୬ କରୋନା ସନ୍ଦିଗ୍ଧଙ୍କ ରିପୋର୍ଟ ଅପେକ୍ଷାରେ ଭିମସାର: ପୁଣି ଆଜି ରାତିରେ ପରୀକ୍ଷା ପାଇଁ ଯିବ କିଛି ସ୍ୱାବ ଏବଂ ରକ୍ତ ନମୁନା

ଚିକିତ୍ସାରତ ଡ଼ାକ୍ତର, ସେବିକା, କର୍ମ·ରୀ ଏବଂ ସନ୍ଦିଗ୍ଧ ରୋଗୀ ତଥା ସମ୍ପର୍କିୟ ଦୋଛକିରେ-

ବୁର୍ଲା : ପୁଣି ଭିମସାର କରୋନା ନୋଡ଼ାଲ ସେଣ୍ଟରରୁ ଛଅଜଣ କରୋନା ସନ୍ଦିଗ୍ଧଙ୍କ ସ୍ୱାବ ଏବଂ ରକ୍ତନମୁନା ଭୁବନେଶ୍ୱର କୋଭିଡ଼-୧୯ ପରୀକ୍ଷଣ କେନ୍ଦ୍ରକୁ ପଠାଯାଇଛି। ମାତ୍ର କିଛି ଦିନ ହେବ ରିପୋର୍ଟ ଆସି ପାରୁ ନାହିଁ। ଭୁବନେଶ୍ୱର ପରୀକ୍ଷଣ କେନ୍ଦ୍ରରେ କରୋନା ସନ୍ଦିଗ୍ଧ ରୋଗୀଙ୍କ ଲମ୍ବା ତାଲିକା ରହିଥିବା ଫଳରେ ଭିମସାରର ଏହି ଛଅଜଣ କରୋନା ସନ୍ଦିଗ୍ଧଙ୍କ ରିପୋର୍ଟ ଆସି ନ ପାରି ରହିଯାଇଛି। ବର୍ତ୍ତମାନ ପଶ୍ଚିମ ଓଡ଼ିଶାର ବୁର୍ଲା ଭିମସାରରେ କରୋନା ଭୁତାଣୁ ସନ୍ଦିଗ୍ଧ କରୋନା ରୋଗୀ ଚିକିତ୍ସା ପାଇଁ ଆସୁଛନ୍ତି। ସେପଟେ ପୁଣି ଗତ ୪ ତାରିଖ ବିଳମ୍ବିତ ରାତିରେ ପୁଣି ଭିମସାରରୁ ୬ ଜଣ କରୋନା ସନ୍ଦିଗ୍ଧଙ୍କ ସ୍ୱାବ ଏବଂ ରକ୍ତନମୁନା ସଂଗ୍ରହ କରାଯାଇ ଭୁବନେଶ୍ୱରକୁ ପରୀକ୍ଷଣ କେନ୍ଦ୍ରିକୁ ପ୍ରେରିତ ହୋଇ ପ୍ରାୟ ତିନିଦିନ ପରେ ରିପୋର୍ଟ ନେଗେଟିଭ ଆସିଥିଲା।

ସେପଟେ ପୁଣି ବିଭିନ୍ନ ସ୍ଥାନରୁ ଆସି କୋଭିଡ଼-୧୯ ବର୍ହିବିଭାଗରେ ନାମ ପଞ୍ଜିକୃତ କରିବା ପରେ ୪ ଜଣ କରୋନା ସନ୍ଦିଗ୍ଧ ରୋଗୀ ଭିମସାରର କରୋନା ଆଇସୋଲେସନ ସେଣ୍ଟରରେ ଭର୍ତ୍ତି କରାଯାଇଥିଲା। ୪ ଜଣ କରୋନା ସନ୍ଦିଗ୍ଧଙ୍କ ସ୍ୱାବ ଏବଂ ରକ୍ତନମୁନା ଦୁଇଟି ପର୍ଯ୍ୟାୟରେ ଭୁବନେଶ୍ୱର ସ୍ତିତ କୋଭିଡ଼-୧୯ ପରୀକ୍ଷଣ କେନ୍ଦ୍ରକୁ ପଠାଯାଇଛି। ମାତ୍ର ସମସ୍ତ ସନ୍ଦିଗ୍ଧଙ୍କ ରିପୋର୍ଟ ବର୍ତ୍ତମାନ ସୁଦ୍ଧା ଭିମସାରକୁ ହସ୍ତଗତ ହୋଇ ପାରି ନାହିଁ।

