www.samajalive.in
Saturday, December 13, 2025
18.1 C
Bhubaneswar

ସୁରକ୍ଷାକର୍ମୀଙ୍କ ଆକ୍ରମଣରେ ଡାକ୍ତରୀ ଛାତ୍ର ଲହୁଲୁହାଣ

ବୁର୍ଲା : ଭିମସାରରେ ନିୟୋଜିତ ଘରୋଇ ସୁରକ୍ଷା ସଂସ୍ଥା ଏକଜିକ୍ୟୁଟିଭ ସର୍ଭିସେସ ଲିମିଟେଡ଼ର ସୁରକ୍ଷାକର୍ମୀଙ୍କ ଆକ୍ରମଣରେ ଜଣେ ଡାକ୍ତରୀ ଛାତ୍ର ଲହୁଲୁହାଣ ହୋଇଛନ୍ତି। ଏହାସହ ଅନ୍ୟ ଦୁଇ ଛାତ୍ର ମଧ୍ୟ ଆହତ ହୋଇଛନ୍ତି। ଯୁକ୍ତିତର୍କରୁ ବିବାଦର ଆରମ୍ଭ ହୋଇଥିବାବେଳେ ସକାଳ ପର୍ଯ୍ୟନ୍ତ ସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇସାରିଥିଲା। ସୁରକ୍ଷା କର୍ମୀମାନେ କାର୍ଯ୍ୟ ବନ୍ଦ କରି ଜାଗା ଛାଡି ଦେଇଥିବାବେଳେ ଉତ୍ତ୍ୟକ୍ତ ଡାକ୍ତରୀ ଛାତ୍ର ସୁରକ୍ଷା ସଂସ୍ଥା କାର୍ଯ୍ୟାଳୟରେ ଭଙ୍ଗାରୁଜା କରିଥିବା ଜଣାପଡିଛି। ଅପରପକ୍ଷରେ ଡାକ୍ତରୀ ଛାତ୍ରଙ୍କ ଆକ୍ରମଣରେ ଜଣେ ସୁରକ୍ଷାକର୍ମୀ ଆହତ ହୋଇଥିବା ଏବଂ ତାଙ୍କ ଚିକିତ୍ସାରେ ଅବହେଳା କରାଯାଇଥିବା ସୁରକ୍ଷା ସଂସ୍ଥା ପକ୍ଷରୁ ପ୍ରକାଶ କରାଯାଇଛି। ଭିମସାରର ଅଧ୍ୟକ୍ଷା ପ୍ରଫେସର ଜୟଶ୍ରୀ ଦୋରା ଏହି ଉତ୍ତେଜନା ସ୍ଥିତି ପରିପ୍ରେକ୍ଷୀର ଉଭୟ ପକ୍ଷର ଆପତ୍ତି ଅଭିଯୋଗ ଶୁଣିଥିବା ପ୍ରକାଶ କରିଛନ୍ତି। ସ୍ଥିତିକୁ ନଜରରେ ରଖି ଭିମସାରରେ ସୁରକ୍ଷାକର୍ମୀଙ୍କ ସଂଖ୍ୟା ହ୍ରାସ କରିବାକୁ ଯୋଜନା କରାଯାଇଥିବା ଏବଂ ହସପିଟାଲର ସୁରକ୍ଷା ପାଇଁ ଗୃହରକ୍ଷୀ ନିୟୋଜିତ କରିବାକୁ ପୁଲିସକୁ ଅନୁରୋଧ କରାଯାଇଥିବା ସୂଚନା ଦେଇଛନ୍ତି।

