www.samajalive.in
Sunday, December 7, 2025
15.1 C
Bhubaneswar

ସୌରୀବଂଧୁ କରଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ

ସମାଜ ପୋର୍ଟାଲ୍ ଡେସ୍କ: ବିଶିଷ୍ଟ ଶ୍ରମିକ ଓ କମ୍ୟୁନିଷ୍ଟ ନେତା ଡ.ସୌରୀବଂଧୁ କରଙ୍କ ବିୟୋଗରେ ସାରା ଓଡ଼ିଶାରେ ଶୋକର ଛାୟା ଖେଳିଯାଇଛି । ଏକ ଶୋକ ବାର୍ତ୍ତାରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରବା ସଙ୍ଗେ ସଙ୍ଗେ ତାଙ୍କର ଶୋକ ବାର୍ତ୍ତାରେ କହିଛନ୍ତି ବରିଷ୍ଠ ଶ୍ରମିକ ନେତା ତଥା ଲେଖକ ସୌରୀବଂଧୁ କରଙ୍କ ଦେହାନ୍ତ ବିଷୟ ଜାଣି ମୁଁ ଦୁଃଖିତ । ଏପରି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୋର ସମବେଦନା ଜଣାଇବା ସହ ତାଙ୍କର ଅମର ଅତ୍ମାର ସଦ୍ଗତି କାମନା କରୁଛି । ସେହିଭଳି ଶ୍ରମିକ ନେତା ତଥା ବିଜେଡ଼ି ରାଜ୍ୟସଭା ସଦସ୍ୟ ସୁବାସ ସିଂହ ଗଭୀର ଶୋକ ପ୍ରକାଶ କରିଛନ୍ତି ।
ତାଙ୍କ ମୃତ୍ୟୁ ସଂବାଦ ପାଇ ସିପିଆଇ ସାଧାରଣ ସମ୍ପାଦକ ଡି. ରାଜା ଏବଂ ଏଆଇଟିୟୁସି ସାଧାରଣ ସମ୍ପାଦିକା ଅମରଜୀତ୍ କାଉର ଗଭୀର ଶୋକ ପ୍ରକାଶ ପୂର୍ବକ ତାଙ୍କ ବିୟୋଗରେ ଓଡ଼ିଶାର ଶ୍ରମିକ ଶ୍ରେଣୀ ଆନ୍ଦୋଳନ ଜଣେ ମହାନ ଯୋଦ୍ଧାଙ୍କୁ ହରାଇଲା ବୋଲି କହିଛନ୍ତି।
ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଯୋଜନା ବୋର୍ଡ଼ର ଉପାଧ୍ୟକ୍ଷ ସଂଜୟ ଦାସବର୍ମା ଗଭୀର ଶୋକ ପ୍ରକାଶ କରିଛନ୍ତି । କେନ୍ଦ୍ର ସାହିତ୍ୟ ଆକାଡ଼େମୀର ଓଡ଼ିଆ ଉପଦେଷ୍ଟା ପରିଷଦର ରାଜ୍ୟ ଆବାହକ ଡଃ ବିଜୟାନନ୍ଦ ସିଂହ କହଛନ୍ତି ସୌରୀବଂଧୁଙ୍କ ବିୟୋଗରେ ରାଜ୍ୟ ଜଣେ ମାନବବାଦୀ ଲେଖକଙ୍କୁ ହରାଇଲା ବୋଲି କହିଛନ୍ତି।
ସେହିପରି ଅନ୍ୟାନ୍ୟ ରାଜନୈତିକ ଦଳ ଓ ଟ୍ରେଡ଼ ୟୁନିୟନ ସଂଗଠନମାନଙ୍କ ମଧ୍ୟରେ ସିପିଆଇ(ଏମ୍) ରାଜ୍ୟ ସମ୍ପାଦକ ଅଳି କିଶୋର ପଟ୍ଟନାୟକ, ସିଟୁ ରାଜ୍ୟ ସଭାପତି ଜନାର୍ଦ୍ଦନ ପତି, ଆଇଏନ୍‌ଟିୟୁସି ରାଜ୍ୟ ସଭାପତି ରାମଚନ୍ଦ୍ର ଖୁଣ୍ଟିଆ, ସିପିଆଇ (ଏମ୍ଏଲ୍) ଲିବେରେସନ ରାଜ୍ୟ ସମ୍ପାଦକ ଯୁଧିଷ୍ଠୀର ମହାପାତ୍ର, ଶ୍ରମିକ ନେତା ମହେନ୍ଦ୍ର ପରିଡ଼ା, ଏସ୍‌ୟୁସିଆଇ ନେତା ଧୁର୍ଜଟୀ ଦାସ, ଫରୱାର୍ଡ଼ ବ୍ଲକ୍ ପକ୍ଷରୁ ଜ୍ୟୋତି ରଂଜନ ମହାପାତ୍ର, ଏଆଇୟୁସିୟୁସି ସର୍ବଭାରତୀୟ ସାଧାରଣ ସମ୍ପାଦକ ଶଙ୍କର ଦାସଗୁପ୍ତ ଓ ରାଜ୍ୟ ସମ୍ପାଦକ ଶମ୍ଭୁନାଥ ନାୟକ ପ୍ରମୁଖ ଗଭୀର ଶୋକ ପ୍ରକାଶ କରି ତାଙ୍କର ଶୋକ ସନ୍ତପ୍ତ ପରିବାରବର୍ଗ ଏବଂ ପାର୍ଟି ତଥା ଏଆଇଟିୟୁସି ସଭ୍ୟମାନଙ୍କୁ ସମବେଦନା ଜଣାଇଛନ୍ତି।