ସେପଟେ ପୁଣି ଭିମସାରକୁ ଆସିଥିବା ଦୁଇଜଣ କରୋନା ସନ୍ଦିଗ୍ଧଙ୍କୁ କରୋନା ଆଇସୋଲେସନ ସେଣ୍ଟରରେ ଭର୍ତ୍ତି କରାଯିବା ପରେ ଉଭୟଙ୍କ ସ୍ୱାବ ଏବଂ ରକ୍ତନମୁନା ସଂଗ୍ରହ କରାଯାଇ ଭୁବନେଶ୍ୱର କୋଭିଡ଼-୧୯ ପରୀକ୍ଷଣ କେନ୍ଦ୍ରକୁ ପ୍ରେରିତ କରିଦିଆ ଯାଇଛି। ତେବେ ସମୁଦାୟ ୬ ଜଣ କରୋନା ସନ୍ଦିଗ୍ଧଙ୍କ ସ୍ୱାବ ଏବଂ ରକ୍ତନମୁନା ଇତିମଧ୍ୟରେ ଭୁବନେଶ୍ୱର କରୋନା ପରୀକ୍ଷଣ କେନ୍ଦ୍ରକୁ ପ୍ରେରିତ କରିଦିଆ ଯାଇଛି। ମାତ୍ର ପ୍ରାୟ ୫ରୁ ୬ ଦିନ ବିତି ସାରିରାଣି ମାତ୍ର ସେହି କରୋନା ସନ୍ଦିଗ୍ଧଙ୍କ ରିପୋର୍ଟ ଭିମସାରକୁ ହସ୍ତଗତ ହୋଇ ପାରି ନାହିଁ। ଫଳରେ କରୋନା ରିପୋର୍ଟ ଆସିବାରେ ବିଳମ୍ବ ହେବା ରୋଗୀ ଏବଂ ସମ୍ପର୍କିୟଙ୍କ ମହଲରେ ଏହାକୁ ନେଇ ଏକ ସଂଶୟ ସୃଷ୍ଟି ହେଉଛି।

ସେପଟେ ଭିମସାରର ଚିକିତ୍ସାରତ ଡ଼ାକ୍ତର, ସେବିକା ଏବଂ କର୍ମ·ରୀ ମଧ୍ୟ ଏହି କରୋନା ସନ୍ଦିଗ୍ଧଙ୍କ ରିପୋର୍ଟ ନ ଆସିବା ପର୍ଯ୍ୟନ୍ତ ସମସ୍ତେ ସଙ୍ଗରୋଧରେ ରହିଛନ୍ତି। ଏହା ସହିତ ପୁଣି ଆଜି ରାତିରେ ମଧ୍ୟ ଭିମସାରର କରୋନା ଆଇସୋଲେସନ ସେଣ୍ଟରରୁ କିଛି କରୋନା ସନ୍ଦିଗ୍ଧଙ୍କ ସ୍ୱାବ ଏବଂ ରକ୍ତନମୁନା ସଂଗ୍ରହ କରାଯାଇ ଭୁବନେଶ୍ୱର ପରୀକ୍ଷଣ ପାଇଁ ପ୍ରେରିତ କରାଯିବ ବୋଲି ଜଣାପଡ଼ିଛି। ତେଣୁ ଏହି ପରିସ୍ତିତିକୁ ହୃଦୟଙ୍ଗମ କରାଯାଇ ଭିମସାରରେ କୋଭିଡ଼-୧୯ ପରୀକ୍ଷଣ କେନ୍ଦ୍ରକୁ ଶିଘ୍ର ଅତିଶୀଘ୍ର କାର୍ଯ୍ୟକ୍ଷମ କରାଯିବା ଉପରେ ଗତକାଲି ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ଦୃଢ଼ୋକ୍ତି ବ୍ୟକ୍ତ କରି ସାରିଛନ୍ତି। ଏହି ପରିପେକ୍ଷିରେ ଭିମସାରର ଏହି କୋଭିଡ଼-୧୯ ପରୀକ୍ଷଣ କେନ୍ଦ୍ର କାର୍ଯ୍ୟକ୍ଷମ ହେଲେ କେଇଘଣ୍ଟା ମଧ୍ୟରେ ହିଁ କରୋନା ରିପୋର୍ଟ ଚିକିତ୍ସାରତ ଡ଼ାକ୍ତରଙ୍କୁ ଉପଲବ୍ଧ ହୋଇପାରିବ ବୋଲି ଆଶାପ୍ରକାଶ ପାଉଛି ।

Comments are closed.