- Advertisement -

ଭିମସାର ହାଉସସର୍ଜନ ଛାତ୍ର ପ୍ରଣିତ କୁମାର ପୂଜାରୀଙ୍କ ଅଭିଯୋଗକ୍ରମେ ଆଜି ଭୋର ୪ଟା ସମୟରେ ତାଙ୍କର କିଛି ସାଙ୍ଗଙ୍କ ସହ ବିଭୂତି ଭୂଷଣ ଦାସଙ୍କ ଚିକିତ୍ସା ପାଇଁ ଆଶୁଚିକିତ୍ସା ବିଭାଗକୁ ଆସିଥିଲେ। ସେହି ସମୟରେ କୌଣସି କାରଣକୁ ନେଇ ଯୁକ୍ତିତର୍କ ହୋଇଥିଲା। ଏଥିରେ ରାଗିଯାଇ ସୁରକ୍ଷା କର୍ମୀମାନେ ଦଳବଦ୍ଧ ଭାବେ ଲାଠିରେ ପ୍ରଣିତଙ୍କ ମୁଣ୍ଡକୁ ପିଟି ଦେଇଥିଲେ। ତାଙ୍କ ସାଙ୍ଗ ଗୌରୀ ବେହେରା, ଡ. ଶ୍ରୀନିବାସ ପ୍ରଧାନଙ୍କୁ ମଧ୍ୟ ଆକ୍ରମଣ କରିଥିଲେ। କୌଣସି ମତେ ଲହୁଲୁହାଣ ଅବସ୍ଥାରେ ସେମାନେ ସେଠାରୁ ଖସି ଆସି ଥାନାରେ ଅଭିଯୋଗ କରିଥିଲେ। ଏହି ସୁରକ୍ଷା ସଂସ୍ଥା ବିରୋଧରେ ପଦକ୍ଷେପ ନେବାକୁ ଡାକ୍ତରୀ ଛାତ୍ର ଦାବି କରିଛନ୍ତି। ଉତ୍ତେଜନାପୂର୍ଣ୍ଣ ସ୍ଥିତି ମଧ୍ୟରେ ହାଉସ ସର୍ଜନ ଛାତ୍ରମାନେ ଏକତ୍ରିତ ହେବାବେଳେ ସୁରକ୍ଷା କର୍ମୀମାନେ ଭିମସାରରୁ ନିଜ ଡ଼୍ୟୁଟିରୁ ଚାଲିଯାଇଥିଲେ। ପରେ ଡାକ୍ତରୀ ଛାତ୍ରଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇବା ସହ ସୁରକ୍ଷା କାର୍ଯ୍ୟାଳୟ ଏବଂ ମେଡ଼ିକାଲ ଫାଣ୍ଡି ଭଙ୍ଗାରୁଜା ହୋଇଥିବା ଥାନା ସୂତ୍ରରୁ ପ୍ରକାଶ ପାଇଛି। ରାତିରେ ପୁଲିସ ଭିମସାରରେ ପହଞ୍ଚିଥିଲେ। ଛାତ୍ର ପ୍ରତିନିଧିମାନଙ୍କ ସହ ଭିମସାର ମେଡ଼ିକାଲ କଲେଜ କାଉନସିଲର ବୈଠକ ଅନୁଷ୍ଠିତ ହୋଇଥିଲା। ବିବାଦ ମଧ୍ୟରେ ଗୁରୁବାର ପୂର୍ବ ନିର୍ଦ୍ଧାରିତ ଏମବିବିଏସ ଛାତ୍ରଙ୍କ ଅାଭ୍ୟନ୍ତରୀଣ ମୂଲ୍ୟାଙ୍କନ ପରୀକ୍ଷା ମଧ୍ୟ ସ୍ଥଗିତ ରଖାଯାଇଥିଲା।
ପଶ୍ଚିମ ଓଡ଼ିଶାର ସୁରକ୍ଷାକର୍ମୀ ସଙ୍ଗଠନର କାର୍ଯ୍ୟକାରୀ ସଭାପତି ଦିବ୍ୟଜ୍ୟୋତି ପଟ୍ଟନାୟକଙ୍କ କହିବା ମୁତାବକ ଡାକ୍ତରୀ ଛାତ୍ରମାନେ ପ୍ରଥମେ ସରୋଜ ତାଣ୍ଡି ନାମକ ସୁରକ୍ଷାକର୍ମୀଙ୍କୁ ଛାତ୍ରାବାସରେ ଆକ୍ରମଣ କରିବା ସହ ତାଙ୍କ ପ୍ରତି ଜାତିଆଣ ଆକ୍ଷେପ କରିଥିଲେ। ତାଙ୍କୁ ଭିମସାରକୁ ନେଇଥିବାବେଳେ ସେଠାରେ ତାଙ୍କ ଚିକିତ୍ସା ପାଇଁ ଡାକ୍ତରମାନେ ଅସହଯୋଗ କରିଥିଲେ। ଘଟଣାରେ ଜଣକୁ ଅଟକ ରଖାଯାଇଥିବା ବୁର୍ଲା ଏସଡ଼ିପିଓ ସତ୍ୟବ୍ରତ ଦାସ ସୂଚନା ଦେଇଛନ୍ତି।

ପୂର୍ବରୁ ଭିମସାରରେ ପୁଲିସ ପକ୍ଷରୁ ଗୃହରକ୍ଷୀ ସୁରକ୍ଷା ବ୍ୟବସ୍ଥା ରହିଥିଲା ମାତ୍ର ଗତ ୨୦୧୧ ମସିହାରୁ ଏହି ବବାଦୀୟ ସୁରକ୍ଷା ସଂସ୍ଥା ଏକଜିକ୍ୟୁଟିଭ୍‌‌ ସୁରକ୍ଷା ସଂସ୍ଥାକୁ ନିୟୋଜିତ କରିବା ପରେ ଅନେକ ବିବାଦୀୟ ଘଟଣା ଘଟି ଚାଲିଛି। ତେବେ ବହୁ ସମୟରେ ଏହି ସବୁ ବିବାଦକୁ ଚାପି ଦିଆଯାଉଥିବାରୁ ଦିନକୁ ଦିନ ଏହା ବିସ୍ପୋରକ ରୂପ ନେବାରେ ଲାଗିଛି। ଏପରିକି ନୂତନ ଟେଣ୍ଡର ପାଇଁ ଭିମସାର କର୍ତ୍ତୃପକ୍ଷ ନକରାତ୍ମକ ଭାବ ପ୍ରଦର୍ଶନ କରି ଚାଲିଛନ୍ତି। ତେବେ ପଶ୍ଚିମ ଓଡ଼ିଶାର ବୃହତ୍ତର ସ୍ୱାସ୍ଥ୍ୟକ୍ଷେତ୍ରର ଏହି ସମ୍ବେଦନଶୀଳ ପ୍ରସଙ୍ଗ ପ୍ରତି ଧ୍ୟାନ ଦିଆଯାଇ ଗୁଣବତ୍ତାକୁ ଆଧାର କରି ସୁରକ୍ଷା ବ୍ୟବସ୍ଥା ପ୍ରଣୟନ କରାଯିବାକୁ ଦାବି ହେଉଛି। ଖବର ଲେଖାଯିବା ପର୍ଯ୍ୟନ୍ତ ଭିମସାର ହସପିଟାଲ ବିନା ସୁରକ୍ଷା ବ୍ୟବସ୍ଥାରେ ଗତି କରୁଥିବାରୁ ତୁରନ୍ତ ପୁଲିସ ସୁରକ୍ଷା ବ୍ୟବସ୍ଥା କରାଯିବାକୁ ଦାବି ହୋଇଛିି।

Hot this week

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

ତାମିଲନାଡୁ, ସଡକ ଦୁର୍ଘଟଣାରେ ଓଡିଆ ଯୁବକଙ୍କ ମୃତ୍ୟୁ ।

ଧାମରା : ତାମିଲନାଡୁ ରେ ଏକ ସଡକ ଦୁର୍ଘଟଣାରେ ଜଣେ ଓଡିଆ...

Related Articles

Popular Categories