ସାଥୀ ଡଃ ସୌରୀବଂଧୁ କରଙ୍କ ଅକାଳ ବିୟୋଗରେ ସିପିଆଇ ଓ ଏଆଇଟିୟୁସି ମହଲରେ ଗଭୀର ଶୋକର ଛାୟା ଖେଳିଯାଇଛି । ସିପିଆଇର ପୂର୍ବତନ ସାଧାରଣ ସମ୍ପାଦକ ଏସ୍ ସୁଧାକର ରେଡ୍ଡୀ, ଜାତୀୟ ସମ୍ପାଦକ ଡଃ କେ. ନାରାୟଣା ଓ ଭାଲଚନ୍ଦ୍ର କାଙ୍ଗୋ, ଜାତୀୟ କାର୍ଯ୍ୟକାରିଣୀ ସଭ୍ୟ ଦିବାକର ନାୟକ, ରାଜ୍ୟ ସମ୍ପାଦକ ଆଶିଷ କାନୁନ୍ଗୋ, ଏଆଇଟିୟୁସି ଜାତୀୟ ସମ୍ପାଦକ ରାମକୃଷ୍ଣ ପଣ୍ଡା ଓ ରାଜ୍ୟ ସଭାପତି ଅଶୋକ ଦାଶ, ସିପିଆଇ ଜାତୀୟ ପରିଷଦର ସଭ୍ୟ ଅଭୟ ସାହୁ, ରାଜ୍ୟ ସହ ସମ୍ପାଦକ କ୍ଷୀରୋଦ ସିଂହଦେଓ ଓ ଡଃ ପ୍ରଶାନ୍ତ ମିଶ୍ର, ଏଆଇଟିୟୁସି ରାଜ୍ୟ ଉପସଭାପତି ପ୍ରଶାନ୍ତ ପାଟ୍ଟଯୋଷୀ, ରାଜ୍ୟ ସହକାରୀ ସାଧାରଣ ସମ୍ପାଦକ ବିଜୟ ଜେନା, ଖୋର୍ଦ୍ଧା ଜିଲ୍ଲା ସମ୍ପାଦକ ସୁର ଜେନା, ‘ନୂଆ ଦୁନିଆ’ ସମ୍ପାଦକ ରମେଶ ଚନ୍ଦ୍ର ପାଢ଼ୀ, ପରିଚାଳନା ସମ୍ପାଦକ କିଶୋର ଜେନା, ବିଦ୍ୟୁତ୍ କର୍ମଚାରୀ ନେତା ଯତିନ୍ଦ୍ର ରାୟ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି ।
ଅନ୍ୟ ମାନଙ୍କ ମଧ୍ୟରେ ପ୍ରତିରକ୍ଷା କର୍ମଚାରୀ ୟୁନିୟନ ନେତା ସି. ଶ୍ରୀକୁମାର, ‘ଇସ୍କଫ୍’ ଜାତୀୟ ସାଧାରଣ ସମ୍ପାଦକ ବିଜୟ କୁମାର ପଢ଼ିଆରୀ, ଅବସରପ୍ରାପ୍ତ କର୍ମଚାରୀ ମହାସଂଘର ଜାତୀୟ ସଭାପତି ଗୁରୁମୁଖ ସିଂହ, ରାଜ୍ୟ କର୍ମକର୍ତ୍ତା ଭାଗ୍ୟଧର ବ୍ରହ୍ମା, ଶ୍ରମିକ ନେତା ଅଜୟ ରାଉତ, ପ୍ରମୁଖ ଅର୍ଥନୀତିବିଦ ଓ ସ୍ତମ୍ଭକାର ଡଃ ସନୋଷ କୁମାର ମହାପାତ୍ର, ଶ୍ରମିକ ନେତା ମନୋରଂଜନ ଦାସ ଓ ସ୍ନେହପ୍ରଭା ଦାସ, ବିଜେଡ଼ି ନେତା ପ୍ରକାଶ ଦାଶ, ସଂଜିବ ପତି, ପ୍ରମୋଦ କୁମାର ସାହୁ, ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ପେନସେନର୍ସ ଆସୋସିଏସନର ସାଧାରଣ ସମ୍ପାଦକ ଉପେନ୍ଦ୍ର କୁମାର ଦାଶ, ହେତୁବାଦୀ ଓ ମାନବବାଦୀ ସଂଗଠନର ରାଜ୍ୟ ସଭାପତି ରାଜା ସୁରେଶ ପ୍ରମୁଖ ଗଭୀର ଶୋକ ପ୍ରକାଶ କରି ସମବେଦନା ଜଣାଇଛନ୍ତି ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories