www.samajalive.in
Monday, December 8, 2025
14.1 C
Bhubaneswar

କଣ୍ଟେନମେଣ୍ଟ ଜୋନରୁ ସଂକ୍ରମିତ ବାହାରକୁ ଗଲେ କେମିତି ?

ଭୁବନେଶ୍ବର (ବ୍ୟୁରୋ): ଯେଉଁ ଅଞ୍ଚଳରୁ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି ସେହି ଅଞ୍ଚଳକୁ ସେହି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା କରାଯାଉଛି । ଅଞ୍ଚଳକୁ ସିଲ୍ କରାଯାଇ ବିଶୋଧନ କରାଯାଉଛି ।  ସାଧାରଣ ଲୋକଙ୍କୁ ଘରୁ ବାହାରକୁ ବାରଣ କରାଯାଉଛି ଓ ଅତ୍ୟାବଶ୍ୟକ ସାମଗ୍ରୀ ସରକାର ବିଭିନ୍ନ ମାଧ୍ୟମରେ ସମ୍ପୃକ୍ତ ଅଞ୍ଚଳରେ ପହଞ୍ଚାଉଛନ୍ତି । ସ୍ବାସ୍ଥ୍ୟ କର୍ମୀମାନେ ଘରକୁ ଘର ବୁଲି ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରୁଛନ୍ତି । ଏହା ସତ୍ତ୍ବେ ସଂକ୍ରମିତ ବୁଲିବୁଲି ରୋଗ ସଂକ୍ରମଣ କରିବାରେ ଲାଗିଛନ୍ତି । ଭୁବନେଶ୍ବରରେ ଚିହ୍ନଟ ହୋଇଥିବା ୫୭ତମ ଓ ୬୦ତମ ନୂତନ ସଂକ୍ରମିତଙ୍କ କ୍ଷେତ୍ରରେ ଏହାହିଁ ଘଟିଛି । ପରିବା ଦୋକାନ, ଗ୍ରୋସୋରୀ ଦୋକାନକୁ ଯାଇଥିବା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିବା ଯୋଗୁଁ ଏମାନେ ସଂକ୍ରମିତ ହୋଇଛନ୍ତି ।
କଣ୍ଟେନମେଣ୍ଟ ଜୋନ ପରିସରରେ ଥାଇ ମଧ୍ୟ ସଂକ୍ରମିତ ନମ୍ବର ୭, ସଂକ୍ରମିତ ନମ୍ବର ୮, ସଂକ୍ରମିତ ନମ୍ବର ୨୨ ଓ ସଂକ୍ରମିତ ନମ୍ବର ୩୯ ନିକଟସ୍ଥ ଏକ ମଲକୁ ବାରମ୍ବାର ଯାଇଥିବା ସରକାର ତଥ୍ୟ ଦେଇଛନ୍ତି । ଏହା ଫଳରେ ସେହି ମଲକୁ ପରିବା କିଣିବାକୁ ଯାଇ ଜଣେ ବ୍ୟକ୍ତି ସଂକ୍ରମିତ ହୋଇଛନ୍ତି । ଯାହାଙ୍କ ନମ୍ବର ସରକାରୀ ରେକର୍ଡ଼ରେ ରହିଛି ୫୭ । ଏହାର ଅର୍ଥ ଏହି ମଲକୁ ଯାଇଥିବା ଅନ୍ୟ କିଛି ଲୋକ ମଧ୍ୟ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ସ୍ବାଭାବିକ ସନ୍ଦେହ ଜାଗ୍ରତ ହେଉଛି ଏବଂ ସେମାନଙ୍କର ଚିହ୍ନଟର ଆବଶ୍ୟକତା ରହିଛି। ଅନ୍ୟପକ୍ଷରେ ୬୦ତମ କରୋନା ସଂକ୍ରମିତ ମଧ୍ୟ ଅନୁରୂପ କାରଣ ଯୋଗୁଁ କରୋନା ପୀଡ଼ିତ ହୋିଛନ୍ତି । ସେ ଝାରପଡ଼ାର ନିଳାଦ୍ରୀ ନଗର ଅଞ୍ଚଳ ବାସିନ୍ଦା । ରସୁଲଗଡ଼ କେସୁର ବଜାରକୁ ଗ୍ରୋସରୀ ସାମଗ୍ରୀ କିଣିବାକୁ ଯାଇ ୪୨ନମ୍ବର ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିିଥିବା ଯୋଗୁଁ ସଂକ୍ରମିତ ହୋଇଥିବା ତଥ୍ୟ ମିଳିଛି । ତେଣୁ ୪୨ ନମ୍ବର ସଂକ୍ରମିତ ସେହି ଅଞ୍ଚଳର ଗ୍ରୋସୋରୀ ଦୋକାନରେ ଆଉ କାହାକୁ କାହାକୁ ସଂକ୍ରମଣର ମାଧ୍ୟମ କରିଛନ୍ତି ତାହା ଏଯାଏ ସ୍ପଷ୍ଟ ହୋଇନାହିଁ ।

ସମ୍ଭବତଃ ସରକାର ଏହାକୁ ଅନୁମାନ କରିଛନ୍ତି ଓ ରାଜ୍ୟର ଅନ୍ୟସ୍ଥାନରେ କଟକଣା କୋହଳ କରାଯିବାବେଳେ ଭୁବନେଶ୍ବରରେ ଲକ୍ଡ଼ାଉନ କଟକଣା ବଳବତ୍ତର ରହିବ ବୋଲି ଘୋଷଣା କରିଛନ୍ତି । ତେଣୁ ଏଥିପାଇଁ ରାଜଧାନୀବାସୀ ସତର୍କ ହେବା ଜରୁରୀ ହୋଇ ପଡ଼ିଛି । ରାଜ୍ୟ କୋବିଦ-୧୯ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ବିଭିନ୍ନ ସମୟରେ ବଜାରକୁ ପରିବା ପାଇଁ ଯାଇ କରୋନା ଭୂତାଣୁକୁ ନ ଡ଼ାକିବା, ମିଶନ ଶକ୍ତିର ନିର୍ଦେଶିକା ସୁଜାତା କାର୍ତିକେୟନ କରୋନାକୁ ଘରକୁ ନିମନ୍ତ୍ରଣ ନ କରିବା ପାଇଁ ବାରମ୍ବାର ପରାମର୍ଶ ଦେଉଛନ୍ତି । ଏହା ସତ୍ତ୍ବେ ଲୋକ ସତର୍କ ହେଉ ନାହାନ୍ତି । ତେଣୁ ଏ ସମ୍ପର୍କରେ ତୁରନ୍ତ ଅନୁଧ୍ୟାନର ଆବଶ୍ୟକତା ରହିଛି । ସଂକ୍ରମିତ ଅଞ୍ଚଳର କୌଣସି ବ୍ୟକ୍ତିଙ୍କୁ ବାହାରକୁ ଯିବାବେଳେ କଡ଼ା ନଜର ରଖିବା  ଅନିବାର୍ଯ୍ୟ ହୋଇ ପଡ଼ିଛି । ଏହା ନ ହେଲେ ଭୁବନେଶ୍ବରରେ ସଂକ୍ରମଣ ଗତି ରୋକିବା କାଠିକର ପାଠ ହୋଇ ପଡ଼ିବ ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories