www.samajalive.in
Saturday, December 6, 2025
26.1 C
Bhubaneswar

ଗାଁରୁ ବଜାରକୁ ନିର୍ମାଣ ହେବ ସଡ଼କ 

ଭୁବନେଶ୍ବର : ୧୪୨ଟି ବିଧାନସଭା ନିର୍ବାଚନ ମଣ୍ଡଳୀର ଗାଁରୁ ବଜାରକୁ ସଂଯୋଗ ପାଇଁ ସଡ଼କ ନିର୍ମାଣ ହେବ। ବିଧାନସଭା ନିର୍ବାଚନ ମଣ୍ଡଳୀ ପିଛା ବାର୍ଷିକ ୧ କୋଟି ଟଙ୍କା ଲେଖାଏଁ ଖର୍ଚ୍ଚ କରାଯିବ। ଉକ୍ତ ଟଙ୍କାରେ ବିଧାନସଭା ନିର୍ବାଚନ ମଣ୍ଡଳୀ ଗୁଡ଼ିକରେ ୨୦ଟି ସଡ଼କ ନିର୍ମାଣ କରାଯାଇ ପାରିବ। ଗୋଟିଏ ସଡ଼କ ନିର୍ମାଣ ପିଛା ସର୍ବନିମ୍ନ ୫ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ। ନିର୍ମାଣ ହେବାକୁ ଥିବା ୨୦ଟି ସଡ଼କ ମଧ୍ୟରୁ ସମ୍ପୃକ୍ତ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଧାୟକ ୫୦ ପ୍ରତିଶତ ଏବଂ ଅବଶିଷ୍ଟ ୫୦ ପ୍ରତିଶତ ସଡ଼କ ନିର୍ମାଣ ପ୍ରସ୍ତାବ ଆରଡବ୍ଲ୍ୟୁଡି ଦେବେ। ରାଜ୍ୟ ସରକାର ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ବିଧାନସଭା ନିର୍ବାଚନ ମଣ୍ଡଳୀ ଅନୁସାରେ ଅନୁମୋଦନ  ଯୋଜନା ଆଣିଛନ୍ତି। ଏଥିନେଇ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ସଂକଳ୍ପ ଜାରି ହୋଇଛି।
ରାଜ୍ୟ ସରକାର ଗ୍ରାମାଞ୍ଚଳରେ ଯୋଗାଯୋଗକୁ ସୁଦୃଢ଼ କରିବା ପାଇଁ ସଡ଼କ ନିର୍ମାଣ କରିବେ। ବିଧାନସଭା ନିର୍ବାଚନ ମଣ୍ଡଳୀ ପିଛା ବାର୍ଷିକ ୧ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଏଥିପାଇଁ ପ୍ରତି ଆର୍ଥିକ ବର୍ଷରେ ୧୪୨ କୋଟି ଟଙ୍କା ବଜେଟରେ ବ୍ୟୟବରାଦ ହେବ। ସିଡବ୍ଲ୍ୟୁଏ ଯୋଜନା ପାଇଁ ଆର୍ଥିକ ବର୍ଷ ୨୦୨୫-୨୬ରେ ୧୪୨ କୋଟି ଟଙ୍କା ବଜେଟରେ ବ୍ୟୟବରାଦ ହୋଇଛି। ଏହି ସଡ଼କ ନିର୍ମାଣ ଦ୍ବାରା ଗାଁ ଲୋକ ଶିକ୍ଷାନୁଷ୍ଠାନ, ଡାକ୍ତରଖାନା, ବଜାର, ପର୍ଯ୍ୟଟନସ୍ଥଳ ଏବଂ ପଞ୍ଚାୟତ ମୁଖ୍ୟାଳୟକୁ ସୁବିଧାରେ ଯାତାୟାତ କରିପାରିବେ। ନିର୍ମାଣ ହେବାକୁ ଥିବା ସଡ଼କଗୁଡ଼ିକ ଗ୍ରାମାଞ୍ଚଳରେ ସାମାଜିକ ଓ ଆର୍ଥିକ କ୍ଷେତ୍ରରେ ସଂସ୍କାର ଆଣିବ।
ଏହି ଯୋଜନାରେ ପୁରୁଣା କିମ୍ବା ଖରାପ ସଡ଼କକୁ ମରାମତି କରାଯିବ ନାହିଁ। ପ୍ରସ୍ତାବିତ ସଡ଼କ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ଓ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ସହିତ ରାଜ୍ୟ ସରକାରଙ୍କ ଅନ୍ୟାନ୍ୟ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇ ପାରିବ ନାହିଁ। ନିର୍ମାଣ ହେବାକୁ ଥିବା ସଡ଼କଗୁଡ଼ିକ ଆରଡବ୍ଲ୍ୟୁର ମୁଖ୍ୟ ନିର୍ମାଣ ଯନ୍ତ୍ରୀ(ସିସିଇ)ଙ୍କ ଦ୍ବାରା ଅନୁମୋଦନ କରାଯିବ। ସଡ଼କର ନକ୍ସା ଆରଡବ୍ଲ୍ୟୁର ଯନ୍ତ୍ରୀ ପ୍ରସ୍ତୁତ କରିବେ। ୨୦୨୫-୨୬ ଆର୍ଥିକ ବର୍ଷରେ ବିଧାନସଭା ନିର୍ବାଚନ ମଣ୍ଡଳୀଗୁଡ଼ିକ ବ୍ୟୟବରାଦ ଟଙ୍କା ଦିଆଯିବ।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories