରେ ଆରମ୍ଭ ହେଲେ ଆଉ ବନ୍ଦ ହେବ ନାହିଁ ତେବେ କୌଣସି ଅଘଟଣ ଯେପରି ଆଗକୁ ନ ହେବ ଏହା ଉପରେ ତଦାରଖ କରାଯାଇ ପଦକ୍ଷେପ ନିଆଯିବ ବୋଲି ସୁଚନା ଦେଇଥିଲେ। ତେବେ ସୂଚନା ଥାଉକି ବର୍ତ୍ତମାନ ସୁଦ୍ଧା ଠିକାଦାରଙ୍କ ନିକଟରେ ଉକ୍ତ କୋଠାର ଚାବି ରହିଥିବା ଏବଂ ଗତକାଲି ଏହାକୁ ଖୋଲାଯାଇ ଏସିକୁ ବନ୍ଦ କରି ସର୍ଟସର୍କିଟକୁ ଆୟତ୍ତ କରାଯାଇଥିବା ଜଣାପଡ଼ିଛି। ତେବେ ଜିଇଡ଼ି ବିଭାଗ ତରଫରୁ ବୁର୍ଲା ଭିମସାରର ବୈଦ୍ୟୁତିକ ରକ୍ଷଣବେକ୍ଷଣ ବ୍ୟବସ୍ତା କରାଯାଇ ଥିବା ବେଳେ ଭିମସାରର ନେଫ୍ରୋଲୋଜି ବିଭାଗ, ନବଜାତ ଶିଶୁ ସଘନ ଗୃହ, ଆଇସିୟୁ ତଥା କେବୁଲରେ ସର୍ଟସର୍କିଟ ହେବା ଅନେକ ଦୃଷ୍ଟାନ୍ତ ରହିଛି। ନିମ୍ନମାନର ବୈଦ୍ୟୁତିକ ତାର ଯୋଗୁଁ ସର୍ଟସାର୍କିଟ ହେଉଥିବା ନେଇ ଅନେକ ବିବାଦୀୟ ସ୍ଥିତି ସୃଷ୍ଟି ହୋଇସାରିଛି। ତେବେ କୋଭିଡ଼ ହସପିଟାଲରେ ୧୦୦ ଜଣ ରୋଗୀଙ୍କ ସହିତ ଆତ୍ମିୟସ୍ୱଜନ ରହିବା ସହିତ ଚିକିତ୍ସାରତ ଡ଼ାକ୍ତର, ସେବିକା ଏବଂ କର୍ମଚାରୀ ମାନେ ରହିବେ। ତେଣୁ ଏହାପ୍ରତି ବିଶେଷ ଭାବରେ ଧ୍ୟାନ ଦେବାର ଆବଶ୍ୟକତା ରହିଛି।

- Advertisement -

ସୂଚନା ଥାଉକି, ଗତମାସ କଟକର ସଦଗୁରୁ କୋଭିଡ଼ ହସପିଟାଲ ଆଇସିୟୁରେ ଅଗ୍ନିକାଣ୍ଡ ଘଟିବା ଏବଂ ଅଳ୍ପକେ ମୃତ୍ୟୁମୁଖରୁ କୋଭିଡ଼ ରୋଗୀ ବର୍ତ୍ତିବା ପ୍ରସଙ୍ଗ ଲୋକଙ୍କ ମାନସ ପଟରୁ ଲିଭିନାହିଁ। ଏହାକୁ ନେଇ ଭିମସାର କର୍ତ୍ତୃପକ୍ଷ ରୋଗୀଙ୍କ ସମେତ ସମସ୍ତ ବର୍ଗର ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ପ୍ରସଙ୍ଗକୁ ହାଲୁକାରେ ନ ନେଇ ଗୁରୁତର ସହିତ ନିଆଯିବା ପାଇଁ ସ୍ଥାନୀୟ ବୁଦ୍ଧିଜିବୀ ମହଲରେ ଦାବୀ ହେଉଛି।

Hot this week

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

Related Articles

Popular Categories