କୁଲ୍ଲୁ: ହସ୍ପିଟାଲ ଓ ସଡ଼କ ସୁବିଧା ନଥିବାରୁ ଗାଁର କିଛି ମହିଳା ଜଣେ ଗର୍ଭବତୀଙ୍କୁ ଚୌକିରେ ବସାଇ ୧୮ କିମି ପର୍ଯ୍ୟନ୍ତ ବୋହି ନେଇଛନ୍ତି। ଏହି ଘଟଣା ହିମାଚଳ ପ୍ରଦେଶ କୁଲ୍ଲୁ ଅନ୍ତର୍ଗତ ଶକ୍ତି ଗାଁର । ରବିବାର ସକାଳ ୧୦ଟାରେ ସୁନୀତା ଦେବୀ ନାମଙ୍କ ମହିଳାଙ୍କ ପ୍ରସବ ଦେବନା ହୋଇଥିଲା। ଗାଁକୁ ରାସ୍ତା ନଥିବାରୁ ଗର୍ଭବତୀଙ୍କୁ କିଭଳି ହସ୍ପିଟାଲ ନେବେ ସେନେଇ ପରିବାର ଲୋକ ଚିନ୍ତାରେ ପଡି ଯାଇଥିଲେ।
ଗ୍ରାମବାସୀଙ୍କ ସହାୟତାରେ ପରିବାର ଲୋକ ଏକ ଚୌକିକୁ ଭାର ଭଳି ବାନ୍ଧିଥିଲେ। ସେଥିରେ ଗର୍ଭବତୀଙ୍କୁ ବସାଇ ପାହାଡିଆ ଓ ବରଫପୂର୍ଣ୍ଣ ରାସ୍ତା ଦେଇ ନେଇ ଯାଇଥିଲେ। ପ୍ରାୟ ୧୮ କିମି ରାସ୍ତା ଚାଲିକି ଯାଇ ୫ ଘଣ୍ଟା ପରେ ମୁଖ୍ୟ ରାସ୍ତାରେ ପହଞ୍ଚିଥିଲେ। ସେଠାରୁ ଗାଡି ସାହାଯ୍ୟରେ ଗର୍ଭବତୀଙ୍କୁ ହସ୍ପିଟାଲରେ ନିଆଯାଇଥିଲା। ଦେଢ ମାସ ମଧ୍ୟରେ ଏଭଳି ଘଟଣା ୪ଥର ଘଟିଛି।



